lanka
ଆବଶ୍ୟକ ସାମଗ୍ରୀ:
- ରିଫାଇନ୍ ତେଲ
- ପିଆଜ
- କଞ୍ଚା ଲଙ୍କା
- ଖାସି ମାଂସ
- ଲୁଣ
- ଶୁଖିଲା ଲଙ୍କା ଗୁଣ୍ଡ
- ଅଦା
- ରସୁଣ
- ପିଆଜ
- ଶୁଖିଲା ଲଙ୍କା ବଟା
- ହଳଦୀ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ :
ଖାସି ମାଂସକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଲଙ୍କାକୁ ଭାଙ୍ଗି ମଞ୍ଜି କାଢ଼ି ଦିଅନ୍ତୁ। ଏହାପରେ ମାଂସରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା,ରସୁଣ, ପିଆଜ ଓ ଶୁଖିଲା ଲଙ୍କା ବଟା, ସ୍ୱାଦ ଅନୁସାରେ ଲୁଣ, କଟା ପିଆଜ, ମଞ୍ଜି ନଥିବା ଲଙ୍କା ଓ ୪ ଚାମଚ ରିଫାଇନ୍ ତେଲ ପକାଇ ଭଲ ଭାବରେ ଗୋଳାନ୍ତୁ।
ଏବେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏଥିରେ କାଟି ରଖିଥିବା ପିଆଜ ଓ ଅଳ୍ପ ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ଏଥିରେ ପୂର୍ବରୁ ବିଭିନ୍ନ ମସଲା ଗୋଳାଇ ରଖିଥିବା ଖାସି ମାଂସକୁ ପକାନ୍ତୁ ଏବଂ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ।
୨୦ରୁ ୨୫ ମିନିଟ୍ ପରେ ଘୋଡ଼ଣି ବାହାର କରି ମାଂସକୁ ଆଉ ଟିକେ ଗୋଳାନ୍ତୁ ଓ ପୁଣିଥରେ ଘୋଡ଼ଣି ଘୋଡ଼ାଇ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଂସ ସିଝିବା ପର୍ଯ୍ୟନ୍ତ ଏମିତି କରନ୍ତୁ। ମାଂସ ସିଝି ଗଲେ କଡ଼େଇକୁ ଗ୍ୟାସ୍ରୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଲଙ୍କା ମାଂସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/lanka.jpg)