Advertisment

ପାଦରୁ ଜଣାପଡିବ ରୋଗର ଲକ୍ଷଣ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଶରୀରର ବିଭିନ୍ନ ଅଙ୍ଗର ଆବଭାବରୁ ବହୁ ସମୟରେ ଦେହ ମଧ୍ୟରେ ଥିବା ରୋଗର ଲକ୍ଷଣ ଜଣାପଡିଥାଏ। ପାଦରୁ ମଧ୍ୟ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ଅନୁମାନ କରାଯାଇପାରିବ। ଡାକ୍ତରଙ୍କ ମତରେ ପାଦରେ ୮ଟି ସଙ୍କେତରୁ ଆମେ ରୋଗର ଅନୁମାନ ଲଗାଇ ପାରିବ। ଆସନ୍ତୁ ପାଦକୁ ଦେଖି କିପରି ଜାଣିବା ରୋଗର ଲକ୍ଷଣ। ୧. ପାଦର ପଞ୍ଝା ଦରଜ ହେବା ରକ୍ତହୀନତା ଓ କିଡନୀ ରୋଗର ସଙ୍କେତ ଦେଇଥାଏ। ଏହା ହେଲେ ଗୋଟିଏ କିମ୍ୱା ଦୁଇ […]

ଅଦ୍ୟତନ ହୋଇଛି
ପାଦରୁ ଜଣାପଡିବ ରୋଗର ଲକ୍ଷଣ
Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଶରୀରର ବିଭିନ୍ନ ଅଙ୍ଗର ଆବଭାବରୁ ବହୁ ସମୟରେ ଦେହ ମଧ୍ୟରେ ଥିବା ରୋଗର ଲକ୍ଷଣ ଜଣାପଡିଥାଏ। ପାଦରୁ ମଧ୍ୟ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ଅନୁମାନ କରାଯାଇପାରିବ। ଡାକ୍ତରଙ୍କ ମତରେ ପାଦରେ ୮ଟି ସଙ୍କେତରୁ ଆମେ ରୋଗର ଅନୁମାନ ଲଗାଇ ପାରିବ। ଆସନ୍ତୁ ପାଦକୁ ଦେଖି କିପରି ଜାଣିବା ରୋଗର ଲକ୍ଷଣ।

Advertisment

୧. ପାଦର ପଞ୍ଝା ଦରଜ ହେବା ରକ୍ତହୀନତା ଓ କିଡନୀ ରୋଗର ସଙ୍କେତ ଦେଇଥାଏ। ଏହା ହେଲେ ଗୋଟିଏ କିମ୍ୱା ଦୁଇ ପାଦର ପଞ୍ଝା ଦରଜ କରିଥାଏ।

୨. ପାଦର ଆଙ୍ଗୁଠି ଦରଜ ଆର୍ଥାରାଇଟସ, ଗାଉଟ କିମ୍ୱା ସଂକ୍ରମଣର ସଙ୍କେତ ଦେଇଥାଏ।

୩. ପାଦର ରଙ୍ଗ ବଦଳିବା ମଧୁମେହ ଓ ଶରୀରରେ ରକ୍ତପ୍ରବାହ ସଠିକ ନ ଥିବାର ସଙ୍କେତ ଦେଇଥାଏ।

Advertisment

୪. ଗୋଇଠିରେ ଦରଜ ହେବା ଲକ୍ଷଣ ମଧୁମେହ, କେଲୋକୋନିଅମ୍ ପରି ରୋଗର ସଙ୍କେତ ଦେଇଥାଏ। ଏଥିରେ ଗୋଇଠି ପ୍ରବଳ ଦରଜ ହୋଇଥାଏ।

୫. ପୁରା ପାଦ ଦରଜ ହେଲେ ଆର୍ଥାରାଇଟସ, ମଧୁମେହ, ଦୁର୍ବଳତା, ରକ୍ତ ସନ୍ତୁଳନ ସଠିକ ଭାବେ ନହେବା ଲକ୍ଷଣ।  ଶରୀରରେ ଭିଟାମିନ, ମିନେରାଲ, କ୍ୟାଲସିୟମ ଓ ପୋଟାସିୟମ୍ କମିବା ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ।

୬. ପାଦର ଅଲଗା ଅଲଗା ଭାଗ ଦରଜ ରିୟୁମେଟକ ଆର୍ଥରାଇଟ ଓ ହୃଦ ସମସ୍ୟାର ସଙ୍କେତ।

୭. ବେଳେ ବେଳେ ପାଦ ଅକାଲୁଆ ହୋଇଯାଇଥାଏ। ଏହା ଡାଇବେଟିସ ଓ ଶିରାପ୍ରଶିରା ଖରାପ ହେବାର ସଙ୍କେତ। ସ୍ୱାସ୍ଥ୍ୟକର ଖାଦ୍ୟ ଅଭାବରୁ ଏହି ସମସ୍ୟା ଦେଖାଯାଇଥାଏ।

୮. ପାଦ ଝିମଝିମ ହେବା ମଧୁମେୟ, ରକ୍ତ ସଞ୍ଚାଳନ ଠିକ ଭାବେ ନ ହେବାର ସଙ୍କେତ। ଭିଟାମିନ ଡି ଅଭାବରୁ ପାଦ ଝିମଝିମ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe