/odisha-reporter/media/post_attachments/uploads/2017/04/Untitled.png)
koria
ଆଜିକାଲିର ଯୁବଗୋଷ୍ଠୀ ନିଜ ଫିଟ୍ନେସ୍କୁ ନେଇ ବେଶ ସତର୍କ। ନିଜକୁ ଭଲ ଭାବେ ଉପସ୍ଥାପନ କରିବାକୁ ଜିମ୍ ଯିବା ଠାରୁ ଆରମ୍ଭ କରି ଡାଏଟିଂ କରୁଛନ୍ତି। ବିଶେଷ କରି ସାଇଜ୍ ଜିରୋର ଫ୍ୟାସନ୍ ଚାଲିଛି। ଅଭିନୟ ଓ ମଡେଲିଂ କରୁଥିବା ଯୁବତୀ ଓ ଯୁବକମାନେ ନିଜ ଫିଟ୍ନେସ୍କୁ ନେଇ ବହୁତ ସଚେତନ। ଦକ୍ଷିଣ କୋରିଆର ଏ ଅଭିନେତ୍ରୀ ନିଜକୁ ସୁନ୍ଦରତା ବଜାଇ ରଖିବାକୁ ଏମିତି ଉପାୟ ଅବଲମ୍ବନ କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିଏ। ଏ ହେଉଛନ୍ତି ଲି ତେ ହାମ୍। ଏବେ ଲିଙ୍କ ମୁଣ୍ଡରେ ସାଇଜ୍ ଜିରୋ ଭୂତ ସବାର ହୋଇଛି। ଏଥିପାଇଁ ସେ ଡାଇଟିଂ କରୁଛନ୍ତି। ଦୀଘ୍ର ୬ ମାସ ହେଲା ସେ ଚାହା ଚାମଚ୍ରେ ମାତ୍ର ୩ ଚାମଚ୍ ଭାତ ଦିନକୁ ଖାଉଛନ୍ତି।
Advertisment
କିଛିଦିନ ତଳେ ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଲି ବହୁତ ପତଳା ଦେଖାଯାଉଥିଲେ। ଏ ନେଇ ତାଙ୍କୁ ପଚରା ଯିବାରୁ ସେ ଦିନକୁ ୩ ଚାମଚ ଭାତ ଖାଉଥିବା କହିଥିଲେ।
ଏକ ଫଟୋ ସୁଟ୍ ବେଳେ ଲି ଅନୁଭବ କରିଥିଲେ, ସେ ମୋଟା ହୋଇ ଯାଉଛନ୍ତି। ବାସ୍ ତା’ ପରେ ପତଳା ହେବାକୁ ଲାଗି ପଡିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
