Advertisment

ଘରେ ତିଆରି କରନ୍ତୁ ଧନିଆପତ୍ର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଗୋଟା ଗୋଲ ମରିଚ, ଅଦା ରସୁଣ ପେଷ୍ଟ୍‌, ଦହି, ଗୋଲ ମରିଚ ପାଉଡର, ଲୁଣ, ଗରମ ମସଲା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ପତ୍ର ଓ କଞ୍ଚା ଲଙ୍କା ବଟା, ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ […]

ଅଦ୍ୟତନ ହୋଇଛି
ଘରେ ତିଆରି କରନ୍ତୁ ଧନିଆପତ୍ର ଚିକେନ୍‌

CHIKEN

Advertisment

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଗୋଟା ଗୋଲ ମରିଚ, ଅଦା ରସୁଣ ପେଷ୍ଟ୍‌, ଦହି, ଗୋଲ ମରିଚ ପାଉଡର, ଲୁଣ, ଗରମ ମସଲା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ପତ୍ର ଓ କଞ୍ଚା ଲଙ୍କା ବଟା, ରିଫାଇନ୍‌ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।

ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା-ରସୁଣ ପେଷ୍ଟ୍‌, ଗରମ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ଗୋଲ ମରିଚ, ଗୋଲ ମରିଚ ପାଉଡର ପକାନ୍ତୁ ଓ କଷନ୍ତୁ। ଅଳ୍ପ ପାଣି ମଧ୍ୟ ପକାଇ ପାରିବେ।

Advertisment

ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ଚିକେନ୍‌କୁ ମସଲାରେ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏବେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଦେଖୁ ଥଆନ୍ତୁ। ଚିକେନ୍‌ରୁ ପାଣି ମରି ଯିବା ପରେ ଏହାକୁ ଅଳ୍ପ ସମୟ କଷନ୍ତୁ। ମାଂସ ଯଦି ସିଝି ଯାଇଥିବ, ତା’ହେଲେ ଆଉ ସେଥିରେ ପାଣି ଦିଅନ୍ତୁ ନାହିଁ।

ଏବେ ସେଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ବଟା ପକାନ୍ତୁ। ଏହାପରେ ବସା ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଅଳ୍ପ ସମୟ ଚୁଲିରେ ବସାନ୍ତୁ।

ଏବେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଧନିଆପତ୍ର ଚିକେନ୍‌। ଆପଣ ଚାହିଁଲେ ସଜେଇବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe