bhagat-singh1
ଆବଶ୍ୟକସାମଗ୍ରୀ
- ମଟନ୍
- ହଳଦୀ ଗୁଣ୍ଡ
- ଲଙ୍କା ଗୁଣ୍ଡ
- ସୋରିଷ ତେଲ
- ଲୁଣ
- ବସାଦହି
- ପାନ ମଧୁରୀ ଗୁଣ୍ଡ
- ଡାଲଚିନି ଗୁଣ୍ଡ
- ଅଦା ପେଷ୍ଟ୍
- ଲବଙ୍ଗ
- ଗୁଜରାତି ଗୁଣ୍ଡ
- ହେଙ୍ଗୁ
- ଧନିଆ ଗୁଣ୍ଡ
- ଜିରା ପାଉଡର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ୍ ପକାନ୍ତୁ। ଅଦା ପେଷ୍ଟ୍ ଟିକେ ଲାଲ୍ ହେବା ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାନ୍ତୁ।
ମସଲା ଟିକେ ଫ୍ରାଏ ହୋଇଯିବା ପରେ ସେଥିରେ ମଟନ୍ ପକାଇ କଷନ୍ତୁ। ମଟନ ଅଳ୍ପ କଷି ହେଲା ପରେ ସେଥିରେ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ।
ତା’ ପରେ ସେଥିରେ ବସାଦହି ପକାଇ ଗୋଳାନ୍ତୁ। ଟିକେ ସମୟ କଷିବା ପରେ ସେଥିରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ମାଂସ ସିଝି ଯିବା ପରେ ପାତ୍ରକୁ ଚୁଲିରୁ ଓହ୍ଲାଇ ଆଣନ୍ତି। ଏବେ ସେଥିରେ ଗୁଜରାତି ଗୁଣ୍ଡ ଓ ଲବଙ୍ଗ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବସାଦହି ମଟନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/bhagat-singh1-1.jpg)