/odisha-reporter/media/post_attachments/uploads/2019/11/rasabali.jpg)
rasabali
ଆବଶ୍ୟକ ସାମଗ୍ରୀ: ମାଣ୍ଡିଆ ଚୂନା, କ୍ଷୀର, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ଲୁଣ ଓ ଘିଅ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟାଇ ରାବିଡ଼ି ପ୍ରସ୍ତୁତ କରନ୍ତୁ। ଏବେ ମାଣ୍ଡିଆ ଚୂନାରେ ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ମୁତାବକ ପାଣି ଦେଇ ଆଣ ପ୍ରସ୍ତୁତ କରନ୍ତୁ।
ଆଣ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଗୋଲ ଗୋଲ କରି ବରାର ଆକାର ଦିଅନ୍ତୁ। ତା’ପରେ ଏକ ପ୍ୟାନ୍ ବା ତାୱାରେ ଘିଅ ଗରମ କରି ସେଗୁଡ଼ିକୁ ସେକନ୍ତୁ। ବର୍ତ୍ତମାନ ମାଣ୍ଡିଆ ପିଠାକୁ ଏକ ପାତ୍ରରେ ରଖି ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ରାବିଡ଼ିକୁ ପକାଇ ଦିଅନ୍ତୁ। ଏହାକୁ ଦଶ ପନ୍ଦର ମିନିଟ୍ ସେମିତି ଛାଡ଼ି ଦିଅନ୍ତୁ। ତା’ପରେ ପ୍ରସ୍ତୁତ ହୋଇଯିବ ‘ମାଣ୍ଡିଆ ରସାବଳି’।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
