Advertisment

ଜାଣନ୍ତୁ ଘରେ କିପରି ତିଆରି କରିବେ ଟେଷ୍ଟି ଆଇସ୍‌କ୍ରୀମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଦିନେ ସବୁବେଳେ ଥଣ୍ଡା ଥଣ୍ଡା କିଛି ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଯଦି ଫ୍ରିଜ୍‌ରେ ଆଇସ୍‌କ୍ରୀମ୍‌ ଥିବ, ତେବେ ଖୁସି କହିଲେ ନ ସରେ। ହେଲେ ତାହା ସରିଗଲା ପରେ ଆମେ ପୁଣି ଚାହିଁଥାଉ କେବେ ବଜାରରୁ ପୁଣି ଆଇସ୍‌କ୍ରୀମ୍‌ ଆସିବ। ଆଉ ଆମେ ଏହାର ମଜା ନେବୁ। ହେଲେ ଏହାକୁ ଘରେ କେବେ କରିବାକୁ ଚେଷ୍ଟା କରି ନ ଥାଉ।  କାରଣ ଆମ ମନରେ ଧାରଣା ରହି ଆସିଛି ଯେ, ଆଇସ୍‌କ୍ରୀମ୍‌ ତିଆରି […]

author-image
Rosalin Rath
ଅଦ୍ୟତନ ହୋଇଛି
ଜାଣନ୍ତୁ ଘରେ କିପରି ତିଆରି କରିବେ ଟେଷ୍ଟି ଆଇସ୍‌କ୍ରୀମ୍‌

v22

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଦିନେ ସବୁବେଳେ ଥଣ୍ଡା ଥଣ୍ଡା କିଛି ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଯଦି ଫ୍ରିଜ୍‌ରେ ଆଇସ୍‌କ୍ରୀମ୍‌ ଥିବ, ତେବେ ଖୁସି କହିଲେ ନ ସରେ। ହେଲେ ତାହା ସରିଗଲା ପରେ ଆମେ ପୁଣି ଚାହିଁଥାଉ କେବେ ବଜାରରୁ ପୁଣି ଆଇସ୍‌କ୍ରୀମ୍‌ ଆସିବ। ଆଉ ଆମେ ଏହାର ମଜା ନେବୁ। ହେଲେ ଏହାକୁ ଘରେ କେବେ କରିବାକୁ ଚେଷ୍ଟା କରି ନ ଥାଉ।  କାରଣ ଆମ ମନରେ ଧାରଣା ରହି ଆସିଛି ଯେ, ଆଇସ୍‌କ୍ରୀମ୍‌ ତିଆରି କରିବା କଷ୍ଟ ହୋଇଥାଏ। ତେବେ ବହୁତ କମ୍‌ ଜିନିଷରେ ଏବଂ ଘରେ କିପରି ଆଇସ୍‌କ୍ରୀମ୍‌ ତିଆରି କରି ହେବ ସେ ସମ୍ପର୍କରେ ଆଜି ଶିଖିବା। ତେବେ ଆପଣ ଖରା ଦିନେ ଥଣ୍ଡା ଖାଇବା ପାଇଁ ବାହାରକୁ ନ ଯାଇ ଘରେ ହିଁ ତିଆରି କରନ୍ତୁ ଆଇସ୍‌କ୍ରୀମ୍‌। ଏବଂ ଯେତେ ଇଚ୍ଛା ସେତେ ମନ ଭରି ଖାଆନ୍ତୁ।

Advertisment

publive-image

ଜାଣିରଖନ୍ତୁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ

ଭାନିଲା ଏସେନ୍ସ, ଥଣ୍ଡା ହୋଇଥିବା ଗାଢ଼ା କ୍ରୀମ୍‌ ଏବଂ କନ୍‌ଡେନ୍‌ସ୍‌ ମିଲ୍କ।

ପ୍ରସ୍ତୁତି ପ୍ରଣାଳି       

ଆପଣ ଭାନିଲା ଏସେନ୍ସ , ଥଣ୍ଡା ହୋଇଥିବା ଗାଢ଼ା କ୍ରୀମ୍‌ ଏବଂ କନ୍‌ଡେନ୍‌ସ୍‌ ମିଲ୍କକୁ ମିକ୍ସ କରିବା ପାଇଁ  ମିକ୍ସର ନେବେ। ଆପଣଙ୍କ ପାଖରେ ଯଦି ଆଇସ୍‌ସ୍କ୍ରୀମ୍‌ ମିକ୍ସ କରିବା ପାଇଁ ମିକ୍ସର ନାହିଁ ବଜାରରେ ମିଳୁଥିବା ହ୍ୟାଣ୍ଡ ମିକ୍ସର ବ୍ୟବହାର କରିପାରିବେ। ଏବଂ ଆଇସ୍‌କ୍ରୀମ୍‌ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଆପଣଙ୍କୁ ଅତି ସହଜରେ ବଜାରରେ ମିଳିଯିବ।

publive-image

ପ୍ରଥମେ ମିକ୍ସ କରିବାକୁ ଥିବା ପାତ୍ରକୁ ଗୋଟେ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖି ଥଣ୍ଡା କରିଦିଅନ୍ତୁ। ତା’ ପରେ ପାତ୍ରକୁ ବାହାରକୁ ଆଣି ସେଥିରେ ଥଣ୍ଡା କ୍ରୀମ୍‌ ପକାନ୍ତୁ। ଆଉ କ୍ରୀମ୍‌କୁ ମିକ୍ସ କରନ୍ତୁ। କ୍ରୀମ୍‌ ପୂରା ନରମ ଏବଂ ହାଲୁକା ହେବା ଯାଏ ମିକ୍ସ କରନ୍ତୁ। ଯେତେବେଳେ କ୍ରୀମ୍‌ ପୂରା ହାଲୁକା ହେଇଯିବ ସେତେବେଳେ ଥଣ୍ଡା କନ୍‌ଡେନ୍‌ସ୍‌ ମିଲ୍କ ପକାଇ ପୁଣି ମିକ୍ସ କରନ୍ତୁ।

Advertisment

publive-image

ଏହା ପରେ ଅଳ୍ପ ଭାନିନା ଏସେନ୍ସ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ତା ପରେ ଏହାକୁ ପବନ ଭିତରକୁ ଯାଇ ନପାରୁ ନଥିବା ଏକ ଡବାରେ ଢ଼ାଳନ୍ତୁ, ଏବଂ ଫ୍ରିଜ୍‌ରେ ୭ରୁ ୮ ଘଣ୍ଟା ଯାଏ ରଖିଦିଅନ୍ତୁ। ଆପଣ ଏହାକୁ ପୂରା ରାତି ମଧ୍ୟ ଫିଜ୍‌ରେ ରଖିପାରିବେ। ତା ପରେ ଆଇସ୍‌କ୍ରୀମ୍‌ ପୂରା ସେଟ୍‌ ହେଇଯିବ। ଏହାକୁ ଏକ ପାତ୍ରକୁ କାଢ଼ି ଗରମ୍‌ ଦିନେ ଥଣ୍ଡା ଥଣ୍ଡା ଆଇସ୍‌କ୍ରୀମ୍‌ର ମଜା ନିଅନ୍ତୁ।