Advertisment

ପେଟ ସମସ୍ୟା ଦୂର କରେ କାକୁଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରମ ଦିନରେ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ଶରୀରରୁ ଜଳୀୟଅଂଶ କମ୍‌ ହେଲେ ହୋଇଥାଏ। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏପରି କିଛି ଫଳ ଓ ପରିବା ଅଛି, ଯାହାକୁ ଆପଣ ଖାଇପାରିବେ। ଏମିତିଏକ ପରିବା ହେଉଛି କାକୁଡ଼ି। ଗରମ ଦିନରେ କାକୁଡ଼ି ଶରୀର ପାଇ ସବୁଠାରୁ ଭଲ ବୋଲି କୁହାଯାଇଥାଏ। ଏଥିପାଇଁ ଆପଣ ନିଜର ଦୈନନ୍ଦିନ ଡାଏଟ୍‌ରେ କାକୁଡ଼ିକୁ ସାମିଲ୍‌ କରନ୍ତୁ। କାକୁଡ଼ିରେ ରହିଛି, […]

ପେଟ ସମସ୍ୟା ଦୂର କରେ କାକୁଡ଼ି

kakudi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରମ ଦିନରେ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ଶରୀରରୁ ଜଳୀୟଅଂଶ କମ୍‌ ହେଲେ ହୋଇଥାଏ। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏପରି କିଛି ଫଳ ଓ ପରିବା ଅଛି, ଯାହାକୁ ଆପଣ ଖାଇପାରିବେ।

Advertisment

ଏମିତିଏକ ପରିବା ହେଉଛି କାକୁଡ଼ି। ଗରମ ଦିନରେ କାକୁଡ଼ି ଶରୀର ପାଇ ସବୁଠାରୁ ଭଲ ବୋଲି କୁହାଯାଇଥାଏ। ଏଥିପାଇଁ ଆପଣ ନିଜର ଦୈନନ୍ଦିନ ଡାଏଟ୍‌ରେ କାକୁଡ଼ିକୁ ସାମିଲ୍‌ କରନ୍ତୁ।
କାକୁଡ଼ିରେ ରହିଛି, ଭିଟାମିନ୍‌ କେ, ଭିଟାମିନ୍‌ ସି, ବି୬, ଡି, ପୋଟାସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌ ଏବଂ ଜିଙ୍କ୍‌। କାକୁଡ଼ିରେ ଫାଇବର୍‌ ମଧ୍ୟ ଅଧିକ ପରିମାଣରେ ରହିଥାଏ। ଏହା ସହିତ କ୍ୟାଲୋରୀ ମଧ୍ୟ ଥାଏ।

କେବଳ ଏତିକି ନୁହେଁ, ଯଦି ଆପଣ ନିଜ ମୁହଁର ତ୍ୱଚାକୁ ନେଇ ଚିନ୍ତିତ ଅଛନ୍ତି, ତେବେ କାକୁଡ଼ିର ଉପଯୋଗ ମଧ୍ୟ କରିପାରିବେ ।
ଏହା ସ୍କିନ୍‌କୁ ସୁସ୍ଥ ରଖିବା ସହିତ, ଡେଡ୍‌ ସେଲ୍‌କୁ ନଷ୍ଟ କରି ଦେଇଥାଏ ଏବଂ ଆପଣଙ୍କ ମୁହଁରେ ପଡୁଥିବା ଟ୍ୟାନ୍‌ ସମସ୍ୟାକୁ ଦୂର କରିଥାଏ।
ତେବେ ଆସନ୍ତୁ ଜାଣିବା କାକୁଡ଼ିରୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ।

Advertisment

୧. ପେଟ ପାଇଁ ଲାଭକାରୀ କାକୁଡ଼ି
ଆପଣ ଏହା ଜାଣି ଖୁସି ହେବେ ଯେ, କାକୁଡ଼ି ଶରୀରର ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ। କାକୁଡ଼ିରେ ଇରେସ୍ପିନ୍‌ ନାମକ (Erpsin) ନାମକ ଏକ ଏନ୍‌ଜାଇମ୍‌ ରହିଛି, ଯାହା ପ୍ରୋଟିନ୍‌କୁ ପଚାଇବା ପାଇଁ ସାହାଯ୍ୟ କରିଥାଏ। ଏତିକି ନୁହେଁ, କାକୁଡ଼ିରେ ଯେଉଁ ସବୁ ତତ୍ତ୍ୱ ରହିଛି, ତାହା ପେଟଜନିତ ସମସ୍ୟାକୁ ଦୂର କରିଥାଏ।

୨. ହଜମ ପାଇଁ କାକୁଡ଼ି ଲାଭଦାୟକ
ଆପଣ ଜାଣନ୍ତି, କାକୁଡ଼ିରେ ୯୬ ପ୍ରତିଶତ ପାଣି ରହିଛି। ତେଣୁ କାକୁଡ଼ି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ କାକୁଡ଼ି ଏଥିପାଇଁ ଲାଭଦାୟକ। ଏହା ବ୍ୟତୀତ କାକୁଡ଼ିରେ ଥିବା ଫାଇବର୍‌ ଖାଦ୍ୟ ହଜମ କରାଇବାରେ ସାହାଯ୍ୟ କରିଥାଏ।

୩. ଓଜନ କମାଇଥାଏ କାକୁଡ଼ି
ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଅଧିକ କ୍ୟାଲୋରୀ ଥିବା ଖାଦ୍ୟ ଖାଇବାକୁ ପଡ଼ିଥାଏ। କାକୁଡ଼ିରେ ରହିଛି ଅଧିକ କ୍ୟାଲୋରୀ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ କମିଥାଏ। ୧୦୦ ଗ୍ରାମ୍‌ କାକୁଡ଼ିରେ ୧୫.୫୪ ପ୍ରତିଶତ କ୍ୟାଲୋରୀ ରହିଛି। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ଡାଏଟ୍‌ରେ କାକୁଡ଼ିକୁ ସାମିଲ୍‌ କରନ୍ତୁ କଲେ ପେଟଜନିତ ସମସ୍ୟା ରହିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe