Advertisment

‘ତାୱା ପନୀର’- Recipe of 'Tawa Paneer' in odia

ଆବଶ୍ୟକ ସାମଗ୍ରୀ ପନୀର ଦହି ଜିରା ଜୁଆଣି କସ୍ତୁରୀ ମେଥି ପିଆଜ ଅଦା କଞ୍ଚା ଲଙ୍କା ପେଷ୍ଟ୍‌ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଗରମ ମସଲା ଗୁଣ୍ଡ ଟମାଟୋ ସସ୍‌ କ୍ରିମ୍‌ ଲେମ୍ବୁ ରସ ତେଲ ଲୁଣ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କଟା ପନୀର ପକାଇ […]

ଅଦ୍ୟତନ ହୋଇଛି
‘ତାୱା ପନୀର’- Recipe of 'Tawa Paneer' in odia

Tawa-Paneer-Masala-2-(1)

Advertisment

ଆବଶ୍ୟକ ସାମଗ୍ରୀ

  • ପନୀର
  • ଦହି
  • ଜିରା
  • ଜୁଆଣି
  • କସ୍ତୁରୀ ମେଥି
  • ପିଆଜ
  • ଅଦା
  • କଞ୍ଚା ଲଙ୍କା ପେଷ୍ଟ୍‌
  • ହଳଦୀ ଗୁଣ୍ଡ
  • ଲଙ୍କା ଗୁଣ୍ଡ
  • ଧନିଆ ଗୁଣ୍ଡ
  • ଗରମ ମସଲା ଗୁଣ୍ଡ
  • ଟମାଟୋ ସସ୍‌
  • କ୍ରିମ୍‌
  • ଲେମ୍ବୁ ରସ
  • ତେଲ
  • ଲୁଣ
  • ଧନିଆ ପତ୍ର
Advertisment


ପ୍ରସ୍ତୁତିପ୍ରଣାଳୀ

ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କଟା ପନୀର ପକାଇ ୧୦ରୁ ୧୫ ମିନିଟ୍‌ ଯାଏ ସେମିତି ଛାଡ଼ି ଦିଅନ୍ତୁ।

ତା’ପରେ ଏକ ପ୍ୟାନ୍‌ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍‌ ହୋଇ ରହିଥିବା ପନୀର ପକାଇ ହାଲ୍‌କା ଫ୍ରାଏ କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ।

Advertisment

ସେ ସବୁ ଭାଜି ହୋଇଗଲା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଗୋଳାନ୍ତୁ। କିଛି ସମୟ ପରେ ଏଥିରେ ଟମାଟୋ ସସ୍‌ ପକାଇ ୬ରୁ ୭ ମିନିଟ୍‌ ଯାଏ ଭାଜନ୍ତୁ। ତା’ପରେ ଏଥିରେ ହାଲ୍‌କା ଫ୍ରାଏ ହୋଇଥିବା ପନୀର ପକାଇ ଅଧ କପ୍‌ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍‌ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ।

୧୦ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ ଓ କ୍ରିମ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଲେମ୍ବୁ ରସ ପକାଇ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରି ତା’ ଉପରେ ଧନିଆ ପତ୍ର ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ପନୀର।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe