/odisha-reporter/media/post_attachments/uploads/2019/08/recipe_grilled_chicken_amp_.jpg)
recipe_grilled_chicken_amp_
ଆବଶ୍ୟକ ସାମଗ୍ରୀ
- ଚିକେନ୍
- ସିଝା ଅଣ୍ଡା
- ଲେମ୍ବୁ ରସ
- ଅଙ୍ଗୁର
- ଗ୍ରେଟେଡ୍ ଅଖ୍ରୋଟ୍ ଓ ବାଦାମ
- ମେୟୋନିଜ୍
- ଅଲିଭ୍ ଅଏଲ
- ଲୁଣ
Advertisment
ପ୍ରସ୍ତୁତି ପ୍ରଣାଳୀ
ଏକ କଡ଼େଇରେ ଅଲିଭ୍ ଅଏଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ ପତଳା ପତଳା ଓ ଛୋଟ ଛୋଟ କରି କଟା ଯାଇଥିବା ଚିକେନ୍ ପକାନ୍ତୁ। ସ୍ୱାଦାନୁସାରେ ଲୁଣ ପକାଇ ଏହାକୁ କିଛି ସମୟ ଚଲାନ୍ତୁ। ଏହାପରେ ଧୀମା ଆଞ୍ଚରେ ଚିକେନ୍କୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ହାଲୁକା ବ୍ରାଉନ୍ ରଙ୍ଗ ହୋଇ ସିଝି ଯିବା ପର୍ଯ୍ୟନ୍ତ ଚିକେନ୍କୁ ଆଞ୍ଚରେ ରଖନ୍ତୁ। ପରେ ଗ୍ୟାସ୍ରୁ କଡ଼େଇ ଓହ୍ଲାଇ ଆଣନ୍ତୁ ଓ ଚିକେନ୍ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଥଣ୍ଡା ହୋଇଗଲା ପରେ ଆଉ ଏକ ପାତ୍ରରେ ଚିକେନ୍କୁ ରଖନ୍ତୁ। ଏଥିରେ ଅଙ୍ଗୁର, ଲେମ୍ବୁ ରସ, ଗ୍ରେଟେଡ୍ ବାଦାମ ଓ ଅଖରୋଟ୍ ସହିତ ମେୟୋନିଜ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏକ ବଡ଼ ପ୍ଲେଟ୍ରେ ଏହି ମିଶ୍ରଣକୁ ବାହାର କରି ଉପରେ ବଳି ଥିବା ବାଦାମ ଓ ଅଖରୋଟ୍ରେ ସଜାନ୍ତୁ। ଉପରେ କଟା ସିଝା ଅଣ୍ଡା ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍-ଅଣ୍ଡା ସାଲାଡ୍। ଏହି ସାଲାଡ୍ରେ ପାଳଙ୍ଗ ପତ୍ର, ଟମାଟୋ ଓ ପିଆଜ ବି ବ୍ୟବହାର କରିପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
