Advertisment

Odia food recipe: ‘ସଜନା ଶାଗ ମାଣ୍ଡିଆ ବରା’- Sajana saga mandia bara

ଆବଶ୍ୟକ ସାମଗ୍ରୀ: ସଜନା ଶାଗ ପିଆଜ-ଅଦା-ରସୁଣ ବଟା ନଡ଼ିଆ କୋରା ମାଣ୍ଡିଆ ଚୂନା ବେସନ ଚାଉଳ ଚୂନା ଲୁଣ ଦହି ଉଷୁମ ପାଣି ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସଜନା ଶାଗରେ ପିଆଜ-ଅଦା-ରସୁଣ ବଟା ଓ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜି ରଖି ଦିଅନ୍ତୁ। ଏବେ ଏକପାତ୍ରରେ ଦୁଇ ଭାଗ ମାଣ୍ଡିଆ ଚୂନା, ଏକ ଭାଗ ବେସନ, ଏକ ଭାଗ ଚାଉଳ ଚୂନା, ଲୁଣ, ଦହି ଓ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ […]

ଅଦ୍ୟତନ ହୋଇଛି
Odia food recipe: ‘ସଜନା ଶାଗ ମାଣ୍ଡିଆ ବରା’- Sajana saga mandia bara

bara

Advertisment

ଆବଶ୍ୟକ ସାମଗ୍ରୀ:

ସଜନା ଶାଗ

ପିଆଜ-ଅଦା-ରସୁଣ ବଟା

ନଡ଼ିଆ କୋରା

ମାଣ୍ଡିଆ ଚୂନା

ବେସନ

ଚାଉଳ ଚୂନା

ଲୁଣ

ଦହି

ଉଷୁମ ପାଣି

ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସଜନା ଶାଗରେ ପିଆଜ-ଅଦା-ରସୁଣ ବଟା ଓ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜି ରଖି ଦିଅନ୍ତୁ। ଏବେ ଏକପାତ୍ରରେ ଦୁଇ ଭାଗ ମାଣ୍ଡିଆ ଚୂନା, ଏକ ଭାଗ ବେସନ, ଏକ ଭାଗ ଚାଉଳ ଚୂନା, ଲୁଣ, ଦହି ଓ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ ଏବଂ କିଛି ସମୟ ସେମିତି ରଖିଦିଅନ୍ତୁ। ଏହାପରେ ମାଣ୍ଡିଆ ଚକଟାରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସଜନା ଶାଗ ଭଜାକୁ ପକାଇ ଚକଟନ୍ତୁ ଏବଂ ଏହାକୁ ଛୋଟ ଛୋଟ ଗୋଳା କରି ବରା ଆକାରର କରନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ତେଲ ଗରମ ସେଗୁଡ଼ିକୁ ଭାଜନ୍ତୁ। ଦୁଇପଟ ଲାଲ୍‌ ହୋଇଗଲେ ସେଗୁଡ଼ିକୁ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସଜନା ଶାଗ ମାଣ୍ଡିଆ ବରା’।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe