Advertisment

ବଟର୍‌ ଚିକେନ୍‌ ଏଗ୍‌ ରୋଲ୍‌- କରିବା ଟିକେ କଷ୍ଟ, କିନ୍ତୁ ପାଟିକୁ ଭାରି ସ୍ୱାଦିଷ୍ଟ

ଆବଶ୍ୟକ ସାମଗ୍ରୀ- ବୋନ୍‌ଲେସ୍‌ ଚିକେନ୍‌, ରସୁଣ, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫ୍ରେସ୍ କ୍ରିମ୍‌, ଲହୁଣି, ଲବଙ୍ଗ, ପିଆଜ, ଟମାଟୋ, ଲାଲ୍‌ କ୍ୟାପ୍‌ସିକମ୍‌, ମଇଦା, ଅଣ୍ଡା, ପାଣି, ଅଟା ଓ ତେଲ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ରସୁଣ, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା, ଫ୍ରେସ୍ କ୍ରିମ୍‌ ନେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହି ସବୁ ସାମଗ୍ରୀକୁ ମ୍ୟାରିନେଟ୍‌ ହେବା ପାଇଁ ୩୦ […]

ବଟର୍‌ ଚିକେନ୍‌ ଏଗ୍‌ ରୋଲ୍‌- କରିବା ଟିକେ କଷ୍ଟ, କିନ୍ତୁ ପାଟିକୁ ଭାରି ସ୍ୱାଦିଷ୍ଟ

BUT

Advertisment

ଆବଶ୍ୟକ ସାମଗ୍ରୀ- ବୋନ୍‌ଲେସ୍‌ ଚିକେନ୍‌, ରସୁଣ, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫ୍ରେସ୍ କ୍ରିମ୍‌, ଲହୁଣି, ଲବଙ୍ଗ, ପିଆଜ, ଟମାଟୋ, ଲାଲ୍‌ କ୍ୟାପ୍‌ସିକମ୍‌, ମଇଦା, ଅଣ୍ଡା, ପାଣି, ଅଟା ଓ ତେଲ।

Advertisment

publive-imageପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ରସୁଣ, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା, ଫ୍ରେସ୍ କ୍ରିମ୍‌ ନେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହି ସବୁ ସାମଗ୍ରୀକୁ ମ୍ୟାରିନେଟ୍‌ ହେବା ପାଇଁ ୩୦ ମିନିଟ୍‌ ଛାଡ଼ି ଦିଅନ୍ତୁ।

ଏବେ ଏକ କଡ଼େଇରେ ୫୦ ଗ୍ରାମ୍‌ ଲହୁଣି ଗରମ କରନ୍ତୁ ଏବଂ ଏଥିରେ ଲବଙ୍ଗ ଓ ପିଆଜ ପକାଇ ଗୋଲ୍ଡେନ୍‌ ହେବା ଯାଏ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ସିଝାଇ ଓ ଚୋପା ଛଡ଼ାଇ ରଖିଥିବା ଟମାଟୋକୁ ପକାନ୍ତୁ ଓ ମସଲାରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍‌ ଫ୍ରାଏ କରନ୍ତୁ। କିଛି ସମୟରେ ଏଥିରେ ଲୁଣ, ଲାଲ୍‌ କ୍ୟାପ୍‌ସିକମ୍‌ ଓ ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପରେ ଗ୍ୟାସ୍‌ ବନ୍ଦ କରି ଏହି ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରନ୍ତୁ।

Advertisment

ଏବେ ପୁଣି ଗ୍ୟାସ୍ ଲଗାଇ ସେଥିରେ କଡ଼େଇ ବସାନ୍ତୁ। ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟକୁ କଡ଼େଇ ଢାଳି ଦିଅନ୍ତୁ। ଏହା ପରେ ମ୍ୟାରିନେଟ୍‌ ଚିକେନ୍‌କୁ ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ଘୋଡ଼ାଇ ଚିକେନ୍‌କୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍‌ ସିଝି ଯିବା ପରେ ଏଥିରେ ଫ୍ରେସ୍ କ୍ରିମ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। ତା’ପରେ ଏହାକୁ ପ୍ଲେଟ୍‌କୁ ବାହାର କରନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ୨ଟି ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ତା’ପରେ ଅଳ୍ପ ପାଣି ଦେଇ ବହଳିଆ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ।

ଏବେ ଅନ୍ୟ ଏକ ପାତ୍ରରେ ଅଳ୍ପ ଲହୁଣି ଗରମ କରନ୍ତୁ। ଏଥିରେ ମଇଦା ମିଶ୍ରଣ ପକାଇ ଚାରିଆଡ଼କୁ ବିସ୍ତାର କରନ୍ତୁ। ୨ରୁ ୩ ମିନିଟ୍‌ ଯାଏ ଏହାକୁ ମଧ୍ୟମ ଆଞ୍ଚରେ ସିଝାଇବା ପରେ ଧୀରେ ଧୀରେ ଏହାକୁ ଓଲଟାନ୍ତୁ। ଏହା ଦୁଇ ପାର୍ଶ୍ୱରୁ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ ଓ ଏହା ଉପରେ ବଳକା ଲହୁଣି ପକାନ୍ତୁ। ଲହୁଣି ପକାଇବା ପରେ କିଛି ମକା ଅଟା ପେଷ୍ଟ ଏହା ଉପରେ ବୋଳି ଦିଅନ୍ତୁ। ଏବେ ଏହି ରୋଲ୍‌ ଶିଟ୍‌ ଉପରେ ଚିକେନ୍‌ ମିଶ୍ରଣ ରଖନ୍ତୁ। ତା’ପରେ ରୋଲ୍‌ ସିଟ୍‌କୁ କୋଣରୁ ମୋଡ଼ି ଟାଇଟ୍‌ କରି ରୋଲ୍‌ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଗୋଲ୍ଡେନ୍‌ କଲର୍‌ ଓ କ୍ରିସ୍ପି ହେବା ଯାଏ ଫ୍ରାଏ କରନ୍ତୁ। ତା’ପରେ ଏହାକୁ ଟିସୁ ପେପରକୁ ବାହାର କରି ଦିଅନ୍ତୁ। ଫଳରେ ଏଥିରୁ ଅତିରିକ୍ତ ତେଲ ବାହାରିଯିବ। ଏବେ ଏହାକୁ ମଝିରୁ କାଟି ଦୁଇ ଖଣ୍ଡ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବଟର ଚିକେନ୍‌ ଏଗ୍‌ ରୋଲ୍‌। ଏହାକୁ ମନ ପସନ୍ଦର ଚଟଣି ସହିତ ଗରମ ଗରମ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe