Advertisment

Odisha Tourism: କୁମ୍ବିଧର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ):  ପାହାଡ଼ ଜଙ୍ଗଲ ଘେରା ଜିଲ୍ଲା ହେଉଛି ବୌଦ୍ଧ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲ୍ଲା ଶୀତ ଋତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। କାରଣ ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବାକୁ ତଥା କିଛି ସମୟ ଶାନ୍ତିରେ ବିତାଇବାକୁ କାଇଁ କେତେଆଡ଼ୁ ଛୁଟି ଆସନ୍ତି ପର୍ଯ୍ୟଟକ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି କୁମ୍ବିଧର ଜଳପ୍ରପାତ। ଜିଲ୍ଲାର ଆଡ଼େଣିଗଡ଼ ପଞ୍ଚାୟତର ମାଧପୁର ନିକଟରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
Odisha Tourism: କୁମ୍ବିଧର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ

hhhhhhhhhh99

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ):  ପାହାଡ଼ ଜଙ୍ଗଲ ଘେରା ଜିଲ୍ଲା ହେଉଛି ବୌଦ୍ଧ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲ୍ଲା ଶୀତ ଋତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। କାରଣ ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବାକୁ ତଥା କିଛି ସମୟ ଶାନ୍ତିରେ ବିତାଇବାକୁ କାଇଁ କେତେଆଡ଼ୁ ଛୁଟି ଆସନ୍ତି ପର୍ଯ୍ୟଟକ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି କୁମ୍ବିଧର ଜଳପ୍ରପାତ। ଜିଲ୍ଲାର ଆଡ଼େଣିଗଡ଼ ପଞ୍ଚାୟତର ମାଧପୁର ନିକଟରେ ରହିଛି ଏହି ଜଳପ୍ରପାତ। ଏହା ଏକ ସୁନ୍ଦର ପିକନିକ୍ ସ୍ପଟ୍‌ ଭାବେ ଜଣାଶୁଣା। ସବୁ ବର୍ଗର ଲୋକଙ୍କୁ ଏହା ଆକୃଷ୍ଟ କରେ।

Advertisment

kumbhidhar

ଏଠାକାର ପ୍ରାକୃତିକ ଶୋଭାରାଜି ଭିତରେ ପକ୍ଷୀଙ୍କ କଳରବ, ଝରଣାର କୁଳୁକୁଳ ନାଦ ଓ ଶୀତୁଆ ସକାଳରେ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ କିରଣ ପର୍ଯ୍ୟଟକଙ୍କୁ ବେଶ୍ ରୋମାଞ୍ଚିତ କରେ। ପର୍ଯ୍ୟଟକମାନେ ଝରଣା ପାଣିରେ ଗାଧୋଇବା ସହିତ ମାଛ ଧରିବାର ମଜା ମଧ୍ୟ ନେଇଥା’ନ୍ତି। ବିଶେଷ କରି ନଭେମ୍ବରରୁ ଫେବୃଆରୀ ମାସ ଯାଏ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ବର୍ଷର ଅନ୍ୟ ଦିନଗୁଡ଼ିକରେ ବି କେହି କେହି ଏଠାକୁ ବଣଭୋଜି କରିବାକୁ ଆସନ୍ତି।

ସୁଶାନ୍ତ କଂହର ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, “ବହୁ ଲୋକ ଏଠାକୁ ଆସୁଛନ୍ତି। ଏଠାରେ ବଣ ଭୋଜି ସହ ମାଛ ଧରିବା, ସେଲଫି ନେବା ଓ ଝରଣାରେ ପାଣି ଗାଧୋଇବାର ମଜା ନେଉଛନ୍ତି। ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଏଠାକୁ ଆହୁରି ପର୍ଯ୍ୟଟକ ଆସିବେ।”

Advertisment

odisha tourism : kumbidharକେମିତି ଯିବେ:

ରାଜଧାନୀ ଭୁବନେଶ୍ୱରରୁ ଏହି ସ୍ଥାନର ଦୂରତା ୧୭୨ କିଲୋମିଟର। ସେହିପରି ବୌଦ୍ଧ ସଦର ମହକୁମାରୁ ଏହାର ଦୂରତା ୫୫ କି.ମି ହୋଇଥିବା ବେଳେ ଫୁଲ୍‌ବାଣୀରୁ ଏହାର ଦୂରତା ୪୫ କି.ମି। ବୌଦ୍ଧ ଜିଲ୍ଲା ଆଡେଣୀଗଡ଼ ପଞ୍ଚାୟତ ମାଧପୁର ଛକରୁ ଫୁଲବାଣୀ ରାସ୍ତାରେ ୩ କିଲୋମିଟର ଗଲେ ପଡ଼େ ଏହି ପିକନିକ୍ ସ୍ପଟ୍‌।

kumbhidhar

କେଉଁଠି ରହିବେ:

କୁମ୍ବିଧରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରୀଯାପନ ପାଇଁ ମାଧପୁର ଛକରେ ପୁର୍ତ୍ତବିଭାଗର ଡାକ ବଙ୍ଗଳା ଏବଂ ଆଡ଼େଣୀଗଡ଼ରେ ଜାତୀୟ ରାଜପଥ ବିଭାଗର ଡାକ ବଙ୍ଗଳା ରହିଛି।

publive-image

ଏହି ସୌନ୍ଦର୍ଯ୍ୟଭରା ସ୍ଥାନଟି ବୌଦ୍ଧ ବନବିଭାଗ ଅଧୀନରେ ରହିଛି।  ଏଠାରେ ଭିତ୍ତିଭୂମିର ବିକାଶ କରାଗଲେ ଆହୁରି ଅଧିକ ଲୋକଙ୍କ ଆଗମନ ହୁଅନ୍ତା।

Odisha Tourism