Advertisment

ମାଟି ହାଣ୍ଡି କଙ୍କଡ଼ା- The recipe of Mati Handi Kankada

ଆବଶ୍ୟକ ସାମଗ୍ରୀ କଙ୍କଡ଼ା ପିଆଜ ବଟା ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ କଟା ପିଆଜ ଲୁଣ ଗରମ ମସଲା ଜିରା ଗୁଣ୍ଡ ଅଦା-ରସୁଣ ପେଷ୍ଟ ତେଲ ଟମାଟୋ ପେଷ୍ଟ ତେଜପତ୍ର ଫୁଟଣ ପ୍ରସ୍ତୁତି ପ୍ରଣାଳୀ କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ […]

ଅଦ୍ୟତନ ହୋଇଛି
ମାଟି ହାଣ୍ଡି କଙ୍କଡ଼ା- The recipe of Mati Handi Kankada

curry

Advertisment

ଆବଶ୍ୟକ ସାମଗ୍ରୀ

  • କଙ୍କଡ଼ା
  • ପିଆଜ ବଟା
  • ଲଙ୍କା ଗୁଣ୍ଡ
  • ଧନିଆ ଗୁଣ୍ଡ
  • କଟା ପିଆଜ
  • ଲୁଣ
  • ଗରମ ମସଲା
  • ଜିରା ଗୁଣ୍ଡ
  • ଅଦା-ରସୁଣ ପେଷ୍ଟ
  • ତେଲ
  • ଟମାଟୋ ପେଷ୍ଟ
  • ତେଜପତ୍ର
  • ଫୁଟଣ
Advertisment

ପ୍ରସ୍ତୁତି ପ୍ରଣାଳୀ

କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ।

ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ। କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍‌ ଓ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା। ଏହାକୁ ଭାତ ସହିତ ଖାଆନ୍ତୁ, ଖୁବ୍ ଭଲ ଲାଗିବ।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe