ପ୍ରସ୍ତୁତ କରନ୍ତୁ ଦେଶୀ ଆଳୁ ଗୋଲାପ କ୍ଷିରୀ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ପ୍ରାୟ ଚାଉଳ କ୍ଷିରୀ  ପ୍ରସ୍ତୁତ କରି ଖାଇଥାଉ। ପୂଜା ପର୍ବରେ ଆମ ଘରେ ଅରୁଆ ଚାଉଳରେ ହିଁ କ୍ଷିରୀ  ପ୍ରସ୍ତୁତ ହୋଇଥାଏ। ତେବେ ଆପଣଙ୍କୁ ଏହି ଦେଶୀ ଆଳୁ ଗୋଲାପ କ୍ଷିରୀ  ନାମ ଟିକେ ଭିନ୍ନ ଲାଗୁଥାଇ ପାରେ, ହେଲେ ଏହାର ନାମ ଶୁଣି ଆପଣ ଭାବୁଛନ୍ତି କି, ଏହା ତିଆରି କରିବା କଷ୍ଟ ହୋଇଥିବ। ଆପଣ ଯଦି ଏହା ଭାବୁଛନ୍ତି ତାହାଲେ ପୁରା ପୁରି ଭୁଲ ଭାବୁଛନ୍ତି। ଏହାକୁ ପ୍ରସ୍ତୁତ କରିବା […]

211

211

Rosalin Rath
  • Published: Monday, 13 May 2019
  • Updated: 13 May 2019, 01:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ପ୍ରାୟ ଚାଉଳ କ୍ଷିରୀ  ପ୍ରସ୍ତୁତ କରି ଖାଇଥାଉ। ପୂଜା ପର୍ବରେ ଆମ ଘରେ ଅରୁଆ ଚାଉଳରେ ହିଁ କ୍ଷିରୀ  ପ୍ରସ୍ତୁତ ହୋଇଥାଏ। ତେବେ ଆପଣଙ୍କୁ ଏହି ଦେଶୀ ଆଳୁ ଗୋଲାପ କ୍ଷିରୀ  ନାମ ଟିକେ ଭିନ୍ନ ଲାଗୁଥାଇ ପାରେ, ହେଲେ ଏହାର ନାମ ଶୁଣି ଆପଣ ଭାବୁଛନ୍ତି କି, ଏହା ତିଆରି କରିବା କଷ୍ଟ ହୋଇଥିବ।

ଆପଣ ଯଦି ଏହା ଭାବୁଛନ୍ତି ତାହାଲେ ପୁରା ପୁରି ଭୁଲ ଭାବୁଛନ୍ତି। ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ ଖାଇବାରେ ମଧ୍ୟ ଚାଉଳ କ୍ଷିରୀ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ। ତେବେ ଏଥିରେ ପଡ଼ିଥିବା ଗୋଲାପ ପାଖୁଡ଼ା କ୍ଷିରୀର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏହା କିପରି ପ୍ରସ୍ତୁତ କରାଯାଏ ପଢ଼ନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

ଦେଶୀ ଆଳୁ ବା ଖମ୍ବ ଆଳୁ, ଥଣ୍ଡା ପାଣି, କ୍ଷୀର, ତେଲ, ଲୁଣ, ତାଳ ଗୁଡ଼, ଖୁଆ, ଦେଶୀ ଗୋଲାପ ପାଖୁଡ଼ା, ଅଖ୍‌ରୋଟ୍‌ ଏବଂ ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଦେଶୀ ଆଳୁର ଚୋପା ସଫା କରି ଭଲରେ ଧୋଇ ଦିଅନ୍ତୁ। ଏହାକୁ ଏବେ କୋରି ଥଣ୍ଡା ପାଣିରେ ପକାନ୍ତୁ। ଥଣ୍ଡା ପାଣିରେ ଦେଶୀ ଆଳୁକୁ କୋରି ପକାଇଲେ ଆଳୁ କଳା ପଡ଼ିବ ନାହିଁ ଏବଂ ଏହା ନାଳୁଆ ହେବ ନାହିଁ।  କିଛି ସମୟ ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏହା ପରେ ଆପଣ ଏକ ପାତ୍ରରେ କ୍ଷୀର ନେଇ ଗ୍ୟାସ୍‌ରେ ବସାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହି ସମୟରେ ଗ୍ୟାସ୍‌ର ଅନ୍ୟ ଏକ ପାଖରେ ତାୱା ବସାଇ ସେଥିରେ ତେଲ ଦିଅନ୍ତୁ।

ତେଲ ଗରମ ହେଲା ପରେ କୋରା ହୋଇଥିବା ଆଳୁକୁ ପିଠା ଭଳି କରନ୍ତୁ। ପିଠାର ଗୋଟେ ପାଖ ସିଝିଗଲେ ଆର ପାଖ ଓଲଟାଇ ଦୁଇ ପାଖ ଭଲରେ ଭାଜି ଦିଅନ୍ତୁ। ଭାଜି ସାରିଲା ପରେ ସେଥିରେ ଅଳ୍ପ ଲୁଣ ସିଞ୍ଚନ କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଏବେ ପୂର୍ବରୁ ଫୁଟୁଥିବା କ୍ଷୀରରେ ତାଳ ଗୁଡ଼, ଖୁଆ ଦୁଇ ଚାମଚ, ଗୋଲାପ ପାଖୁଡ଼ା ପକାଇ ଫୁଟାନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଦେଶୀ ଆଳୁ ପିଠାକୁ ଭାଙ୍ଗି ଗୁଣ୍ଡ କରି ସେହି କ୍ଷୀରରେ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରି ସେଥିରେ ଅଖ୍‌ରୋଟ୍‌ ଏବଂ ଗୋଟେ ଚାମଚ ଘିଅ ପକାଇ ଗୋଳାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଦେଶୀ ଆଳୁ ଗୋଲାପ ଖିରୀ। ଏହାକୁ ଏବେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos