Advertisment

କେତେ ଭଲ ସୋରିଷ ତେଲ?

ବିଶେଷକରି ଭାରତୀୟ ବ୍ୟଞ୍ଜନରେ ସୋରିଷ ତେଲକୁ ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଅନେକଙ୍କ ଘରେ ଏହି ତେଲ ବ୍ୟବହାର ହୁଏ। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ ।  ବିକଳ୍ପ ଚିକିତ୍ସା ପାଇଁ କିଛି ଲୋକେ ସୋରିଷ ତେଲକୁ ମଧ୍ୟ ବ୍ୟବହାର କରନ୍ତି। ଏହି ତେଲ ପାଚନ ତନ୍ତ୍ର, ଶ୍ୱାସ ପ୍ରଣାଳୀ ଓ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍ ରହିଛି ଯାହା ହୃଦ ରୋଗର […]

କେତେ ଭଲ ସୋରିଷ ତେଲ?

mustard oil

Advertisment

ବିଶେଷକରି ଭାରତୀୟ ବ୍ୟଞ୍ଜନରେ ସୋରିଷ ତେଲକୁ ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଅନେକଙ୍କ ଘରେ ଏହି ତେଲ ବ୍ୟବହାର ହୁଏ। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ ।  ବିକଳ୍ପ ଚିକିତ୍ସା ପାଇଁ କିଛି ଲୋକେ ସୋରିଷ ତେଲକୁ ମଧ୍ୟ ବ୍ୟବହାର କରନ୍ତି। ଏହି ତେଲ ପାଚନ ତନ୍ତ୍ର, ଶ୍ୱାସ ପ୍ରଣାଳୀ ଓ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍ ରହିଛି ଯାହା ହୃଦ ରୋଗର ସମ୍ଭାବନା କମ କରିଥାଏ। ତେବେ ସୋରିଷ ତେଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ତେବେ ଆମ ଶରୀର ପାଇଁ ସୋରିଷ ତେଲ କେତେ ଭଲ ଓ କେତେ ଖରାପ ଆସନ୍ତୁ ଜାଣିବା। publive-image

Advertisment

- ଅନେକ ଗବେଷଣାରୁ ଜଣାପଡିଛି ଯେ ସୋରିଷ ତେଲରେ ବହୁ ମାତ୍ରାରେ ଏରିକ ଏସିଡ ଅଛି ଯାହା ଅତ୍ୟନ୍ତ ବିଷାକ୍ତ। ଏରିଟିକ ଏସିଡର ଉଚ୍ଚ ସ୍ଥର ହୃଦୟକୁ ପ୍ରଭାବିତ କରିଥାଏ। ଅଧିକ ସୋରିଷ ତେଲ ଖାଇବା ହୃଦୟରେ ମେଦ ବଢ଼ିଯାଇଥାଏ। ଫଳରେ ହୃଦରୋଗ ଜନିତ ସମସ୍ୟା ବଢ଼ିବା ଅଶଙ୍କା ରହିଥାଏ।

-ହୃଦ ସମ୍ବନ୍ଧୀୟ ସମସ୍ୟା ବଢାଇବା ସହ ଏହା ଫୁସଫୁସ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ପ୍ରାରମ୍ଭିକ ଚରଣରେ ଏହା ଶ୍ୱାସ ତନ୍ତ୍ରକୁ ପ୍ରଭଵିତ କରିଥାଏ ଯେଉଁଥିପାଇଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଅଧିକ ସମୟ ଧରି ସୋରିଷ ତେଲ ସେବନ କଲେ ଫୁସଫୁସ କ୍ୟାନସର ହେବା ସମ୍ଭାବନା ରହିଛି।

Advertisment

-ସୋରିଷ ତେଲରେ ଆଉ ଏକ ହାନିକାରକ ରାସାୟନିକ ପଦାର୍ଥ ରହିଛି ଯାହାକୁ ଏଲିଲ୍ ଆଇସୋଥିଓସିଆନେଟ୍ କୁହାଯାଏ। ଏହା ଫୁସଫୁସ, ପାକସ୍ଥଳୀ, ଅନ୍ତନଳୀ ଇତ୍ୟାଦିରେ କ୍ଷତ ସୃଷ୍ଟି କରିପାରେ।

- ସୋରିଷ ତେଲ ତ୍ୱଚାକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଏହା ତ୍ୱଚାର କାର୍ଯ୍ୟକୁ ପ୍ରତିରୋଧ କରିଥାଏ। ଯାହାଦ୍ୱାରା ଏପିଡର୍ମାଲ୍ କେରାଟିନୋସାଇଟ୍ ଗଠନରେ ବାଧା ସୃଷ୍ଟି ହୋଇଥାଏ।

- ସୋରିଷ ତେଲରୁ ତ୍ୱଚାରେ ଆଳର୍ଜି ଭଳି ସମସ୍ୟା ମଧ୍ୟ ଦେଖାଦିଏ । ମୁଖ୍ୟତଃ ଇମ୍ୟୁନୋଗ୍ଲୋବୁଲିନ୍ ଇ କିମ୍ବା ଆଇଜିଆଇ ମଧ୍ୟସ୍ଥତା ଭଳି ଆଲର୍ଜି ସୃଷ୍ଟି କରିଥାଏ।  ଫଳରେ କୁଣ୍ଡେଇ ହେବା, ତ୍ୱଚା ନାଲି ପଡିଯିବା, ତ୍ୱଚା ଶୁଷ୍କ ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ।

- ଅତ୍ୟଧିକ ସୋରିଷ ତେଲ ଖାଇବା ଦ୍ୱାରା ରାଇନାଇଟିସ୍ ହେବା ସମ୍ଭାବନା। ଶ୍ୱାସ ନଳୀରେ ଥିବା କୋଷଗୁଡିକରେ ଛିଦ୍ର ସୃଷ୍ଟି ହୋଇଥାଏ। ଫଳରେ କାଶ, ଛିଙ୍କ, ନାକ ବୋହିବା ଭଳି ସମସ୍ୟା ଦେଖାଥାଏ।

- ଗର୍ଭବତୀ ମହିଳା ସୋରିଷ ତେଲ ସେବନ କରିବା ଉଚିତ ନୁହେଁ। କାରଣ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଭୃଣ ସହ ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ରସାୟନ ଯୋଗୁଁ ଗର୍ଭପାତର ସମ୍ଭାବନା ମଧ୍ୟ ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe