/odisha-reporter/media/post_attachments/uploads/2018/08/beer-1-2.jpg)
beer (1)
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଅର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଲାଭଦାୟକ। ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଆସେ। ଯିଏ ବିଅର ପିଉଥାଏ ସିଏ ବି ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଚା କରେ ଯିଏ ନପିଏ ସିଏ ବି ଉତ୍ତର ଜାଣିବାକୁ ଚେଷ୍ଟା କରେ। ଏବେ ଏହାର ଉତ୍ତର ରଖିଛନ୍ତି ବୈଜ୍ଞାନିକ।
ବିଅର ପିଇଲେ ମଣିଷର ମସ୍ତିସ୍କରେ ଥିବା ଏକ ସ୍ଥାନକୁ ଉତ୍ତେଜିତ କରିଥାଏ। ଯାହାକି ମଣିଷକୁ ରିଲାକ୍ସ କରାଇଥାଏ। ଯେମିତି କିଛି ଖାଦ୍ୟ ପ୍ରତି ମଣିଷର ରୁଚି ରହିଥାଏ। ତେଣୁ ପେଟ ପୂରିଯାଇଥିଲେ ମଧ୍ୟ ଖାଦ୍ୟ ପ୍ରତି ରୁଚିଥିବାରୁ ମଣିଷ ଖାଦ୍ୟ ଖାଇ ଚାଲିଥାଏ। ବୈଜ୍ଞାନିକ ଏହାକୁ ହେଡୋନିକ ହଙ୍ଗର (ସୁଖ ଦେଲା ଭଳି ଭୋକ) କୁହନ୍ତି। ଏହି ଭୋକ ମଣିଷର ବାୟୋଲଜିକାଲ ଆବଶ୍ୟକ ବଦଳରେ ସୁଖରେ ରହିବା ପାଇଁ ଖାଇବା ପିଇବା କରିଥାଏ।
ବିଅର କିମ୍ୱା ରୁଚିକର ଖାଦ୍ୟ ମଣିଷର ନ୍ୟୁରୋଟ୍ରାନ୍ସମିଟର ଡୋପାମିନକୁ ବଢ଼ାଇଥାଏ। ଡୋପାମିନ ହେଉଛି ମସ୍ତିସ୍କର ଡିଟୁ ରିସେପ୍ଟର ସେଣ୍ଚର। ଡୋପାମିନ ହେଉଛି ସୁଖ ଦେଲା ଭଳି ଏକ ହର୍ମୋନ୍।
ଜର୍ମାନୀର ଫ୍ରେଡରିକ ଆଲେକଜାଣ୍ଡାର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଗବେଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
