କୋଲେଷ୍ଟ୍ରୋଲ କମାଏ ଅଁଳା

ଶରୀର ପାଇଁ ଲାଭଦାୟକ ଅଁଳା । ଛୋଟ ଫଳ କିନ୍ତୁ ଲାଭ ଅନେକ । ଅଁଳା ପାଉଡରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ […]

benifits of amla

Madhupriya Mistry
  • Published: Thursday, 26 November 2020
  • , Updated: 24 March 2021, 12:07 PM IST

ଶରୀର ପାଇଁ ଲାଭଦାୟକ ଅଁଳା । ଛୋଟ ଫଳ କିନ୍ତୁ ଲାଭ ଅନେକ । ଅଁଳା ପାଉଡରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

  • ଅଁଳା ପାଉଡରରେ ଭିଟାମିନ-C ଭରପୁର ମାତ୍ରାରେ ରହିଛି ।  ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ଆମ ଶରୀରର ରକ୍ତ କଣିକା ‍ସୁଦ୍ଧ ହେବା ସହ ଶକ୍ତାଶାଳୀ ହୋଇଥାଏ । ଏଥିସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଏହାଦ୍ୱାରା ସହଜରେ ସଂକ୍ରମଣ ସହ ଲଢ଼ି ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
  • ଅଁଳା ପାଉଡରର ଅନ୍ୟ ଏକ ଲାଭ ହେଉଛି ଏହା କୋଲେଷ୍ଟ୍ରୋଲ କମ କରିଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆଶଙ୍କା କମ କରିଥାଏ।
  • ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନସର୍‌ ସୃଷ୍ଟିକାରୀ କାର୍ସିନୋଜେନିକ୍‌ କୋଷର ବୃଦ୍ଧିକୁ ରୋକିଥାଏ ଏବଂ କ୍ୟାନସରଠାରୁ ରକ୍ଷା କରିଥାଏ। ଏଥିସହ ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହେ ।
  • ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ତ୍ୱଚା ସଫା ହେବା ସହ ଏକ ଭିନ୍ନ ଚମକ ଆସିଥାଏ । ତ୍ୱଚାର ଚମକ ପାଇଁ ଅଁଳା ପାଉଡରରେ ମହୁ, ଏବଂ ଦହି ମିଶାଇ ଏକ ପେଷ୍ଟ ତିଆରି କରି ୧୦ ମିନିଟ ଯାଏଁ ମୁହଁରେ ଲଗାଇ ପାରିବେ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱରା ତ୍ୱଚା ପରିସ୍କାର ହେବା ସହ ଚିକ୍କଣ ରହିଥାଏ ।
  • ଅଁଳା ପାଉଡର ହଜମ ପ୍ରକ୍ରିୟା ପାଇଁ ଚମତ୍କାର ଭାବେ କାମ କରିଥାଏ । କୋଷ୍ଠକାଠିନ୍ୟ ପାଇଁ ଏହା ଏକ ପ୍ରଭାବଶାଳୀ ଉପଶମ । ଅଁଳା ଫଳର ଶୁଖିଲା ପାଉଡର ମଧ୍ୟ ହାଇପରଆସିଡିଟି ଏବଂ ପେଟ ଅଲସର ପାଇଁ ଏକ ଉତ୍ତମ ଘରୋଇ ଉପଚାର ।
  • ପେଟ ପାଇଁ ଅଁଳାକୁ ସୁପର ଫୁଡ୍‌ ବୋଲି କୁହାଯାଏ। ମେଟାବୋଲିଜିମ୍‌କୁ ମଜବୁତ୍‌ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ୍‌ ପ୍ରୋସେସ୍‌କୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ।
  • ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଅଁଳା ବେଶ ଜଣାଶୁଣା । ଆପଣ ନିଜ ଖାଦ୍ୟରେ ପ୍ରତିଦିନ ଅଁଳା ବା ଅଁଳା ପାଉଡର ସାମିଲ କରିପାରିବେ । ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ, ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।
  • ମଧୁମେହ ରୋଗୀଙ୍କ ପାଇଁ ଅଁଳା ବା ଅଁଳା ପାଉଡର ରାମବାଣ ସଦୃଶ । ଏହା ଶରୀରରେ ଇନ୍ସୁଲିନ ମାତ୍ରାକୁ କଂଟ୍ରୋଲ କରିବା ସହ ଗ୍ଲୁକୋଜ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । କେବଳ ସେତିକି ନୁହେଁ ଅଁଳା ପାଉଡର କିମ୍ବା ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।
  • ରକ୍ତ ସୁଦ୍ଧ ତଥା ବ୍ଲଡ ପ୍ୟୁରିଫାଏ ପାଇଁ ପ୍ରତିଦିନ କଦଳୀ କିମ୍ବା ଏକ ଚାମଚ ମହୁ ସହ ଅଁଳା ପାଉଡର ମିଶାଇ ସେବନ କରିପାରିବେ । ଏଥିସହ କେଶ ଝଡିବା ସମସ୍ୟାରୁ ମୁକ୍ତି ଦେଇଥାଏ ଅଁଳା । ଯଦି ଆପଣଙ୍କ ନିୟମିତଭାବେ ଚୁଟି ଝଡ଼ୁଛି ତେବେ ଅଁଳା ଖାଆନ୍ତୁ । ଏହା ଚୁଟି ମୂଳକୁ ମଜଭୁତ୍‌ କରିଥାଏ।  ପ୍ରତିଦିନ ଅଂଳାକୁ ଗୁଣ୍ଡ କରି ଚୁଟି ମୂଳରେ ଲଗାଇଇଲେ କେଶ ମଜବଭୁତ୍‌ ହେବା ସହ କେଶର ଘନତ୍ୱ ବୃଦ୍ଧି ହୋଇଥାଏ।

Related story