Advertisment

ରୁଟି ଏବଂ ପରଟା ସହ ଖାଇବା ପାଇଁ ପ୍ରସ୍ତୁତ କରନ୍ତୁ ‘ପଟାଟୋ ମାଜେଷ୍ଟିକ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖାଇବା ସମସ୍ତଙ୍କ ପସନ୍ଦ। ଛୋଟ ପିଲା ଆଳୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଆମ ଘରେ ପ୍ରାୟ ସବୁ ତରକାରୀରେ ଆଳୁ ବ୍ୟବହାର କରାଯାଏ। ଆଜି ଆପଣଙ୍କୁ ଆଳୁକୁ ନେଇ ଏକ ଚଟ୍‌ପଟା ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରିବା ଶିଖାଇବୁ। ଏହାକୁ ଆପଣ ରୁଟି କିମ୍ବା ପରଟା ସହ ଛୋଟ ପିଲାଙ୍କ ଟିଫିନ୍‌ରେ ଦେଇ ପାରିବେ। ଏହା ଫ୍ରାଏଡ୍‌ ରାଇସ୍‌ ଏବଂ ରୁମାଲି ରୁଟି ସହ ମଧ୍ୟ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ। […]

ଅଦ୍ୟତନ ହୋଇଛି
ରୁଟି ଏବଂ ପରଟା ସହ ଖାଇବା ପାଇଁ ପ୍ରସ୍ତୁତ କରନ୍ତୁ ‘ପଟାଟୋ ମାଜେଷ୍ଟିକ୍‌’

p11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖାଇବା ସମସ୍ତଙ୍କ ପସନ୍ଦ। ଛୋଟ ପିଲା ଆଳୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଆମ ଘରେ ପ୍ରାୟ ସବୁ ତରକାରୀରେ ଆଳୁ ବ୍ୟବହାର କରାଯାଏ। ଆଜି ଆପଣଙ୍କୁ ଆଳୁକୁ ନେଇ ଏକ ଚଟ୍‌ପଟା ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରିବା ଶିଖାଇବୁ। ଏହାକୁ ଆପଣ ରୁଟି କିମ୍ବା ପରଟା ସହ ଛୋଟ ପିଲାଙ୍କ ଟିଫିନ୍‌ରେ ଦେଇ ପାରିବେ। ଏହା ଫ୍ରାଏଡ୍‌ ରାଇସ୍‌ ଏବଂ ରୁମାଲି ରୁଟି ସହ ମଧ୍ୟ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ। ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ

ଆଳୁ, ତେଲ, ଲୁଣ, କର୍ଣ୍ଣଫ୍ଲୋର୍‌, ଗୋଟା ସୋରିଷ, ଭୃଷଙ୍ଗ ପତ୍ର, ଛୋଟ କଟା ହୋଇଥିବା ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା, ଲଙ୍କା ପେଷ୍ଟ, ଜିରା ପାଉଡର୍‌, ଲଙ୍କା ଗୁଣ୍ଡ, ପାଣି, ଲୁଣ, ଲେମ୍ବୁ ରସ, ଦହି ଏବଂ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଆଳୁକୁ ବଡ଼ ଏବଂ ଲମ୍ବା କରି କାଟି ଦିଅନ୍ତୁ। ସେଥିରେ କର୍ଣ୍ଣଫ୍ଲୋର୍‌ ଏବଂ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ କଡ଼େରେ ତେଲ ଗରମ କରି ଆଳୁ ସବୁକୁ ଛାଣି ଦିଅନ୍ତୁ। ଆଳୁ ସବୁକୁ କୁର୍‌କୁରା କରି ଛାଣିବେ।

Advertisment

ଏହାପରେ ଆଉ ଏକ କଡ଼େଇରେ ଅଳ୍ପ ତେଲ ଗରମ କରି ସୋରିଷ, ଭୃଷଙ୍ଗ ପତ୍ର, ଛୋଟ କଟା ହୋଇଥିବା ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା ପକାଇ ଭାଜନ୍ତୁ।

ଏହାପରେ ସେଥିରେ ଲଙ୍କା ପେଷ୍ଟ, ଜିରା ପାଉଡର୍‌, ଲଙ୍କା ଗୁଣ୍ଡ ପକାଇ ଭଲରେ କଷି ଦିଅନ୍ତୁ। ମସଲା କଷି ହେଲା ପରେ ସେଥିରେ ଅଳ୍ପ ପାଣି, ଲୁଣ ଏବଂ ଲେମ୍ବୁ ରସ, ଦହି ପକାଇ ଫୁଟିବାକୁ ଦିଅନ୍ତୁ। ଏହାପରେ ସେଥିରେ ଛାଣିଥିବା ଆଳୁ ସବୁକୁ ପକାଇ ଭଲରେ ଦିଅନ୍ତୁ।

ଶେଷରେ ସେଥିରେ ଧନିଆ ପତ୍ର ପକାଇ ଖାଇବାକୁ ପରଷନ୍ତୁ। ଏହାକୁ ଆପଣ ରୁଟି ଏବଂ ପରଟା ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe