ସାଇଜ୍‌ ଜିରୋ ନିଶାରେ ହିରୋଇନ: ଦିନକୁ ଖାଉଛନ୍ତି ୩ ଚାମଚ୍‌ ଭାତ

ଆଜିକାଲିର ଯୁବଗୋଷ୍ଠୀ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ସତର୍କ। ନିଜକୁ ଭଲ ଭାବେ ଉପସ୍ଥାପନ କରିବାକୁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଡାଏଟିଂ କରୁଛନ୍ତି। ବିଶେଷ କରି ସାଇଜ୍‌ ଜିରୋର ଫ୍ୟାସନ୍‌ ଚାଲିଛି। ଅଭିନୟ ଓ ମଡେଲିଂ କରୁଥିବା ଯୁବତୀ ଓ ଯୁବକମାନେ ନିଜ ଫିଟ୍‌ନେସ୍‌କୁ ନେଇ ବହୁତ ସଚେତନ। ଦକ୍ଷିଣ କୋରିଆର ଏ ଅଭିନେତ୍ରୀ ନିଜକୁ ସୁନ୍ଦରତା ବଜାଇ ରଖିବାକୁ ଏମିତି ଉପାୟ ଅବଲମ୍ବନ କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିଏ। ଏ ହେଉଛନ୍ତି ଲି […]

koria

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 06:44 PM IST

ଆଜିକାଲିର ଯୁବଗୋଷ୍ଠୀ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ସତର୍କ। ନିଜକୁ ଭଲ ଭାବେ ଉପସ୍ଥାପନ କରିବାକୁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଡାଏଟିଂ କରୁଛନ୍ତି। ବିଶେଷ କରି ସାଇଜ୍‌ ଜିରୋର ଫ୍ୟାସନ୍‌ ଚାଲିଛି। ଅଭିନୟ ଓ ମଡେଲିଂ କରୁଥିବା ଯୁବତୀ ଓ ଯୁବକମାନେ ନିଜ ଫିଟ୍‌ନେସ୍‌କୁ ନେଇ ବହୁତ ସଚେତନ। ଦକ୍ଷିଣ କୋରିଆର ଏ ଅଭିନେତ୍ରୀ ନିଜକୁ ସୁନ୍ଦରତା ବଜାଇ ରଖିବାକୁ ଏମିତି ଉପାୟ ଅବଲମ୍ବନ କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିଏ। ଏ ହେଉଛନ୍ତି ଲି ତେ ହାମ୍‌। ଏବେ ଲିଙ୍କ ମୁଣ୍ଡରେ ସାଇଜ୍‌ ଜିରୋ ଭୂତ ସବାର ହୋଇଛି। ଏଥିପାଇଁ ସେ ଡାଇଟିଂ କରୁଛନ୍ତି। ଦୀଘ୍ର ୬ ମାସ ହେଲା ସେ ଚାହା ଚାମଚ୍‌ରେ ମାତ୍ର ୩ ଚାମଚ୍‌ ଭାତ ଦିନକୁ ଖାଉଛନ୍ତି।

କିଛିଦିନ ତଳେ ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଲି ବହୁତ ପତଳା ଦେଖାଯାଉଥିଲେ। ଏ ନେଇ ତାଙ୍କୁ ପଚରା ଯିବାରୁ ସେ ଦିନକୁ ୩ ଚାମଚ ଭାତ ଖାଉଥିବା କହିଥିଲେ।

ଏକ ଫଟୋ ସୁଟ୍‌ ବେଳେ ଲି ଅନୁଭବ କରିଥିଲେ, ସେ ମୋଟା ହୋଇ ଯାଉଛନ୍ତି। ବାସ୍‌ ତା’ ପରେ ପତଳା ହେବାକୁ ଲାଗି ପଡିଥିଲେ।

Related story