curd
ଆବଶ୍ୟକ ସାମଗ୍ରୀ: କଖାରୁ, ଦହି, ଧନିଆ ପତ୍ର , କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଖାରୁକୁ ଭଲ ଭାବେ ଧୋଇ ଏହାକୁ ଗ୍ରେଡ୍ ବା କଦୁକସ୍ କରି ରଖନ୍ତୁ। ଏବେ କଞ୍ଚା ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍ରେ ପାଣି ଫୁଟାଇ ଏଥିରେ ଗ୍ରେଡ୍ କଖାରୁ ପକାଇ ଦିଅନ୍ତୁ। ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ। କଖାରୁକୁ ଛାଣି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।
ଏବେ ଏକ ପାତ୍ରରେ ଦହି, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ସିଝା କଖାରୁକୁ ମଧ୍ୟ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କଖାରୁ ରାଇତା’। ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ବି ପକାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/curd.jpg)