Advertisment

ପିଆଜ ଚୋପାରେ ରହିଛି କ୍ୟାନସରରୁ ବଞ୍ଚାଇବାର ଶକ୍ତି,କେବଳ ସେତିକି ନୁହେଁ ରହିଛି ଅନେକ ଚମତ୍କାରୀ ଉପକାରିତା

ପିଆଜ ଖାଇବାକୁ ପ୍ରାୟ ସମସ୍ତେ ପ୍ରସନ୍ଦ କରନ୍ତି। ଏହାର ଉପକାରିତା ସଂପର୍କରେ କାହାକୁ ଅବା ଅଜଣା। କିନ୍ତୁ ଅନେକ ଜାଣି ନ ଥିବେ ଯେ ଏହାର ଚୋପା ମଧ୍ୟ ବହୁତ ଉପକାରୀ ଯାହାକୁ ଆମେ ଛଡ଼ାଇ ଫୋପାଡ଼ି ଦେଉ। ପିଆଜ ଚୋପାର ଉପକାରିତା ସଂପର୍କରେ ଜାଣିବା ପରେ ଆପଣମାନେ ତାକୁ ଆଦୌ ଫୋପାଡ଼ିବାକୁ ଚାହିଁବେନି। ତା’ହେଲେ ଆସନ୍ତୁ ଜାଣିବା ପିଆଜ ଚୋପର ଉପକରିତା ସଂପର୍କରେ। ଆଣ୍ଟି ଇଫ୍ଲାମେଟୋରି ଶକ୍ତି ପିଆଜରେ ଚୋପାରେ ଆଣ୍ଟି ଇଫ୍ଲାମେଟୋରି ଶକ୍ତି ଅଛି। […]

ଅଦ୍ୟତନ ହୋଇଛି
ପିଆଜ ଚୋପାରେ ରହିଛି କ୍ୟାନସରରୁ ବଞ୍ଚାଇବାର ଶକ୍ତି,କେବଳ ସେତିକି ନୁହେଁ ରହିଛି ଅନେକ ଚମତ୍କାରୀ ଉପକାରିତା

onion

Advertisment

ପିଆଜ ଖାଇବାକୁ ପ୍ରାୟ ସମସ୍ତେ ପ୍ରସନ୍ଦ କରନ୍ତି। ଏହାର ଉପକାରିତା ସଂପର୍କରେ କାହାକୁ ଅବା ଅଜଣା। କିନ୍ତୁ ଅନେକ ଜାଣି ନ ଥିବେ ଯେ ଏହାର ଚୋପା ମଧ୍ୟ ବହୁତ ଉପକାରୀ ଯାହାକୁ ଆମେ ଛଡ଼ାଇ ଫୋପାଡ଼ି ଦେଉ। ପିଆଜ ଚୋପାର ଉପକାରିତା ସଂପର୍କରେ ଜାଣିବା ପରେ ଆପଣମାନେ ତାକୁ ଆଦୌ ଫୋପାଡ଼ିବାକୁ ଚାହିଁବେନି। ତା’ହେଲେ ଆସନ୍ତୁ ଜାଣିବା ପିଆଜ ଚୋପର ଉପକରିତା ସଂପର୍କରେ।

Advertisment

ଆଣ୍ଟି ଇଫ୍ଲାମେଟୋରି ଶକ୍ତି

ପିଆଜରେ ଚୋପାରେ ଆଣ୍ଟି ଇଫ୍ଲାମେଟୋରି ଶକ୍ତି ଅଛି। ଯଦି ଆଲର୍ଜି ଯୋଗୁଁ ଆପଣଙ୍କ ମୁହଁ କୁଣ୍ଡାଇ ହେଉଥିବ ତା’ହେଲେ ପିଆଜ ଚୋପା ଏଥିରୁ ମୁକ୍ତି ଦେଇ ପାରିବ। ଏଥିପାଇଁ ଆପଣ ପିଆଜ ଚୋପାକୁ ରାତିରେ ଭଲ ଭାବେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ସେହି ପାଣିରେ ମୁହଁ ଧୁଅନ୍ତୁ।

ଛାରପୋକ ଓ ମଶା କାମୁଡାରୁ ମୁକ୍ତି ଦେବ

ଯଦି ଆପଣଙ୍କ ଘରେ ଛାରପୋକ ଓ ମଶା ରହୁଛନ୍ତି ତା’ହେଲେ ପିଆଜ ଚୋପାର ବ୍ୟବହାର କରନ୍ତୁ। ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ କବାଟ ଓ ଝରକା ପାଖରେ ରଖି ଦିଅନ୍ତୁ। ଏହି ପାଣିର କଡ଼ା ଗନ୍ଧରେ ଛାରପୋକ ଓ ମଶା ଘରେ ପଶି ପାରନ୍ତି ନାହିଁ।

Advertisment

ହେୟାର କଣ୍ଡିସନର

ପିଆଜ ଚୋପାକୁ ଭିଜାଇ ରଖନ୍ତୁ। କେଶକୁ ସାମ୍ପୁରେ ଭଲ ଭାବେ ସଫା କରି ସାରିବା ପରେ ସେହି  ପିଆଜ ଚୋପା ଭିଜା ପାଣିରେ କେଶକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ସଫ୍ଟ ରହେ।

କୋଲେଷ୍ଟ୍ରଲ କମ୍‌ କରେ

ପିଆଜ ଚୋପା ଶରୀରର କୋଲେଷ୍ଟ୍ରଲ ସ୍ତରକୁ  କମ୍‌ କରିବାରେ ସାହାଯ୍ୟ କରେ। ଏଥିପାଇଁ ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ ପିଅନ୍ତୁ। ଯଦି ପିଆଜ ପାଣିର ସ୍ୱାଦ ଆପଣଙ୍କୁ ଭଲ ଲାଗିବନି ସେଥିରେ ଆପଣ ଚିନି କି ମହୁ ମିଶାଇ ପିଇ ପାରିବେ।

ପେଟ ଜନିତ ସମସ୍ୟାରୁ ମୁକ୍ତି ଦିଏ

ପିଆଜ ଚୋପାରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ ଯାହା ପେଟରେ ହେଉଥିବା ଇନ୍ଫେକ୍ସନରୁ ମୁକ୍ତି ଦିଏ। ପିଆଜ ଚୋପାକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ସେହି ପାଣିକୁ ପିଅନ୍ତୁ।

କ୍ୟାନସରରୁ ବଞ୍ଚାଏ

ପିଆଜ ଚୋପାରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଅଧିକ ଥାଏ ଏଥିସହ ଏଥିରେ ଆଣ୍ଟି ଇଫ୍ଲାମେଟୋରି ଶକ୍ତି ମଧ୍ୟ ଥାଏ। ଏହା ବ୍ୟତୀତ ଏଥିରେ କ୍ୱେରସେଟିନ ନାମକ ଏନ୍‌ଜାଇମ ଥାଏ ଯାହା କ୍ୟାନସର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ ।  ଆପଣ ପିଆଜ ଚୋପାକୁ ଚା ରେ ମଧ୍ୟ ବ୍ୟବହାର କରି ପାରିବେ। ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଏହି ଚା ପିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe