/odisha-reporter/media/post_attachments/uploads/2017/09/eye.jpg)
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ବିଭିନ୍ନ ଅଙ୍ଗର ପ୍ରତିକ୍ରିୟା ଆଧାରରେ ଶୁଭଅଶୁଭ ଘଟଣାର ସୂଚନା ମିଳିଥାଏ। ଶରୀରର କୌଣସି ଅଙ୍ଗ କୁଣ୍ଡେଇ ହେବା କିମ୍ୱା ଆଖି ଡେଇଁବା ଆଦି ଲକ୍ଷଣ ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ସୂଚିତ କରିଥାଏ। ତେବେ ଆମେ ସେହି ସବୁ ଘଟଣା ସଂମ୍ପର୍କରେ ଅବଗତ ନଥାଉ। ଆସନ୍ତୁ ଜାଣିବା କେଉଁ ଆଖି ଡେଇଁଲେ ଅବା କେଉଁ ହାତ କୁଣ୍ଡେଇ ହେଲେ କ’ଣ ସଂକେତ ମିଳିଥାଏ।
Advertisment
ଆଖିପତା ଡେଇଁବା
- ସମୁଦ୍ର ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ। ଯଦି ପୁରୁଷଙ୍କ ଡାହାଣ ଆଖିର ଉପର ପତା ଓ ଭ୍ରୁଲତା ଡେଉଁଥାଏ, ତା’ହେଲେ ମନର ଇଚ୍ଛା ପୂରଣ ହୋଇଥାଏ। ପଦୋନ୍ନତି ହେବା ସହ ଧନ ଲାଭ ହୋଇଥାଏ। ସେପରି ବାମ ଆଖି ଡେଇଁଲେ ଝଗଡ଼ା ହେବାର ସଙ୍କେତ ମିଳିଥାଏ।
- ମହିଳାଙ୍କ ବାମ ଆଖି ଡେଇଁବା ଶୁଭ ହୋଇଥାଏ। ମହିଳାଙ୍କ ଡାହାଣ ଆଖିର ଉପର ଭାଗ ଭ୍ରୁଲତା ଡେଇଁଲେ ଭବିଷ୍ୟରେ ଅପ୍ରୀୟ ଘଟଣା କିମ୍ୱା ଅଶୁଭ ସମାଚାର ଆସିବାର ସଙ୍କେତ ଦେଇଥାଏ। କୁହାଯାଏ କାମ ସମ୍ପୂର୍ଣ୍ଣ ହୁଏ ନାହିଁ।
ହାତ କୁଣ୍ଡାଇ ହେଲେ
ହାତ କୁଣ୍ଡାଇ ହେବା ଟଙ୍କା ଆସିବାର ସଙ୍କେତ ଦେଇଥାଏ। ଶକୁନ ଶାସ୍ତ୍ରରେ ଏହାର କିଛି ସଙ୍କେତ ବିଷୟରେ ଉଲ୍ଲେଖ କରାଯାଇଛି। ଶରୀରର କୌଣସି ଅଙ୍ଗ କିମ୍ୱା ହାତରେ ବାରମ୍ୱାର କୁଣ୍ଡାଇ ହେଲେ ହଠାତ୍ ଅର୍ଥପ୍ରାପ୍ତିର ଯୋଗ ରହିଥାଏ। ବାମ ହାତ କୁଣ୍ଡାଇ ହେଲେ ଖର୍ଚ୍ଚ ବଢିଥାଏ। ଆଖି କୁଣ୍ଡାଇ ହେବା ଦ୍ୱାରା ଧନ ଲାଭ ହୋଇଥାଏ। ସ୍ୱପ୍ନରେ ଛାତି କୁଣ୍ଡାଇ ହେଲେ ପୌତୃକ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
