ଆବଶ୍ୟ ସାମଗ୍ରୀ: ନୁଡୁଲ୍, କଟା ପିଆଜ, କଟା ରସୁଣ, କଟା ଅଦା, କଟା ଗାଜର, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍, କଟା ପିଆଜ ସଣ୍ଢା, ରେଡ୍ ଚିଲି ସସ୍, ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍, ସେଜୁଆନ୍ ସସ୍, ମଇଦା, କର୍ଣ୍ଣଫ୍ଲୋର୍, ଲୁଣ ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନୁଡୁଲ୍କୁ ସିଝାଇ ସେଥିରେ କଟା ପିଆଜ, କଟା ଗାଜର, କଟା କ୍ୟାପ୍ସିକମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଏଥିରେ ସୋୟା ସସ୍, ସେଜୁଆନ୍ ସସ୍, ମଇଦା, କର୍ଣ୍ଣଫ୍ଲୋର୍, କଟା ଅଦା, କଟା ପିଆଜ ସଣ୍ଢା ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏହି ଚକଟା ନୁଡୁଲ୍କୁ ଗୋଲ୍ ଗୋଲ୍ କରି ବଲ୍ ଆକାରର କରି ଏହାକୁ କଞ୍ଚା ନୁଡୁଲ୍ର କୋଟିଂ ଦିଅନ୍ତୁ।
ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏହି ବଲ୍ ଗୁଡ଼ିକୁ ଛାଣିଦିଅନ୍ତୁ। ଏହା ପରେ କଡ଼େଇରେ ଅଳ୍ପ ତେଲ ଗରମ କରି କଟା ପିଆଜ, କଟା ରସୁଣ, କଟା ଅଦା, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍ ପକାଇ ଭାଜନ୍ତୁ। ଏଗୁଡ଼ିକ ଭାଜି ହୋଇଗଲେ ଏଥିରେ ରେଡ୍ ଚିଲି ସସ୍, ଚିଲି ସସ୍ ଟମାଟୋ ସସ୍, ସୋୟା ସସ୍, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହି ମସଲା ଫୁଟିବା ପରେ ସେଥିରେ ନୁଡୁଲ୍ ବଲ୍ ଗୁଡ଼ିକୁ ପକାନ୍ତୁ। ବଲ୍ ଗୁଡ଼ିକ ସହିତ ମସଲା ଭଲଭାବେ ମିଶିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ସୁପି ବଲ୍ସ'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।