Advertisment

ବିବାହ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବୟସର ତଫାତ କେତେ ହେବା ଉଚିତ

ବର୍ତ୍ତମାନ ସାରା ବିଶ୍ୱରେ ବିବାହ ବିଚ୍ଛେଦ ସଂଖ୍ୟା ବଢ଼ି ଚାଲିଛି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ। ଏଭଳି ଏକ ସମୟରେ କ’ଣ କଲେ ଏମିତି ଘଟଣାଗୁଡ଼ିକୁ ରୋକି ହେବ, ସେ ନେଇ କିଛି ପୂର୍ଣ୍ଣ ପ୍ରମାଣିତ ସୂତ୍ର ନାହିଁ। କିନ୍ତୁ ଏକ ସର୍ଭେରୁ ଜଣାପଡ଼ିଛି ଯେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଚାରି ବର୍ଷ ଚାରି ମାସର ବୟସ ବ୍ୟବଧାନ ରହିବା ଉଚିତ। ଏହା ସେହି କ୍ଷେତ୍ରରେ ଲାଗୁ ହେବ ଯେତେବେଳେ ପୁରୁଷଟି ମହିଳାଙ୍କ ଠାରୁ ବୟସରେ […]

author-image
Rakesh Mallick
ବିବାହ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବୟସର ତଫାତ କେତେ ହେବା ଉଚିତ

marriage

ବର୍ତ୍ତମାନ ସାରା ବିଶ୍ୱରେ ବିବାହ ବିଚ୍ଛେଦ ସଂଖ୍ୟା ବଢ଼ି ଚାଲିଛି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ। ଏଭଳି ଏକ ସମୟରେ କ’ଣ କଲେ ଏମିତି ଘଟଣାଗୁଡ଼ିକୁ ରୋକି ହେବ, ସେ ନେଇ କିଛି ପୂର୍ଣ୍ଣ ପ୍ରମାଣିତ ସୂତ୍ର ନାହିଁ। କିନ୍ତୁ ଏକ ସର୍ଭେରୁ ଜଣାପଡ଼ିଛି ଯେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଚାରି ବର୍ଷ ଚାରି ମାସର ବୟସ ବ୍ୟବଧାନ ରହିବା ଉଚିତ। ଏହା ସେହି କ୍ଷେତ୍ରରେ ଲାଗୁ ହେବ ଯେତେବେଳେ ପୁରୁଷଟି ମହିଳାଙ୍କ ଠାରୁ ବୟସରେ ବଡ଼ ହୋଇଥିବ। ଆଉ ଟିକେ ସରଳ କରି ବୁଝାଇ କହିଲେ, ମହିଳାମାନେ ସେମାନଙ୍କ ଠାରୁ ଚାରି ବର୍ଷ ଚାରି ମାସରେ ବଡ଼ ପୁରୁଷଙ୍କୁ ବିବାହ କଲେ ଭଲ। ଏହାଠାରୁ ଅଧିକ ବୟସ ବା କମ୍ ବୟସର ପୁରୁଷଙ୍କୁ ବିବାହ କଲେ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି।

Advertisment

ନିକଟରେ ୨୦୦୦ ପ୍ରାପ୍ତ ବୟସ୍କଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ମାତ୍ର ଏକ ପ୍ରତିଶତ ମହିଳା କହିଥିଲେ ଯେ କମ୍‌ ବୟସର ପୁରୁଷଙ୍କୁ ବିବାହ କଲେ ଭଲ। ସେହିଭଳି ପୁରୁଷମାନେ ଖୋଲାଖୋଲି କହିଥିଲେ ଯେ ସେମାନେ ସେମାନଙ୍କ ଠାରୁ ବୟସରେ ବଡ଼ ମହିଳାମାନଙ୍କୁ ବିବାହ କରିବାକୁ ଚାହିଁବେ ନାହିଁ। କାରଣ ଏହା ଦ୍ୱାରା ଅନ୍ୟମାନେ ସେମାନଙ୍କୁ ‘ଟୟବୟ’ ବୋଲି ଡାକିବେ। ମାତ୍ର ଦୁଇ ପ୍ରତିଶତ ପୁରୁଷ କହିଥିଲେ ଯେ ସେମାନେ ସେମାନଙ୍କ ଠାରୁ ବୟସରେ ବଡ଼ ମହିଳାଙ୍କୁ ବିବାହ କରିବାକୁ ପସନ୍ଦ କରିବେ।

ଏହି ସର୍ଭେରୁ ଜଣାପଡ଼ିଥିଲା ଯେ ପୁରୁଷଟିଏ ମହିଳା ଠାରୁ ଚାରି ବର୍ଷ ଚାରି ମାସରେ ବଡ଼ ହୋଇଥିଲେ ଏକ ‘ଆଇଡିଆଲ୍ ରିଲେସନ୍‌ସିପ୍‌’ ଗଠନ ହୋଇପାରିବ। ସର୍ଭେରେ ସାମିଲ ୪୦ ପ୍ରତିଶତ ପ୍ରାପ୍ତ ବୟସ୍କ ଲୋକ କହିଥିଲେ ଯେ ବିବାହ ପାଇଁ ତିନି ରୁ ଚାରି ବର୍ଷ ହେଉଛି ଭଲ ବ୍ୟବଧାନ। ୩୦ ପ୍ରତିଶତ କହିଥିଲେ ପାଞ୍ଚରୁ ଛଅ ବର୍ଷ ହେଉଛି ଠିକ୍ ବ୍ୟବଧାନ।

Advertisment

ପୁରୁଷ ଓ ମହିଳାଙ୍କ ବୟସରେ ଅଧିକ ବର୍ଷର ତଫାତ୍ ରହିଲେ ସଂପର୍କ ଦୃଢ଼ ହୁଏ ନାହିଁ ବା ସେମାନେ ଏକ ‘ଆଇଡିଆଲ୍ କପଲ୍’ ହୋଇପାରନ୍ତିନି ବୋଲି ଏହି ସର୍ଭେରେ କୁହାଯାଇଛି।   ଅବଶ୍ୟ ଏଥିରେ ବ୍ୟତିକ୍ରମ ମଧ୍ୟ ରହିଛି। ଅନେକ ସମୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବୟସର ବ୍ୟବଧାନ ଅଧିକ ହୋଇଥିଲେ ମଧ୍ୟ ସେମାନେ ଭଲ ଦମ୍ପତି ହୋଇଥାଆନ୍ତି।