Advertisment

ଜାଣନ୍ତୁ କେଉଁ ଗୃହପାଳିତ ପଶୁ ଘରେ ରଖିଲେ ଶୁଭ?

କିଛି ଲୋକ ଘରେ ଗୃହପାଳିତ ପଶୁ ରଖିବା ପାଇଁ ପସନ୍ଦ କରନ୍ତି। ଆଉ କିଛି ଲୋକ ଆଦୌ ସେମାନଙ୍କୁ ରଖିବାକୁ ପସନ୍ଦ କରନ୍ତି ନାହିଁ। କୁହାଯାଏ ଗୃହପାଳିତ ପଶୁ ରଖିଲେ ଶୁଭ ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହେ। ଘରର ସଦସ୍ୟଙ୍କ ମାନସିକ ସ୍ଥିତି ଭଲ ରହେ। ତେବେ ଆପଣ ଜାଣିଛନ୍ତି କି ଗୃହପାଳିତ ପଶୁ ପାଳିଲେ ଘରେ ଆର୍ଥିକ ସମସ୍ୟା ରହେ ନାହିଁ। ଆଜି ଆମେ ଏଠାରେ ଆପଣଙ୍କୁ କହିବୁ କେଉଁ କେଉଁ ଗୃହପାଳିତ ପଶୁଙ୍କୁ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେଉଁ ଗୃହପାଳିତ ପଶୁ ଘରେ ରଖିଲେ ଶୁଭ?
Advertisment

କିଛି ଲୋକ ଘରେ ଗୃହପାଳିତ ପଶୁ ରଖିବା ପାଇଁ ପସନ୍ଦ କରନ୍ତି। ଆଉ କିଛି ଲୋକ ଆଦୌ ସେମାନଙ୍କୁ ରଖିବାକୁ ପସନ୍ଦ କରନ୍ତି ନାହିଁ। କୁହାଯାଏ ଗୃହପାଳିତ ପଶୁ ରଖିଲେ ଶୁଭ ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହେ। ଘରର ସଦସ୍ୟଙ୍କ ମାନସିକ ସ୍ଥିତି ଭଲ ରହେ। ତେବେ ଆପଣ ଜାଣିଛନ୍ତି କି ଗୃହପାଳିତ ପଶୁ ପାଳିଲେ ଘରେ ଆର୍ଥିକ ସମସ୍ୟା ରହେ ନାହିଁ। ଆଜି ଆମେ ଏଠାରେ ଆପଣଙ୍କୁ କହିବୁ କେଉଁ କେଉଁ ଗୃହପାଳିତ ପଶୁଙ୍କୁ ଘରେ ରଖିଲେ ଆର୍ଥିକ ସଙ୍କଟ ଦୂର ହେବା ସହିତ ଧନବୃଷ୍ଟି ହୁଏ ବୋଲି କୁହାଯାଏ।

Advertisment

କୁକୁର

ସାଧାରଣତଃ କୁକୁରକୁ ଦେଖିଲେ ସମସ୍ତେ ଦୂର ଦୂର କହନ୍ତି। ଅର୍ଥାତ୍ ଦୂରକୁ ଭଗାଇ ଦିଅନ୍ତି। କିନ୍ତୁ କିଛି ଲୋକ ଭାରି କୁକୁର ପ୍ରିୟ। ଜଣେ ଜଣେ ଘରେ ଏକାଧିକ କୁକୁର ପାଳୁଛନ୍ତି। ଘରେ କୁକୁର ରଖିଲେ ଧନ ଆସେ। ଘରର ଆୟ ବଢ଼ାଇବା ପାଇଁ କୁକୁର ପାଳନ୍ତୁ ଓ ତା’ର ଠିକ୍ ସେବା କରନ୍ତୁ। ତାକୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ।

frog

ବେଙ୍ଗ

ଘରେ ବେଙ୍ଗ ପାଳିଲେ ଶୁଭ ହୁଏ ବୋଲି କୁହାଯାଏ। କିନ୍ତୁ ବହୁତ କମ୍ ଲୋକ ଘରେ ବେଙ୍ଗ ପାଳନ୍ତି। ତେବେ ଅସଲି ବେଙ୍ଗ ବଦଳରେ ପିତଳର ବେଙ୍ଗ ବି ଆପଣ ଘରେ ରଖିପାରିବେ। ବେଙ୍ଗ ଘରେ ରହିଲେ ରୋଗ ହୁଏ ନାହିଁ ବୋଲି କୁହାଯାଏ। ଅଫିସ୍ ଯିବା ପୂର୍ବରୁ ବେଙ୍ଗ ଦେଖିକି ଗଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ।

Advertisment

parrot

ଶୁଆ

ଶୁଆ ଦେଖିବାକୁ ଖୁବ ସୁନ୍ଦର। ତେଣୁ ତାକୁ ସମସ୍ତେ ଘରେ ରଖିବାକୁ ଭଲ ପାଆନ୍ତି। ଏମାନେ ବହୁତ ଚାଲାକ। ଘର ଉପରେ କୌଣସି ବିପଦ ପଡ଼ିବାର ଥିଲେ ଏହା ଆଗତୁରା ଜାଣିପାରେ। ତେଣୁ ଘରେ ଶୁଆ ରଖିବା ଶୁଭ ବୋଲି କୁହାଯାଏ।

horse

ଘୋଡ଼ା

ଘୋଡ଼ାକୁ ଐଶ୍ୱର୍ଯ୍ୟର ପ୍ରତୀକ କୁହାଯାଏ। ଘରେ ଘୋଡ଼ା ପାଳିଲେ ଅବା ତା’ର ପ୍ରତିମା ରଖିଲେ ଶୁଭ ଫଳ ମିଳେ ବୋଲି କୁହାଯାଏ। ଘୋଡ଼ା ପାଳିଲେ ଉଭୟ ଯଶ ଓ ଧନ ପ୍ରାପ୍ତି ହୋଇଥାଏ।

goldfishଗୋଲ୍ଡ ଫିସ୍

ଘରେ ସୁନାରଙ୍ଗର ମାଛ ପାଳିବା ଅତ୍ୟନ୍ତ ଶୁଭ ମନାଯାଏ। ସୁନା ରଙ୍ଗର ମାଛ ପାଳିଲେ ଘରେ ସୁଖଶାନ୍ତି ବଢ଼େ ବୋଲି କୁହାଯାଏ।

rabbit

ଠେକୁଆ

ଠେକୁଆ ଦେଖିବାକୁ ଭାରି ଚଳଚଞ୍ଚଳ। ଘରେ ଠେକୁଆ ରଖିଲେ ସୁଖସମୃଦ୍ଧି ମିଳେ ବୋଲି କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe