Advertisment

ଚୁଲି କି ଓଭନ୍‌ରେ ନୁହେଁ, ଗ୍ୟାସ୍‌ରେ ତିଆରି କରନ୍ତୁ ‘ପୋଡ଼ ପିଠା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜମାନେ ପୋଡ଼ ପିଠାକୁ ହିଁ ବୁଝାଏ। ରଜରେ ଆମେ ବିଭିନ୍ନ ପ୍ରକାର ପିଠା ଖାଉ । କିନ୍ତୁ ପୋଡ଼ ପିଠା ହେଉଛି ରଜର ମୁଖ୍ୟ ପିଠା। ଏହା ବିନା ରଜ ଅଧା ରହିଯାଏ। ଏହା ମୁଖ୍ୟତଃ ଚୁଲିରେ କରାଯାଏ। ଚୁଲିରେ ଏହାର ସ୍ୱାଦ ଥରେ ଚାଖିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ। ହେଲେ ସହରରେ ରଜ ପାଳୁଥିବା ଲୋକେ ଗ୍ୟାସ୍‌ରେ ମଧ୍ୟ ଏହାକୁ କରିପାରିବେ। ଆପଣ ରଜରେ ଏହି ପିଠା ତିଆରି କରି ଖାଆନ୍ତୁ […]

ଅଦ୍ୟତନ ହୋଇଛି
ଚୁଲି କି ଓଭନ୍‌ରେ ନୁହେଁ, ଗ୍ୟାସ୍‌ରେ ତିଆରି କରନ୍ତୁ ‘ପୋଡ଼ ପିଠା’

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜମାନେ ପୋଡ଼ ପିଠାକୁ ହିଁ ବୁଝାଏ। ରଜରେ ଆମେ ବିଭିନ୍ନ ପ୍ରକାର ପିଠା ଖାଉ । କିନ୍ତୁ ପୋଡ଼ ପିଠା ହେଉଛି ରଜର ମୁଖ୍ୟ ପିଠା। ଏହା ବିନା ରଜ ଅଧା ରହିଯାଏ। ଏହା ମୁଖ୍ୟତଃ ଚୁଲିରେ କରାଯାଏ। ଚୁଲିରେ ଏହାର ସ୍ୱାଦ ଥରେ ଚାଖିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ। ହେଲେ ସହରରେ ରଜ ପାଳୁଥିବା ଲୋକେ ଗ୍ୟାସ୍‌ରେ ମଧ୍ୟ ଏହାକୁ କରିପାରିବେ। ଆପଣ ରଜରେ ଏହି ପିଠା ତିଆରି କରି ଖାଆନ୍ତୁ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ।

Advertisment

ଆବଶ୍ୟକ ସାମଗ୍ରୀ

publive-image

ଅରୁଆ ଚାଉଳ, ନଡ଼ିଆ କୋରା, ଛୋଟ ଛୋଟ କଟା ହୋଇଥିବା ନଡ଼ିଆ, ଘିଅ, କାଜୁ, କିସ୍‌ମିସ୍‌, ଗୁଡ଼, ଚିନି ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଚାଉଳକୁ ଭିଜାଇ ଦିଅନ୍ତୁ। ୨ଘଣ୍ଟା ପରେ ପାଣିରୁ ଛାଣି ଅଳ୍ପ ଶୁଖାଇ ଦିଅନ୍ତୁ। ଏହାକୁ ଖରାରେ ଶୁଖାଇବେ ନାହିଁ। ଏହା ପରେ ଗ୍ରାଇଣ୍ଡଂ କରି ଚୁନା ପ୍ରସ୍ତୁତ କରି ଦିଅନ୍ତୁ। ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ଗୁଡ଼ ଏବଂ ଅଳ୍ନ ପାଣି ଦେଇ ଗୁଡ଼ ଅଠାଳିଆ ହେଲା ପର୍ଯ୍ୟନ୍ତ ଗୋଳାନ୍ତୁ। ଏଥିରେ ନଡ଼ିଆ କୋରା, ଚିନି, କଟା ନଡ଼ିଆ, ଭଜା ହୋଇଥିବା କାଜୁ, କିସ୍‌ମିସ୍‌, ଅଳ୍ପ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ଗୁଜୁରାତି ପକାଇ ଭଲରେ ଗୋଳାଇ ଦିଅନ୍ତୁ।

Advertisment

publive-image

ଏହା ପରେ ପୂର୍ବରୁ ତିଆରି ହୋଇ ରହିଥିବା ଚାଉଳ ଚୁନା ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଆଉ ଏକ କଡ଼େଇ ବସାଇ ଅଳ୍ପ ଘିଅ ଦେଇ ଭଲରେ ଗରମ କରି ଦିଅନ୍ତୁ। ଏବେ ସେଥିରେ ଗୋଳା ହୋଇଥିବା ଚାଉଳ ଚୁନାକୁ ପକାଇ ପୋଡ଼ ପିଠା ଆକୃତିର କରନ୍ତୁ। ଚାଉଳ ଚୁନା ପକାଇଲା ବେଳେ ଗ୍ୟାସ୍‌ କମ୍‌ ଆଞ୍ଚରେ ରଖିବେ।

publive-image

ଏବେ ଆପଣ ଗ୍ୟାସ୍‌କୁ କମ୍‌ ଆଞ୍ଚରେ ରଖି ଘୋଡ଼ଣୀ ଦେଇ ଘୋଡ଼ାଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ପିଠାକୁ ଏକ ଛୁରି ସାହାଯ୍ୟରେ ସିଝିଛି ନା ନାହିଁ ଦେଖନ୍ତୁ। ଯଦି ସିଝି ଯାଇଥିବ ତାହାଲେ ଆରପାଖକୁ ଓଲଟାଇ ଦିଅନ୍ତୁ। ଆପଣ ଚାହିଁଲେ ପିଠା ଓଲଟାଇଲା ବେଳେ ଅଳ୍ପ ଘିଅ ମଧ୍ୟ ଦେଇ ପାରିବେ।

ଏହାକୁ ୧୦ରୁ ୧୫ ମିନିଟ୍‌ ଯାଏ କମ୍‌ ଆଞ୍ଚରେ ରଖିଲା ପରେ ପ୍ରସ୍ତୁତ ହୋଇଯିବ ରଜ ସ୍ପେଶାଲ୍‌ ପୋଡ଼ ପିଠା। ଏହାକୁ ଥଣ୍ଡା ହେଲା ପରେ କାଟି ଅତିଥିଙ୍କୁ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe