ଖାଦ୍ୟ ସହ ପରଷନ୍ତୁ କଖାରୁ ରାଇତା

ଆବଶ୍ୟକ ସାମଗ୍ରୀ: କଖାରୁ, ଦହି, ଧନିଆ ପତ୍ର , କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଖାରୁକୁ ଭଲ ଭାବେ ଧୋଇ ଏହାକୁ ଗ୍ରେଡ୍‌ ବା କଦୁକସ୍‌ କରି ରଖନ୍ତୁ। ଏବେ କଞ୍ଚା ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ପାଣି ଫୁଟାଇ ଏଥିରେ ଗ୍ରେଡ୍‌ କଖାରୁ ପକାଇ ଦିଅନ୍ତୁ। ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। କଖାରୁକୁ […]

curd

curd

Chinmayee Roy
  • Published: Sunday, 29 September 2019
  • Updated: 29 September 2019, 09:12 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: କଖାରୁ, ଦହି, ଧନିଆ ପତ୍ର , କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଖାରୁକୁ ଭଲ ଭାବେ ଧୋଇ ଏହାକୁ ଗ୍ରେଡ୍‌ ବା କଦୁକସ୍‌ କରି ରଖନ୍ତୁ। ଏବେ କଞ୍ଚା ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ପାଣି ଫୁଟାଇ ଏଥିରେ ଗ୍ରେଡ୍‌ କଖାରୁ ପକାଇ ଦିଅନ୍ତୁ। ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। କଖାରୁକୁ ଛାଣି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।

ଏବେ ଏକ ପାତ୍ରରେ ଦହି, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ସିଝା କଖାରୁକୁ ମଧ୍ୟ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କଖାରୁ ରାଇତା’। ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ବି ପକାଇପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos