Advertisment

ପୋହଳା ବେସର- An authentic odia recipe, Pohala Besara

ଆବଶ୍ୟକ ସାମଗ୍ରୀ ପୋହଳା ମାଛ ଟମାଟୋ ପିଆଜ କଞ୍ଚା ଲଙ୍କା ଧନିଆପତ୍ର ଶୁଖିଲା ଆମ୍ବୁଲ ଧନିଆ ପାଉଡର ସୋରିଷ ପେଷ୍ଟ୍‌ ପଞ୍ଚ ଫୁଟଣ ଲଙ୍କା ଗୁଣ୍ଡ, ସୋରିଷ ତେଲ ଲୁଣ ପ୍ରସ୍ତୁତି ପ୍ରଣାଳୀ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍‌ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ […]

ଅଦ୍ୟତନ ହୋଇଛି
ପୋହଳା ବେସର- An authentic odia recipe, Pohala Besara

maxresdefault

Advertisment

ଆବଶ୍ୟକ ସାମଗ୍ରୀ

  • ପୋହଳା ମାଛ
  • ଟମାଟୋ
  • ପିଆଜ
  • କଞ୍ଚା ଲଙ୍କା
  • ଧନିଆପତ୍ର
  • ଶୁଖିଲା ଆମ୍ବୁଲ
  • ଧନିଆ ପାଉଡର
  • ସୋରିଷ ପେଷ୍ଟ୍‌
  • ପଞ୍ଚ ଫୁଟଣ
  • ଲଙ୍କା ଗୁଣ୍ଡ,
  • ସୋରିଷ ତେଲ
  • ଲୁଣ
Advertisment

ପ୍ରସ୍ତୁତି ପ୍ରଣାଳୀ

ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍‌ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ପଞ୍ଚ ଫୁଟଣ, କଞ୍ଚା ଲଙ୍କା ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ନରମ ହୋଇଗଲା ପରେ ଏଥିରେ ସୋରିଷ ପେଷ୍ଟ୍‌, ହଳଦୀ ପାଉଡର, ଲଙ୍କାଗୁଣ୍ଡ ଓ ଧନିଆ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ପାଣି ଦେଇ ଦିଅନ୍ତୁ। ତା’ପରେ ଆମ୍ବୁଲ ଓ ପୂର୍ବରୁ ଭଜା ହୋଇ ରଖାଯାଇଥିବା ମାଛକୁ ପକାଇ ଲୁଣ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ଦିଅନ୍ତୁ। ଝୋଳ ବହଳିଆ ହୋଇ ଆସିଲେ ଧନିଆପତ୍ର ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୋହଳା ବେସର।

Advertisment

ଧ୍ୟାନ ଦିଅନ୍ତୁ: ଆପଣ ଝୋଳ କେତେ ରଖିବେ, ସେହି ଅନୁସାରେ ମସଲା ଓ ପାଣି ଦିଅନ୍ତୁ। କାରଣ ଜଣେ ଜଣେ ଭାତରେ ମାଛର ଝୋଳ ଖାଇବାକୁ ଭଲ ପାଆନ୍ତି। ସେହିଭଳି ଆପଣ ଚାହିଁଲେ ଏଥିରେ ଆଳୁ ବି ପକାଇ ପାରିବେ।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe