Advertisment

ଲାଉ ପଲାଉ- Lauki pulao recipe in Odia

ଆବଶ୍ୟକ ସାମଗ୍ରୀ ଲାଉ ଗ୍ରୀନ୍‌ ମଟର ଗାଜର ତେଲ ଜିରା ଧନିଆ ଚିନି ଧନିଆ ପତ୍ର ଲେମ୍ବୁ କଞ୍ଚା ଲଙ୍କା ପୁଦିନା ପତ୍ର ବାସୁମତି ଚାଉଳ ଗୁଜୁରାତି ଡାଲଚିନି କସ୍ତୁରୀ ମେଥି କିସ୍‌ମିସ୍‌ କାଜୁ ବାଦାମ ତେଜପତ୍ର ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଲାଉକୁ କୋରି ତାକୁ ଭଲ ଭାବେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ।  (ମନେ ରଖିବେ ଲାଉରୁ ବାହାରୁଥିବା ପାଣିରୁ କିଛି ଏକ ପାତ୍ରରେ ରଖିବେ। ସବୁ ଫୋପାଡ଼ି ଦେବେନି।) ଏହାପରେ ବାସୁମତି […]

author-image
Biswobandita Swain
ଅଦ୍ୟତନ ହୋଇଛି
ଲାଉ ପଲାଉ- Lauki pulao recipe in Odia

paloa

ଆବଶ୍ୟକ ସାମଗ୍ରୀ

  • ଲାଉ
  • ଗ୍ରୀନ୍‌ ମଟର
  • ଗାଜର
  • ତେଲ
  • ଜିରା
  • ଧନିଆ
  • ଚିନି
  • ଧନିଆ ପତ୍ର
  • ଲେମ୍ବୁ
  • କଞ୍ଚା ଲଙ୍କା
  • ପୁଦିନା ପତ୍ର
  • ବାସୁମତି ଚାଉଳ
  • ଗୁଜୁରାତି
  • ଡାଲଚିନି
  • କସ୍ତୁରୀ ମେଥି
  • କିସ୍‌ମିସ୍‌
  • କାଜୁ ବାଦାମ
  • ତେଜପତ୍ର
  • ଲୁଣ
Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଲାଉକୁ କୋରି ତାକୁ ଭଲ ଭାବେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ।  (ମନେ ରଖିବେ ଲାଉରୁ ବାହାରୁଥିବା ପାଣିରୁ କିଛି ଏକ ପାତ୍ରରେ ରଖିବେ। ସବୁ ଫୋପାଡ଼ି ଦେବେନି।) ଏହାପରେ ବାସୁମତି ଚାଉଳକୁ ଧୋଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଲାଉ କୋରାକୁ ଭଲ ଭାବେ ଭାଜି ଦିଅନ୍ତୁ।

କଡ଼େଇରେ ପୁଣି ତେଲ ଗରମ କରି ଜିରା, ଗୋଲ ମରିଚ, ଗୁଜୁରାତି, କଟା ଗାଜର, ଗ୍ରୀନ୍‌ ମଟର, କାଜୁ ବାଦାମ ଓ କିସ୍‌ମିସ୍‌ ପକାଇ ଭାଜନ୍ତୁ। ଏସବୁ ଭାଜି ହୋଇଯିବା ପରେ ସେଥିରେ ଧୋଇ ରଖିଥିବା ବାସୁମତି ଚାଉଳକୁ ପକାଇ ଭାଜନ୍ତୁ। ଚାଉଳ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ଲାଉ ରସ ଓ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ।

Advertisment

ପାଣି ଫୁଟିବା ପରେ ଭଜା ଲାଉ, ଅଳ୍ପ ଚିନି, ଲୁଣ, ପୁଦିନା ପତ୍ର, କସ୍ତୁରୀ ମେଥି, ଘିଅ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଧନିଆ ପତ୍ର ଓ ଗରମ ମସଲା ପକାନ୍ତୁ। ଏହା ପରେ କଡ଼େଇକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଲାଉ ପଲାଉ’।

Odia Food Recipe Orissa Food