Advertisment

ଶୀତରେ ପ୍ରତିଦିନ ଖାଆନ୍ତୁ ମୂଳା

ଶୀତଦିନେ ଭଲ ଭଲ ଖାଇ ଶରୀରକୁ ସୁସ୍ଥ ରଖିବା ସହଜ। କାରଣ ଶୀତଋତୁରେ ଶରୀର ପାଇଁ ଉପଯୋଗୀ ନାନା ପନିପରିବା ମିଳିଥାଏ। ଏଗୁଡ଼ିକ ଭିତରୁ ଅନ୍ୟତମ ପରିବା ହେଉଛି ମୂଳା। ଅଧିକାଂଶ ଲୋକେ ମୂଳାର ସ୍ୱାଦ ଯୋଗୁ ଖାଇବା ପସନ୍ଦ କରି ନ ଥାନ୍ତି। ହେଲେ ଏହାର ଶରୀର ପ୍ରତି ଥିବା ଲାଭ ଜାଣିଲେ ଆପଣ ବି ପ୍ରତିଦିନ ମୂଳା ଖାଇବା ଆରମ୍ଭ କରିଦେବେ। ଇମ୍ୟୁନିଟି ବୁଷ୍ଟର- ମୂଳାରେ ପ୍ରଚୁର ଭିଟାମିନ୍-ସି ରହିଛି। ଏହା ଶୀତଦିନ ହେଉଥିବା […]

author-image
Pragnya Choudhury
ଶୀତରେ ପ୍ରତିଦିନ ଖାଆନ୍ତୁ ମୂଳା

mula

ଶୀତଦିନେ ଭଲ ଭଲ ଖାଇ ଶରୀରକୁ ସୁସ୍ଥ ରଖିବା ସହଜ। କାରଣ ଶୀତଋତୁରେ ଶରୀର ପାଇଁ ଉପଯୋଗୀ ନାନା ପନିପରିବା ମିଳିଥାଏ। ଏଗୁଡ଼ିକ ଭିତରୁ ଅନ୍ୟତମ ପରିବା ହେଉଛି ମୂଳା। ଅଧିକାଂଶ ଲୋକେ ମୂଳାର ସ୍ୱାଦ ଯୋଗୁ ଖାଇବା ପସନ୍ଦ କରି ନ ଥାନ୍ତି। ହେଲେ ଏହାର ଶରୀର ପ୍ରତି ଥିବା ଲାଭ ଜାଣିଲେ ଆପଣ ବି ପ୍ରତିଦିନ ମୂଳା ଖାଇବା ଆରମ୍ଭ କରିଦେବେ।

Advertisment

ब्लड प्रेशर कंट्रोल

ଇମ୍ୟୁନିଟି ବୁଷ୍ଟର-

ମୂଳାରେ ପ୍ରଚୁର ଭିଟାମିନ୍-ସି ରହିଛି। ଏହା ଶୀତଦିନ ହେଉଥିବା କଫ ଏବଂ ଥଣ୍ଡାରୁ ରକ୍ଷା କରିଥାଏ। ମୂଳା ଶରୀରରର ଇମ୍ୟୁନିଟି ବଢ଼ାଇଥାଏ। ମୂଳା ଶରୀରରେ ଯନ୍ତ୍ରଣା ଏବଂ ଜଳାପୋଡ଼ା କରିବା ସହ ବୟସର ଛାପ ପଡ଼ିବାକୁ ଦେଇ ନ ଥାଏ।

दिल को बीमारियों से बचाती है

ରକ୍ତଚାପକୁ ନିୟନ୍ତ୍ରଣ କରେ-

ମୂଳା ଶରୀରକୁ ପୋଟାସିୟମ ଯୋଗାଇଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ବିଶେଷକରି ଯଦି ଆପଣ ହାଇପରଟେନସନ ସମସ୍ୟାରେ ପୀଡ଼ିତ। ତେବେ ନିଜ ଖାଦ୍ୟରେ ମୂଳାକୁ ନିଶ୍ଚୟ ସାମିଲ କରନ୍ତୁ। ଆୟୁର୍ବେଦ ଅନୁସାରେ, ମୂଳା ରକ୍ତ ଉପରେ ଥଣ୍ଡା ପ୍ରଭାବ ପକାଇଥାଏ।

Advertisment

फाइबर की अच्छी मात्रा

ହୃଦରୋଗରୁ ରକ୍ଷା କରେ-

ମୂଳାରୁ ଏନ୍ଥୋସାୟନିନ୍ ଭରପୂର ରହିଛି। ଏହା ହୃଦୟ ଠିକ ଭାବରେ କାମ କରିଥାଏ। ପ୍ରତ୍ୟହ ମୂଳା ଖାଇଲେ ହୃଦରୋଗ ହେବାର ଆଶଙ୍କା କମ ରହିଥାଏ। ମୂଳାରେ ଫୋଲିକ୍ ଏସିଡ ଏବଂ ଫ୍ଲୋଭୋନଏଡସ୍ ମଧ୍ୟ ପ୍ରଚୁର ରହିଛି। ଏହା ରକ୍ତରେ ଅମ୍ଳଜାନର ଅଭାବକୁ ଦୂର କରିଥାଏ।

रक्त वाहिकाओं को मजबूत करती है

ଫାଇବର-

ମୂଳାରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଯେଉଁମାନେ ପ୍ରତ୍ୟହ ସାଲାଡରେ ମୂଳା ଖାଆନ୍ତି ସେମାନଙ୍କ ଶରୀରରେ କେବେ ବି ଫାଇବରର ଅଭାବ ରହିବନି। ଫାଇବର କାରଣରୁ ପାଚନକ୍ରିୟା ଠିକ୍ ଭାବରେ ଚାଲିଥାଏ। ଏହା ବ୍ୟତୀତ ମୂଳା ଯକୃତର ମଧ୍ୟ ଯତ୍ନ ନେଇଥାଏ।

मेटाबॉलिज्म बढ़ाती है मूली

ମେଟାବୋଲିଜମ୍ ବୃଦ୍ଧି କରେ-

ମୂଳା କେବଳ ପାଚନକ୍ରିୟା ପାଇଁ ଲାଭକାରୀ ନୁହେଁ ଏହା ଅମ୍ଳ, ମୋଟାପଣ, ଗ୍ୟାଷ୍ଟ୍ରିକ୍ ସମସ୍ୟା ଭଳି ସମସ୍ୟାର ମଧ୍ୟ ସମାଧନ କରିଥାଏ।

स्किन के लिए अच्छा

ରକ୍ତ ନଳୀକୁ ମଜବୁତ କରେ-

ମୂଳାରେ ପ୍ରଚୁର ମାତ୍ରାରେ କୋଲୋନ୍ ରହିଛି। ଏହା ଆମ ଶରୀରର ରକ୍ତ ନଳୀକୁ ମଜବୁତ କରିଥାଏ। ଫଳରେ ଆଥେରୋସ୍କେଲେରୋସିସ୍ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ହୋଇଯାଏ।

Health Winter