Advertisment

ରାତିରେ ଶୋଇବା ପୂର୍ବରୁ ଏସବୁ ଅଭ୍ୟାସ ଅଛି କି? ଜଲଦି ଛାଡ଼ନ୍ତୁ

ରାତିରେ ଖାଇ ସାରିବା ପରେ ଶୋଇବା ପୂର୍ବରୁ ଅନେକ ଚା ଓ କଫି ପିଅନ୍ତି। ଆଉ କେହି କେହି ସିଗାରେଟ୍ ଟାଣନ୍ତି। ଅନେକେ ବିଳମ୍ବିତ ରାତିରେ ଖାଦ୍ୟ ଖାଆନ୍ତି। କିନ୍ତୁ ଏସବୁ ଶରୀର ପାଇଁ କ୍ଷତିକାରକ। ରାତିରେ ଶୋଇବା ପୂର୍ବରୁ କ’ଣ କ’ଣ କରିବେ ନାହିଁ ଓ କାହିଁକି କରିବେ ନାହିଁ ଆସନ୍ତୁ ଜାଣିବା ସେ ସଂପର୍କରେ। ଚାହା ଓ କଫି-ସାଧାରଣତଃ କିଛି ଲୋକ ରାତିରେ ଶୋଇବା ପୂର୍ବରୁ କଫି କିମ୍ବା ଚା ପିଅନ୍ତି। କିନ୍ତୁ ଏହାକୁ […]

ରାତିରେ ଶୋଇବା ପୂର୍ବରୁ ଏସବୁ ଅଭ୍ୟାସ ଅଛି କି? ଜଲଦି ଛାଡ଼ନ୍ତୁ

tea

Advertisment

ରାତିରେ ଖାଇ ସାରିବା ପରେ ଶୋଇବା ପୂର୍ବରୁ ଅନେକ ଚା ଓ କଫି ପିଅନ୍ତି। ଆଉ କେହି କେହି ସିଗାରେଟ୍ ଟାଣନ୍ତି। ଅନେକେ ବିଳମ୍ବିତ ରାତିରେ ଖାଦ୍ୟ ଖାଆନ୍ତି। କିନ୍ତୁ ଏସବୁ ଶରୀର ପାଇଁ କ୍ଷତିକାରକ। ରାତିରେ ଶୋଇବା ପୂର୍ବରୁ କ’ଣ କ’ଣ କରିବେ ନାହିଁ ଓ କାହିଁକି କରିବେ ନାହିଁ ଆସନ୍ତୁ ଜାଣିବା ସେ ସଂପର୍କରେ।

Advertisment

ଚାହା ଓ କଫି-ସାଧାରଣତଃ କିଛି ଲୋକ ରାତିରେ ଶୋଇବା ପୂର୍ବରୁ କଫି କିମ୍ବା ଚା ପିଅନ୍ତି। କିନ୍ତୁ ଏହାକୁ ପିଇଲେ ରାତିରେ ବାରମ୍ବାର ପରିସ୍ରା ଲାଗେ। ତେଣୁ ରାତିରେ ଏଥିରୁ ଦୂରେଇ ରୁହନ୍ତୁ।

ବିଳମ୍ବ ରାତିରେ ଭୋଜନ କରିବା- ଠିକ୍‌ ସମୟରେ ରାତ୍ରୀ ଭୋଜନ କରିବା ଶରୀର ପ୍ରତି ଖୁବ୍‌ ହିତକର। ତେବେ ଅଧିକାଂଶ ଲୋକ ବିଳମ୍ବରେ ଖାଆନ୍ତି ଓ ଖାଇବା ମାତ୍ରେ ଶୋଇପଡ଼ନ୍ତି। ଏମିତି କରିବା ଦ୍ୱାରା ଗ୍ୟାସ ସହିତ ଜଡ଼ିତ ସମସ୍ୟା ଦେଖାଯାଏ। ଏଥିପାଇଁ ରାତିରେ ଖାଇବା ପରେ ଟିକେ ବୁଲାବୁଲି କରନ୍ତୁ।

Advertisment

ମିଠା ଠାରୁ ଦୂରରେ ରହନ୍ତୁ- ରାତିରେ ଖାଇ ସାରିବା ପରେ ଅନେକେ ମିଠା ଖାଇବାକୁ ପସନ୍ଦ କରନ୍ତି। ତେବେ ଏହା ଦେହ ପାଇଁ ଭଲ ନୁହେଁ। ଏହା ଦ୍ୱାରା ଓଜନ ବଢ଼ିବାର ସମ୍ଭାବନା ଅଧିକ। ତେଣୁ ରାତ୍ର ଭୋଜନ ପରେ ମିଠା ଠାରୁ ଦୂରେଇ ରହନ୍ତୁ।

ଶୋଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ- ରାତିରେ ଶୋଇବା ସମୟରେ ମୋବାଇଲରେ କଥା ହେବା ଓ ଚାଟ କରିବା ଅନେକଙ୍କର ଅଭ୍ୟାସ। ଏମିତିରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମୋବାଇଲରେ ଚାଟ୍ ନ କଲେ ନିଦ ଆସେନି! କିନ୍ତୁ ଆଦୌ ଏପରି କରନ୍ତୁ ନାହିଁ। ଏଭଳି କଲେ ନିଦ ଆସେ ନାହିଁ।

ସିଗାରେଟ୍ ଟାଣନ୍ତୁ ନାହିଁ-  ଅନେକ ଲୋକ ଅଛନ୍ତି ଖାଇ ସାରିବା ପରେ ସିଗାରେଟ୍ ଟାଣନ୍ତି। କିନ୍ତୁ ଯଥାସମ୍ଭବ ଏହା କରନ୍ତୁ ନାହିଁ। ଏହା ଦ୍ୱାରା ରାତିରେ ଭଲ ନିଦ ହୁଏ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe