Advertisment

ରାଶି ଆରିସା

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନା ବାଦାମ, ଗୁଡ଼, ନଡ଼ିଆ କୋରା ଓ ରିଫାଇନ୍ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜେଇ ଛାଣି ଚୂନା ପ୍ରସ୍ତୁତ କରନ୍ତୁ। ଚାଉଳକୁ ପାଣିରେ ଭିଜାଇବା ବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଭଲ ଭାବେ ଦଳି ଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ। ତା’ସହିତ କାଜୁ ବାଦାମ ଓ ଚିନା […]

ରାଶି ଆରିସା

rasi-arisha

Advertisment

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନା ବାଦାମ, ଗୁଡ଼, ନଡ଼ିଆ କୋରା ଓ ରିଫାଇନ୍ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜେଇ ଛାଣି ଚୂନା ପ୍ରସ୍ତୁତ କରନ୍ତୁ। ଚାଉଳକୁ ପାଣିରେ ଭିଜାଇବା ବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଭଲ ଭାବେ ଦଳି ଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ। ତା’ସହିତ କାଜୁ ବାଦାମ ଓ ଚିନା ବାଦାମକୁ ଭାଜି ରଖନ୍ତୁ।

ଏସବୁ ପ୍ରସ୍ତୁତି ଶେଷ ହେବା ପରେ ଏକ କଡ଼େଇରେ ପାଣି ଦେଇ ସେଥିରେ ଗୁଡ଼ ପକାଇ ଫୁଟାନ୍ତୁ। ଗୁଡ଼ ପାଣିରେ ମିଶି ଫୁଟିଯିବା ପରେ ସେଥିରେ ନଡ଼ିଆ କୋରା, ଭଜା ଚିନାବାଦାମ ଓ ଭଜା କାଜୁ ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୁଡ଼ ଅଠା ଧରିବା ପରେ ସେଥିରେ ପ୍ରସ୍ତୁତ ଚାଉଳ ଚୂନାକୁ ପକାଇ ଜନ୍ତଣୀ ପ୍ରସ୍ତୁତ କରନ୍ତୁ। ଏବେ ଏହି ଜନ୍ତଣୀକୁ ଛୋଟ ଛୋଟ ଗୁଳା କରି ଚାପି  ଆରିସା ପିଠାର ଆକୃତି ଦିଅନ୍ତୁ ଓ ଏଗୁଡ଼ିକର ଦୁଇ ପଟେ ରାଶି ଲଗାଇ ରିଫାଇନ୍‌ ତେଲରେ ଛାଣନ୍ତୁ। ଦୁଇ ପଟ ଲାଲ୍‌ ହୋଇଗଲେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ରାଶି ଆରିସା’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe