Advertisment

ଛଚିନ୍ଦ୍ରା ଲଟ୍‌ପଟ୍

ଆବଶ୍ୟକ ସାମଗ୍ରୀ: ଛଚିନ୍ଦ୍ରା, ଚାଉଳ ଗୁଣ୍ଡ, ବେସନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଟମାଟୋ ସସ୍, ପିଆଜ, କଟା ଅଦା, କଟା ରସୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଏବଂ ଟମାଟୋ ପ୍ୟୁରୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛଚିନ୍ଦ୍ରାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ମନେ ରଖିବେ ଅତି ଛୋଟ କରିବେ ନାହିଁ। ତା’ପରେ ଏଥିରେ ଚାଉଳ ଗୁଣ୍ଡ, ବେସନ, ଲୁଣ, ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ […]

author-image
Biswobandita Swain
ଛଚିନ୍ଦ୍ରା ଲଟ୍‌ପଟ୍

food-final

ଆବଶ୍ୟକ ସାମଗ୍ରୀ: ଛଚିନ୍ଦ୍ରା, ଚାଉଳ ଗୁଣ୍ଡ, ବେସନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଟମାଟୋ ସସ୍, ପିଆଜ, କଟା ଅଦା, କଟା ରସୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଏବଂ ଟମାଟୋ ପ୍ୟୁରୀ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛଚିନ୍ଦ୍ରାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ମନେ ରଖିବେ ଅତି ଛୋଟ କରିବେ ନାହିଁ। ତା’ପରେ ଏଥିରେ ଚାଉଳ ଗୁଣ୍ଡ, ବେସନ, ଲୁଣ, ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଛଚିନ୍ଦ୍ରାକୁ ପକାଇ ଛାଣନ୍ତୁ।

ଛଚିନ୍ଦ୍ରା ଛାଣି ସାରିବା ପରେ ଆଉ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ, ଲଙ୍କା ଗୁଣ୍ଡ, କଟା ଅଦା, କଟା ରସୁଣ ଓ ଲୁଣ ପକାଇ ଭାଜନ୍ତୁ। ଏସବୁ ଭାଜି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ, ଜିରା ଗୁଣ୍ଡ ଏବଂ ଧନିଆ ଗୁଣ୍ଡ ପକାଇ କଷନ୍ତୁ। ତା’ପରେ ମସଲାରେ କଟା କଞ୍ଚା ଲଙ୍କା ଏବଂ ଟମାଟୋ ପ୍ୟୁରୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମସଲାକୁ ଦୁଇ ତିନି ମିନିଟ୍‌ ଭଲ ଭାବେ କଷିଲା ପରେ ସେଥିରେ ଟମାଟୋ ସସ୍‌ ପକାନ୍ତୁ ଏବଂ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଛଣା ଯାଇଥିବା ଛଚିନ୍ଦ୍ରାକୁ ପକାଇ ଅଳ୍ପ ସମୟ ପାଇଁ କଷି ଦିଅନ୍ତୁ। ତା’ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛଚିନ୍ଦ୍ରା ଲଟ୍‌ପଟ୍।

Advertisment