Advertisment

ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’

ଆବଶ୍ୟକ ସାମଗ୍ରୀ- ଦୋସା ବ୍ୟାଟର, ପିଆଜ, ରିଫାଇନ୍‌ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ, ପିଆଜ ଷଣ୍ଢା, ଶେଜ୍‌ୱାନ୍‌ ସସ୍‌, ରସୁଣ, ବନ୍ଧା କୋବି, ବିନ୍ସ, କ୍ୟାପ୍‌ସିକମ୍‌ ଓ ଗାଜର। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗାଜର, କ୍ୟାପ୍‌ସିକମ୍‌, ବିନ୍ସ, ପିଆଜ ଷଣ୍ଢା ଓ ପିଆଜକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ। ଏବେ ରସୁଣ ଓ ବନ୍ଧା କୋବିକୁ ଗ୍ରେଟେଡ୍‌ କରନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲରେ ପିଆଜ ଓ ରସୁଣ ପକାଇ ମଧ୍ୟମ ଆଞ୍ଚରେ […]

ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’

dosa-platter

Advertisment

ଆବଶ୍ୟକ ସାମଗ୍ରୀ-ଦୋସା ବ୍ୟାଟର, ପିଆଜ, ରିଫାଇନ୍‌ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ, ପିଆଜ ଷଣ୍ଢା, ଶେଜ୍‌ୱାନ୍‌ ସସ୍‌, ରସୁଣ, ବନ୍ଧା କୋବି, ବିନ୍ସ, କ୍ୟାପ୍‌ସିକମ୍‌ ଓ ଗାଜର।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗାଜର, କ୍ୟାପ୍‌ସିକମ୍‌, ବିନ୍ସ, ପିଆଜ ଷଣ୍ଢା ଓ ପିଆଜକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ। ଏବେ ରସୁଣ ଓ ବନ୍ଧା କୋବିକୁ ଗ୍ରେଟେଡ୍‌ କରନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲରେ ପିଆଜ ଓ ରସୁଣ ପକାଇ ମଧ୍ୟମ ଆଞ୍ଚରେ ଗୋଲ୍ଡେନ୍‌ ହେବା ଯାଏ ଫ୍ରାଏ କରନ୍ତୁ। ଏଥିରେ କଟା ବିନ୍ସ, ଗାଜର, ବନ୍ଧା କୋବି ପକାଇ ଭଲ ଭାବେ ମିକ୍ସ କରନ୍ତୁ। ସମସ୍ତ ପରିବାକୁ କିଛି ସମୟ ସିଝିବାକୁ ଦିଅନ୍ତୁ। ଏବେ ଏହି ମିଶ୍ରଣରେ କଟା କ୍ୟାପ୍‌ସିକମ୍‌ ଓ ଲୁଣ ପକାନ୍ତୁ। ଏହାସହିତ ଶେଜୱାନ୍‌ ସସ୍‌ ଓ ଗୋଲମରିଚ ଗୁଣ୍ଡ ପକାଇ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରିବା ଭଲ ଭାବେ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଏବେ ଦୋସା ତିଆରି କରିବା ଲାଗି ଏକ ଦୋସା ତାୱାକୁ ଧିମା ଆଞ୍ଚରେ ରଖି ତେଲ ପକାନ୍ତୁ। ତାୱାରେ ୨ ଚାମଚ ଦୋସା ବ୍ୟାଟର ଢାଳି ଓଭାଲ ଶେପ୍‌ରେ ଚାରିଆଡ଼କୁ ବିସ୍ତାର କରନ୍ତୁ। ଦୋସାର ଗୋଟିଏ ପଟ କ୍ରିସ୍‌ପି ଓ ଗୋଲ୍ଡେନ୍‌ ହୋଇଗଲେ, ଏହାକୁ ଓଲଟାଇ ଦିଅନ୍ତୁ। ଦୋସାର ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ କଲର୍ ହୋଗଲେ ପରେ ଏହାକୁ ପ୍ଲେଟ୍‌କୁ ବାହାର କରି ଦିଅନ୍ତୁ। ଏବେ ଶେଜ୍‌ୱାନ୍‌ ଷ୍ଟଫିଙ୍ଗକୁ ଦୋସା ମଝିରେ ସାବଧାନତା ସହ ରଖନ୍ତୁ ଓ ଦୋସାକୁ ଫୋଲ୍ଡ କରି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଦୋସାର ଷ୍ଟଫିଙ୍ଗ୍‌ ଯେପରି ବାହାରକୁ ବାହାରି ନ ଯାଏ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଶେଜ୍‌ୱାନ୍‌ ଦୋସା। ଏହାକୁ ନିଜ ପସନ୍ଦର ଚଟଣି ସହିତ ଖାଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe