Advertisment

ସ୍ତନ କର୍କଟ: ଜାଣନ୍ତୁ ଲକ୍ଷଣ, ଦୂର କରନ୍ତୁ ଭୁଲ୍‌ ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କ୍ୟାନ୍‌ସର୍‌ର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନସର୍‌ ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ଏହା ପଛରେ ରହିଛି ରକ୍ଷଣଶୀଳ ମନୋବୃତ୍ତି। ଏହାକୁ ସେମାନେ ଲଜ୍ଜାଜନକ ବୋଲି ଭାବନ୍ତି। ତେବେ ଆଜି ଆମେ ଏହି ରୋଗର ଲକ୍ଷଣ, […]

ସ୍ତନ କର୍କଟ: ଜାଣନ୍ତୁ ଲକ୍ଷଣ, ଦୂର କରନ୍ତୁ ଭୁଲ୍‌ ଧାରଣା

can

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କ୍ୟାନ୍‌ସର୍‌ର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନସର୍‌ ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ଏହା ପଛରେ ରହିଛି ରକ୍ଷଣଶୀଳ ମନୋବୃତ୍ତି। ଏହାକୁ ସେମାନେ ଲଜ୍ଜାଜନକ ବୋଲି ଭାବନ୍ତି। ତେବେ ଆଜି ଆମେ ଏହି ରୋଗର ଲକ୍ଷଣ, ବିଭିନ୍ନ ସ୍ତର ଓ ଏହାକୁ ନେଇ ଥିବା କିଛି ଭୁଲ୍ ଧାରଣା ସମ୍ପର୍କରେ ଆଲୋଚନା କରିବା। ମେଡିକାଲ୍‌ ଓଙ୍କୋଲୋଜିଷ୍ଟ ଡାକ୍ତର ଚିନ୍ମୟ କୁମାର ପାଣି ଏ ସବୁ ବିଷୟରେ କହିଛନ୍ତି।

Advertisment

ସବୁ ଟ୍ୟୁମର କ୍ୟାନ୍‌ସର୍ ନୁହେଁ

ଡାକ୍ତର ଚିନ୍ମୟ କୁମାର ପାଣିଙ୍କ କହିବା ଅନୁଯାୟୀ, ସ୍ତନରେ ଯେ କୌଣସି ଟ୍ୟୁମରକୁ ଲୋକମାନେ ବ୍ରେଷ୍ଟ କ୍ୟାନସର୍‌ ବୋଲି ଭାବି ନିଅନ୍ତି। କିନ୍ତୁ ସେଇଟା ଭୁଲ୍‌। ମ୍ୟାଲିଗ୍ନାଣ୍ଟ ଟ୍ୟୁମର ହିଁ ବ୍ରେଷ୍ଟ୍‌ କ୍ୟାନସର୍‌ର ପଦବାଚ୍ୟ।

ସ୍ତନ କର୍କଟର ଲକ୍ଷଣ-

  • ଯଦି ସ୍ତନରେ କିଛି ଫଳିଯାଇଛି
  • ସ୍ତନର ରଙ୍ଗ ଯଦି କମଳା ରଙ୍ଗ ହୋଇଯାଏ
  • ସ୍ତନରୁ ରକ୍ତ ବାହାରିବା
  • କାଖରେ ଗଣ୍ଠି ଦେଖାଗଲେ
Advertisment

ସ୍ତନ କର୍କଟର ବିଭିନ୍ନ ସ୍ତର

ସ୍ତନ କର୍କଟର ୪ଟି ସ୍ତର ରହିଛି। ପ୍ରଥମ ଦୁଇଟି ସ୍ତରରେ ଟ୍ୟୁମରକୁ ଜାଣିବାକୁ ହୁଏ। ତୃତୀୟ ସ୍ତରରେ ଯଦି ସ୍ତନ କିମ୍ବା କାଖରେ କେଉଁଠି ଟ୍ୟୁମର ଥାଏ, ତା’ହେଲେ ସେଇଟା ଦେଖିବାକୁ ହୁଏ। ଚତୁର୍ଥରେ ଯଦି ହାଡ, ଲିଭର୍‌, ବ୍ରେନ୍‌କୁ କ୍ୟାନସର୍‌ର କିଛି ପ୍ରଭାବ ପଡ଼ିଥାଏ, ତା’ହେଲେ ତାକୁ ଚିକିତ୍ସା କରାଯାଏ।

ଆଉ ଏକ ଭୁଲ୍ ଧାରଣା

ଲୋକଙ୍କ ମନରେ ଗୋଟେ ଭ୍ରାନ୍ତ ଧାରଣା ରହିଛି ଯେ ଭାଇରସ୍‌ ଦ୍ୱାରା ସ୍ତନ କର୍କଟ ହୋଇଥାଏ। ତେବେ ଏହା ପୂରା ଭୁଲ୍‌।

ଡାକ୍ତର ପାଣିଙ୍କ ଏ ବିଷୟରେ ଆଉ କ’ଣ କହିଛନ୍ତି, ତାହା ଏ ଭିଡିଓରେ ଦେଖନ୍ତୁ:

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe