ଘରେ ଅତିଥିଙ୍କୁ ପରଷନ୍ତୁ 'ଝାଲ୍ ମାଛ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ମାଛର ବିଭିନ୍ନ ପ୍ରକାର ଆଇଟମ୍‌ ଖାଇଥିବେ। ଶୀତ ଦିନେ ଘରେ ଅତିଥିଙ୍କୁ ପରଷିବା ପାଇଁ ଆଜି ଆମେ ଆପଣଙ୍କୁ ମାଛକୁ ନେଇ ତିଆରି ନିଆରା ସ୍ୱାଦର ଚଟପଟା ଖାଦ୍ୟ ଝାଲ୍‌ ମାଛର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଗୋଟା ଖଇଙ୍ଗା ବା ପୋହଳା ମାଛ, ହଳଦୀ ଗୁଣ୍ଡ, ରସୁଣ, କଞ୍ଚା ଲଙ୍କା ଛେଚା, କଟା ଟମାଟୋ, କଟା ପିଆଜ, ଗରମ ମସଲା, ରିଫ।ଇନ୍ ତେଲ, ଲେମ୍ବୁ ରସ, ଧନିଆପତ୍ର ଓ ଲୁଣ। […]

fishh

Sangita Sahoo
  • Published: Monday, 07 January 2019
  • , Updated: 07 January 2019, 04:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ମାଛର ବିଭିନ୍ନ ପ୍ରକାର ଆଇଟମ୍‌ ଖାଇଥିବେ। ଶୀତ ଦିନେ ଘରେ ଅତିଥିଙ୍କୁ ପରଷିବା ପାଇଁ ଆଜି ଆମେ ଆପଣଙ୍କୁ ମାଛକୁ ନେଇ ତିଆରି ନିଆରା ସ୍ୱାଦର ଚଟପଟା ଖାଦ୍ୟ ଝାଲ୍‌ ମାଛର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଗୋଟା ଖଇଙ୍ଗା ବା ପୋହଳା ମାଛ, ହଳଦୀ ଗୁଣ୍ଡ, ରସୁଣ, କଞ୍ଚା ଲଙ୍କା ଛେଚା, କଟା ଟମାଟୋ, କଟା ପିଆଜ, ଗରମ ମସଲା, ରିଫ।ଇନ୍ ତେଲ, ଲେମ୍ବୁ ରସ, ଧନିଆପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା ଖଇଙ୍ଗା ବା ପୋହଳା ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ଲୁଣ ହଳଦୀ ଗୋଳା ହୋଇଥିବା ଖଇଙ୍ଗା ବା ପୋହଳା ମାଛକୁ ସେଥିରେ ପକାନ୍ତୁ। ଏହାପରେ ରସୁଣ, କଞ୍ଚାଲଙ୍କା ଛେଚା, କଟା ଟମାଟୋ ଓ କଟା ପିଆଜକୁ ମାଛ ଉପରେ ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସ୍ୱାଦ ଅନୁସାରେ ପୁଣି ଲୁଣ ଓ ହଳଦୀଗୁଣ୍ଡ ପକାନ୍ତୁ। କିଛି ସମୟ ପରେ ମାଛକୁ ଓଲଟାଇ ଗରମ ମସଲା ପକାଇ ପୁଣିଥରେ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୩ ରୁ ୪ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ଲେମ୍ବୁରସ ଓ ଧନିଆପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ଝାଲ୍ ମାଛ'। ଗରମ ଗରମ ଭାତ ସହ ଅଚିଥିଙ୍କୁ ପରଷନ୍ତୁ 'ଝାଲ୍‌ ମାଛ'।

Related story