/odisha-reporter/media/post_attachments/uploads/2019/05/m33-1.jpg)
m33
ଆବଶ୍ୟକୀୟ ସାମଗ୍ରୀ: ସୋୟାବିନ୍ ବଡ଼ି, ପିଆଜ, କାପ୍ସିକମ୍, ତେଲ, ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍, କଞ୍ଚାଲଙ୍କା, ଚିନି ଓ ଲୁଣ।
Advertisment
ପ୍ରସ୍ତୁତି ପ୍ରଣାଳୀ: ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ। କାପ୍ସିକମ୍ ଖଣ୍ଡ ଖଣ୍ଡ କାଟି ତା ଭିତରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ।
ପ୍ରଥମେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ପିଆଜ ଏବଂ କାପ୍ସିକମ୍ ପକାନ୍ତୁ ଓ ଘାଣ୍ଟନ୍ତୁ। ପିଆଜ ଓ କାପ୍ସିକମ୍ ନରମ ହୋଇ ଆସିଲେ ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍, କଞ୍ଚାଲଙ୍କା, ଚିନି ଓ ଲୁଣ ପକାନ୍ତୁ ଏବଂ ଭଲଭାବରେ ଗୋଳାଇ ଦିଅନ୍ତୁ।
Advertisment
ମସଲା କଷା ହୋଇଗଲେ ସୋୟାବିନ୍ ବଡ଼ି ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ଅଳ୍ପ ଟିକିଏ ପାଣି ଦେଇପାରନ୍ତି। ଯେପରିକି ମସଲା ସବୁ ସୋୟାବଡ଼ି ଭିତରେ ପଶିଯିବ।ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଗରମ ଗରମ ପରଷନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
