Advertisment

କେମିତି କଟିବ ଜୁଲାଇ ମାସ: ଜାଣନ୍ତୁ ମାସକର ରାଶିଫଳ

ମେଷ: କାର୍ଯ୍ୟରେ ସଫଳ ହେବେ। ସୁଖ ସମ୍ମାନ ମିଳିବ। ଦେହ ଓ ମନ ଭଲ ରହିବ। ଆୟ ଅଧିକ ହେବ। ଶୁଭ କାର୍ଯ୍ୟ ସମ୍ପନ୍ନ କରିବେ।  ଚାକିରିରେ ଧନ ସମ୍ମାନ ମିଳିବ। ବ୍ୟବସାୟରେ ପ୍ରଗତି କରିବେ। ନାରୀମାନଙ୍କର ସବୁ ପ୍ରକାରର କୁଶଳ ହେବ। ପିଲାମାନେ ପାଠପଢ଼ାରେ ସମଫଳ ପାଇବେ। ବୃଷ: କର୍ମ କ୍ଷେତ୍ରରେ ପଛେଇ ଯିବେ। ଦେହ ସୁସ୍ଥ ରହିବ। ଆୟ ହ୍ରାସ ପାଇବ। ଦୂର ଯାତ୍ରା ବିଫଳ ହେବ। ଚାକିରିରେ ଅବହେଳା ଘଟିବ। ବ୍ୟବସାୟ ଧୀର […]

କେମିତି କଟିବ ଜୁଲାଇ ମାସ: ଜାଣନ୍ତୁ ମାସକର ରାଶିଫଳ

Zodiac

Advertisment

ମେଷ: କାର୍ଯ୍ୟରେ ସଫଳ ହେବେ। ସୁଖ ସମ୍ମାନ ମିଳିବ। ଦେହ ଓ ମନ ଭଲ ରହିବ। ଆୟ ଅଧିକ ହେବ। ଶୁଭ କାର୍ଯ୍ୟ ସମ୍ପନ୍ନ କରିବେ।  ଚାକିରିରେ ଧନ ସମ୍ମାନ ମିଳିବ। ବ୍ୟବସାୟରେ ପ୍ରଗତି କରିବେ। ନାରୀମାନଙ୍କର ସବୁ ପ୍ରକାରର କୁଶଳ ହେବ। ପିଲାମାନେ ପାଠପଢ଼ାରେ ସମଫଳ ପାଇବେ।

Advertisment

ବୃଷ: କର୍ମ କ୍ଷେତ୍ରରେ ପଛେଇ ଯିବେ। ଦେହ ସୁସ୍ଥ ରହିବ। ଆୟ ହ୍ରାସ ପାଇବ। ଦୂର ଯାତ୍ରା ବିଫଳ ହେବ। ଚାକିରିରେ ଅବହେଳା ଘଟିବ। ବ୍ୟବସାୟ ଧୀର ମନ୍ଥର ଗତିରେ ଚାଲିବ। ନାରୀମାନେ ଅନିଚ୍ଛା ପ୍ରକାଶ କରିବେ। ପିଲାମାନେ ପାଠ ପଢ଼ାରେ ଆଶାନୁରୂପ ଫଳ ପାଇବେ ନାହିଁ।

ମିଥୁନ: ବ୍ୟବସ୍ଥା ବଢ଼ିବ। କେତେକ କାର୍ଯ୍ୟ ଅପୂର୍ଣ ରହିଯିବ। କ୍ଲାନ୍ତି ବଢ଼ିବ। ଆୟଠାରୁ ବ୍ୟୟ ଅଧିକ ହେବ। ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି। ବ୍ୟବସାୟରେ ଅବହେଳା ହେବ। ନାରୀମାନେ ଦୂରଯାତ୍ରା କରିବେ। ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ।

Advertisment

କର୍କଟ: ଆଶଙ୍କା ବଢ଼ି ଚାଲିବ। କର୍ମ କ୍ଷେତ୍ରରେ ବିବ୍ରତ ରହିବେ। ପ୍ରତିରୋଧ ଦେଖା ଦେବ। ଦେହ ଭଲ ରହିବ। ଆୟ ଠାରୁ ବ୍ୟୟ ଅଧିକ ହେବ। ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ନାରୀମାନେ ନିନ୍ଦା ପାଇବେ। ପିଲାମାନେ ପାଠପଢ଼ାରେ କ୍ଷତି ସହିବେ।

ସିଂହ: ଅଶାନ୍ତି ଓ ଅସ୍ଥିରତା ବଢ଼ିବ। ମନ ଦୁର୍ବଳ ହୋଇଯିବ। କାର୍ଯ୍ୟ ଅପୂର୍ଣ ରହିବ। ଆୟ ଓ ବ୍ୟୟ ସମାନ ରହିବ। ଚାକିରିରେ ନିଜକୁ ସଂକୁଚିତ କରି ନେଲେ ଭଲ। ବ୍ୟବସାୟରେ ଧୀରେ ଧୀରେ ଆଗେଇବେ। ନାରୀମାନେ ଦୁର୍ବଳ ଅନୁଭବ କରିବେ। ପିଲାମାନେ ପାଠପଢ଼ାରେ ମଧ୍ୟମ ଫଳ ପାଇବେ।

କନ୍ୟା: ସମସ୍ତ କାର୍ଯ୍ୟ ସଫଳ ହେବ। ସମ୍ମାନ ମିଳିବ। ଦେହ ଓ ମନ ଭଲ ରହିବ। ଆଶା କରିଥିବା ଫଳ ପାଇବେ। ଚାକିରିରେ ଆସ୍ଥାଭାଜନ ହେବେ। ବ୍ୟବସାୟରେ ଶୁଭଫଳ ପାଇବେ। ନାରୀମାନେ ସମ୍ମାନିତ ହେବେ। ପିଲାମାନେ ପାଠପଢ଼ାରେ ଆଗେଇବେ।

ତୁଳା: ଅନେକ ସୁଖ ସମ୍ମାନ ପାଇବେ। କାର୍ଯ୍ୟ ସଫଳ ହେବ। ଦେହ ଓ ମନ ଭଲ ରହିବ। ଉତ୍ସବ ଅନୁଷ୍ଠାନରେ ଯୋଗ ଦେବେ। ଚାକିରିରେ ସୁଖ ସମ୍ମାନ ମିଳିବ। ବ୍ୟବସାୟରେ ଖୁବ୍ ଲାଭବାନ ହେବେ। ନାରୀମାନେ କର୍ତ୍ତବ୍ୟ ପରାୟଣା ହେବେ। ପିଲାମାନେ ପାଠପଢ଼ାରେ ଆଗେଇବେ।

ବିଛା: ବିଭିନ୍ନ ସମସ୍ୟା ଦେଖାଦେବ। କାର୍ଯ୍ୟ ପଛେଇ ଚାଲିବ। ଆୟଠାରୁ ବ୍ୟୟ ଅଧିକ ହେବ। ଦେହ ଭଲ ରହିବ ନାହିଁ। ଚାକିରିରେ ପଛେଇ ଯିବେ। ବ୍ୟବସାୟରେ ମାନ୍ଦା ଯୋଗ ରହିଛି। ନାରୀମାନେ ଅସମ୍ମାନିତ ହେବେ। ପିଲାମାନେ ପାଠପଢ଼ାରେ ଅବହେଳା କରିବେ।

ଧନୁ: ନାନା ସମସ୍ୟା ଭିତରେ ଗତି କରିବେ। କର୍ମରେ ପ୍ରତିବନ୍ଧକ ଦେଖାଯିବ। ଦେହ ମଝିରେ ମଝିରେ ଭଲ ରହିବ ନାହିଁ। ଆୟ ହ୍ରାସ ପାଇବ। ଚାକିରିରେ ଉଦାସୀନ ରହିବେ। ବ୍ୟବସାୟରେ କ୍ଷତି ଘଟିବ। ନାରୀମାନେ ଆତଙ୍କିତ ହେବେ। ପିଲାମାନେ ପାଠପଢ଼ାରେ ଅବହେଳା କରିବେ।

ମକର: ସମସ୍ତ ବନ୍ଧନ ଦୂର ହେବ। ଆୟ ଧୀରେ ଧୀରେ ବଢ଼ିବ। ଦେହ ଓ ମନ ଭଲ ରହିବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ଚାକିରିରେ ଆଦର ସମ୍ମାନ ମିଳିବ। ବ୍ୟବସାୟରେ ଆଗେଇବେ। ନାରୀମାନେ ପରାଜୟବରଣ କରିବେ। ପିଲାମାନେ ପାଠପଢ଼ାରେ ସୁଫଳ ପାଇବେ।

କୁମ୍ଭ: ଏମାସର ଫଳ ମଧ୍ୟମ ରହିବ। କାର୍ଯ୍ୟ ଅଧାରେ ଅଟକି ଯିବ। ଦେହ ଭଲ ରହିବ। ଆୟ ମଧ୍ୟମ ରହିବ। ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ଚାଲିବ। ନାରୀମାନେ ପ୍ରଲୋଭନରେ ପଡ଼ି ନିନ୍ଦିତ ହେବେ। ପିଲାମାନେ ପାଠପଢ଼ାରେ ଶୁଭଫଳ ପାଇବେ।

ମୀନ: କାର୍ଯ୍ୟରେ ସଫଳ ହେବେ। ସାହାଯ୍ୟ ସହଯୋଗ ମିଳିବ। ଦେହ ଓ ମନ ଭଲ ରହିବ। ଆୟ ପ୍ରାୟ ସମାନ ରହିବ। ଦୂର ଯାତ୍ରାରେ ସଫଳ ହେବେ। ଚାକିରିରେ ପଦ ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଲାଭବାନ ହେବେ। ନାରୀମାନେ ସୁସ୍ଥ ଅନୁଭବ କରିବେ। ପିଲାମାନେ ପାଠପଢ଼ାରେ ଶୁଭଫଳ ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe