Advertisment

ଘରେ କେଉଁଠି ଆଇନା ଲଗାଇଲେ ଶୁଭ, କେଉଁଠି ଅଶୁଭ

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖୁ। କିନ୍ତୁ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ରଖାଯିବା ଉଚିତ୍। କାରଣ ଏହା ଉଭୟ ଶୁଭ ଓ ଅଶୁଭ ଫଳ ଦେଇଥାଏ। ଭୁଲ୍ ଦିଗ ବା ଭୁଲ୍ ସ୍ଥାନରେ ଏହାକୁ ରଖିଲେ ଘରେ ଅଶାନ୍ତି ଦେଖାଯାଏ। କିନ୍ତୁ ସଠିକ୍ ସ୍ଥାନରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୁଏ। ତା’ହେଲେ ଜାଣି ନିଅନ୍ତୁ ଦର୍ପଣକୁ ଘରେ ରଖିବେ କେମିତି। ୧. ଘରର ଐଶାନ୍ୟ(ଉତ୍ତର-ପୂର୍ବ) କୋଣରେ ଦର୍ପଣର ଉପସ୍ଥିତି ଲାଭଦାୟକ ହୋଇଥାଏ। […]

ଘରେ କେଉଁଠି ଆଇନା ଲଗାଇଲେ ଶୁଭ, କେଉଁଠି ଅଶୁଭ

mirror

Advertisment

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖୁ। କିନ୍ତୁ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ରଖାଯିବା ଉଚିତ୍। କାରଣ ଏହା ଉଭୟ ଶୁଭ ଓ ଅଶୁଭ ଫଳ ଦେଇଥାଏ। ଭୁଲ୍ ଦିଗ ବା ଭୁଲ୍ ସ୍ଥାନରେ ଏହାକୁ ରଖିଲେ ଘରେ ଅଶାନ୍ତି ଦେଖାଯାଏ। କିନ୍ତୁ ସଠିକ୍ ସ୍ଥାନରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୁଏ। ତା’ହେଲେ ଜାଣି ନିଅନ୍ତୁ ଦର୍ପଣକୁ ଘରେ ରଖିବେ କେମିତି।

Advertisment

୧. ଘରର ଐଶାନ୍ୟ(ଉତ୍ତର-ପୂର୍ବ) କୋଣରେ ଦର୍ପଣର ଉପସ୍ଥିତି ଲାଭଦାୟକ ହୋଇଥାଏ।

୨. ଦର୍ପଣକୁ କେବେ ‍ବି ଝରକା ଓ କବାଟ ଆଡ଼କୁ ମୁହଁ କରି ରଖନ୍ତୁ ନାହିଁ। ଛୋଟ ଓ ସଂକୁଚିତ ଜାଗାରେ ଦର୍ପଣ ରଖିବା ଦ୍ୱାରା ଘର ଉପରେ ଶୁଭ ପ୍ରଭାବ ପଡ଼ିଥାଏ।

୩. ଡାଇନିଂ ରୁମ୍‌ଟି ଛୋଟ ହୋଇଥିଲେ ଏହାର ଚାରି କାନ୍ଥରେ ଦର୍ପଣଥିବା ଟାଇଲସ୍ ଲଗାନ୍ତୁ। ଏପରି କଲେ ଆପଣଙ୍କୁ ଲାଗିବ ନାହିଁ ଯେ ଆପଣ ଅତିଥିଙ୍କ ସହିତ ଛୋଟ ରୁମ୍‌ରେ ବସିଛନ୍ତି।

Advertisment

୪. ରୁମ୍‌ରେ ଦୁଇଟି କାନ୍ଥରେ ଦର୍ପଣକୁ ସାମ୍ନାସାମ୍ନି କରି ରଖନ୍ତୁ ନାହିଁ।  ଏହା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୁଏ।

୫. ଦର୍ପଣକୁ କାଟି ଆପଣଙ୍କ ପସନ୍ଦ ଅନୁସାରେ ଉପଯୋଗ କରନ୍ତୁ ନାହିଁ।

୬. ଘରର କୌଣସି ସ୍ଥାନ ସାଧାରଣ ଆକାରର ନ ଥିଲେ ଅବା ଅନ୍ଧାରିଆ ହୋଇଥିଲେ ସେଠାରେ ଗୋଲାକାର ଦର୍ପଣ ରଖନ୍ତୁ।

୭. ଘର ବାହାରେ ଯଦି ବିଦ୍ୟୁତ୍ ଖୁଣ୍ଟ, ଉଚ୍ଚ କୋଠା, ଅଦରକାରୀ ଗଛ ରହିଛି ଓ ଏଥିଯୋଗୁଁ ଆପଣ ଚାପଗ୍ରସ୍ତ ମନେ କରୁଛନ୍ତି, ତା’ହେଲେ ସେଗୁଡ଼ିକୁ ମୁହଁ କରି ଏକ ଉତ୍ତଳ ଦର୍ପଣ ଲଗାନ୍ତୁ।

୮. ଦର୍ପଣକୁ କାନ୍ଥରେ ଲଗାଇବା ସମୟରେ ଅଧତ୍କ ତଳେ କିମ୍ବା ଅଧିକ ଉପରେ ଲଗାନ୍ତୁ ନାହିଁ। ନଚେତ ଘର ଲୋକେ ମୁଣ୍ଡ ବିନ୍ଧା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

୯.ଶୟନ କକ୍ଷରେ ବେଡ୍‌ ସମ୍ମୁଖରେ ଦର୍ପଣ ରଖିଥିଲେ ହଟାଇ ଦିଅନ୍ତୁ। ଏହା ବୈବାହିକ ଜୀବନରେ ଫାଟ ସୃଷ୍ଟି କରେ।

୧୦. ଘରର ଐଶାନ୍ୟ କୋଣରେ ଉତ୍ତର ଅବା ପୂର୍ବ ଦିଗରେ ଥିବା  ୱାସିଂ ବେସିନ୍ ଉପରେ ଦର୍ପଣ ଲଗାନ୍ତୁ। ଏହା ଶୁଭ ଫଳଦାୟକ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe