Advertisment

ଚଟ୍‌ପଟି ପନିର୍‌ ଖାଆନ୍ତୁ, ବର୍ଷାଦିନେ ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ: ପନିର୍‌, ସରୁ ସରୁ କଟାଯାଇଥିବା ଅଦା, କଟା ରସୁଣ, କଟା ପିଆଜ, ତେଲ , ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ଓ ପିଆଜ ବଟା, ଧନିଆ ପତ୍ର, କଲର୍‌ ଓ ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡ଼େଇରେ ତେଲ ପକାଇ ପିଆଜ, ଅଦା ଓ ରସୁଣ ବଟାକୁ ପକାଇ ଏହାକୁ କଷି ରଖନ୍ତୁ। ପରେ ପନିର୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ […]

author-image
Ordigital Desk
ଅଦ୍ୟତନ ହୋଇଛି
ଚଟ୍‌ପଟି ପନିର୍‌ ଖାଆନ୍ତୁ, ବର୍ଷାଦିନେ ମଜା ନିଅନ୍ତୁ

paneer

ଆବଶ୍ୟକ ସାମଗ୍ରୀ: ପନିର୍‌, ସରୁ ସରୁ କଟାଯାଇଥିବା ଅଦା, କଟା ରସୁଣ, କଟା ପିଆଜ, ତେଲ , ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ଓ ପିଆଜ ବଟା, ଧନିଆ ପତ୍ର, କଲର୍‌ ଓ ଗରମ ମସଲା।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡ଼େଇରେ ତେଲ ପକାଇ ପିଆଜ, ଅଦା ଓ ରସୁଣ ବଟାକୁ ପକାଇ ଏହାକୁ କଷି ରଖନ୍ତୁ। ପରେ ପନିର୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଦେଇ କଟା ପନିର୍‌କୁ ଛାଣନ୍ତୁ। ପନିର୍‌ ଟିକେ ନାଲି ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପନିର୍‌କୁ କଡ଼େଇରେ କାଢ଼ିବା ପରେ ସେହି କଡ଼େଇରେ ଆବଶ୍ୟକ ମୁତାବକ ତେଲ ରଖନ୍ତୁ। ପରେ ସେଥିରେ କଞ୍ଚା ଲଙ୍କା, କଟା ଅଦା, କଟା ରସୁଣ, କଟା ପିଆଜ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା, ରସୁଣ ଓ ପିଆଜରେ ପ୍ରସ୍ତୁତ ହୋଇଥିବା ଗ୍ରେଭି ମସଲା ଓ ଅଳ୍ପ ପାଣି ଦେଇ କିଛି ସମୟ ଛାଡ଼ିଦିଅନ୍ତୁ। ପରେ ସେଥିରେ ଅଳ୍ପ କଲର୍‌ ଓ ଗରମ ମସଲା ପକାଇ ସେଥିରେ ପନିର୍‌ ପକାଇ ଗୋଳାଇ ଦିଅନ୍ତୁ। ପନିର୍‌ ମସଲାରେ ଭଲ ଭାବେ ମିଶିଯିବା ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟ୍‌ପଟି ପନିର୍‌। ତାକୁ ଏକ ପାତ୍ରକୁ କାଢ଼ି ସେଥିରେ କଟା ଧନିଆ ପତ୍ର ପକାଇ ଖାଆନ୍ତୁ ଗରମ୍ ଗରମ୍‌ ଚଟ୍‌ପଟି ପନିର୍।

(ମନେ ରଖିବେ ଏଥିରେ ଅଧିକ ପାଣି ଦେବେ ନାହିଁ)।