Advertisment

ବଙ୍ଗଳା ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ- Bengali style fish fry recipe in Odia

‘ଫିଶ୍‌ ଫ୍ରାଏ’ ହେଉଛି ସହଜରେ ତିଆରି କରାଯାଇପାରୁଥିବା ଏକ ଷ୍ଟାଟର୍‌ ରେସିପି। ସବୁଠାରୁ ବଡ଼ କଥା ହେଉଛି, ଆପଣ ଘରେ ମନ ପସନ୍ଦର ମସଲା ବ୍ୟବହାର କରି ଏହାକୁ ତିଆରି କରିପାରିବେ। ଆବଶ୍ୟକ ସାମଗ୍ରୀ: ମାଛ ହଳଦୀ ଗୁଣ୍ଡ ଅଦା ଦହି ଲୁଣ ରସୁଣ ସୋରିଷ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ମାଛକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ। ଏହା ଦ୍ୱାରା ସେଥିରୁ ପାଣି ନିଗିଡ଼ି ଯିବ। […]

ଅଦ୍ୟତନ ହୋଇଛି
ବଙ୍ଗଳା ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ- Bengali style fish fry recipe in Odia

300310_10151287398281736_16

Advertisment

‘ଫିଶ୍‌ ଫ୍ରାଏ’ ହେଉଛି ସହଜରେ ତିଆରି କରାଯାଇପାରୁଥିବା ଏକ ଷ୍ଟାଟର୍‌ ରେସିପି। ସବୁଠାରୁ ବଡ଼ କଥା ହେଉଛି, ଆପଣ ଘରେ ମନ ପସନ୍ଦର ମସଲା ବ୍ୟବହାର କରି ଏହାକୁ ତିଆରି କରିପାରିବେ।

Advertisment

ଆବଶ୍ୟକ ସାମଗ୍ରୀ:

  • ମାଛ
  • ହଳଦୀ ଗୁଣ୍ଡ
  • ଅଦା
  • ଦହି
  • ଲୁଣ
  • ରସୁଣ
  • ସୋରିଷ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ମାଛକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ। ଏହା ଦ୍ୱାରା ସେଥିରୁ ପାଣି ନିଗିଡ଼ି ଯିବ। ଏବେ ଏକ ପାତ୍ରରେ ଦହି, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ ଏବଂ ଲୁଣକୁ ମିଶାନ୍ତୁ। ଯଦି ଆପଣ ଏହାକୁ ଅଧିକ ସ୍ପାଇସି କରିବାକୁ ଚାହୁଁଛନ୍ତି, ତେବେ ଏଥିରେ କଟା କଞ୍ଚା ଲଙ୍କା ଓ କଟା ଧନିଆ ପତ୍ର ମିଶାଇ ପାରିବେ। ଏହାଫଳରେ ଫିଶ୍‌ ଫ୍ରାଏର ସ୍ୱାଦ ଆହୁରି ବଢ଼ିଯାଏ। ଏହା ପରେ ଏହି ମିଶ୍ରଣରେ ମାଛକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ମାରିନେଟ୍‌ କରିବା ଲାଗି ଅଧଘଣ୍ଟା ଛାଡ଼ି ଦିଅନ୍ତୁ।

ଅଧାଘଣ୍ଟା ପରେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ସେଥିରେ ମାଛକୁ ପକାଇ ଫ୍ରାଏ କରନ୍ତୁ। ଧ୍ୟାନ ରଖନ୍ତୁ ଆଞ୍ଚ ଧିମା ହେବା ଦରକାର। ମାଛ ଭଲ ଭାବେ ଫ୍ରାଏ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ମନେ ରଖିବେ ଉକ୍ତ ପାତ୍ରରେ ଏକ ପେପର ରଖିବେ। ମାଛରେ ଥିବା ଅତିରିକ୍ତ ତେଲକୁ ପେପର ଶୋଷି ନିଏ। ଏବେ ଏହାକୁ ଆପଣଙ୍କର ମନପସନ୍ଦର ଚଟଣି ସହିତ ଗରମ ଗରମ ଖାଆନ୍ତୁ। ଏହାକୁ ଆପଣ ସୋରିଷ ସସ୍‌ ସହିତ ମଧ୍ୟ ଖାଇ ପାରିବେ ଓ ପରଷି ପାରିବେ।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe