Advertisment

Odia food Recipe: ଆଳୁ ମଖନି- Know the recipe of Aloo Makhni

ଆବଶ୍ୟକ ସାମଗ୍ରୀ: ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍‌ କ୍ରିମ୍, ତେଲ, ଘିଅ ଓ ଲୁଣ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଧୋଇ ଚୋପା ଚାଞ୍ଛି କାଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ଆଳୁକୁ ଫ୍ରାଏ କରନ୍ତୁ। […]

author-image
Chinmayee Roy
ଅଦ୍ୟତନ ହୋଇଛି
Odia food Recipe: ଆଳୁ ମଖନି- Know the recipe of Aloo Makhni

aloo makhni

ଆବଶ୍ୟକ ସାମଗ୍ରୀ:

ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍‌ କ୍ରିମ୍, ତେଲ, ଘିଅ ଓ ଲୁଣ।

Advertisment

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଧୋଇ ଚୋପା ଚାଞ୍ଛି କାଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ଆଳୁକୁ ଫ୍ରାଏ କରନ୍ତୁ। ମନେ ରଖିବେ ଏଗୁଡ଼ିକୁ ବେଶୀ ଲାଲ୍ କରିବେ ନାହିଁ। ଆଳୁ ଗୋଲ୍ଡେନ୍ କଲର ହୋଇଆସିଲେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ।

ଏହା ପରେ ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ସେଥିରେ କଟା ପିଆଜ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ସେଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ଅଦା-ରସୁଣ-କାଜୁ ପେଷ୍ଟ୍ ପକାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ। ଏହା ପରେ ଫ୍ରାଏ କରି ରଖିଥିବା ଆଳୁକୁ ପକାଇ ଆଉ କିଛି ସମୟ ମସଲାକୁ କଷନ୍ତୁ।

Advertisment

ମସଲା ଭଲ ଭାବେ କଷି ହୋଇଗଲେ ଗ୍ୟାସ୍‌ର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି, ଅଳ୍ପ ଫ୍ରେଶ୍ କ୍ରିମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ସିଝିବା ପାଇଁ ଏହାକୁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଆଲୁ ମଖନି’। ଏହା ଉପରେ ଧନିଆ ପତ୍ର ଓ ଅଳ୍ପ କ୍ରିମ୍ ପକାଇ ସଜାଇ ଦିଅନ୍ତୁ ଓ ଗରମ ଗରମ ପୁରୀ କିମ୍ବା ପରଟା ସହିତ ପରଷନ୍ତୁ।

Odia Food Recipe Orissa Food