Advertisment

ବହୁ ରୋଗର ମହୌଷଧୀ ଲେମ୍ୱୁ ପାଣି

ଭୁବନେଶ୍ୱର: ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ସମସ୍ତେ ଜାଣନ୍ତି। ଲେମ୍ବୁରେ ଥିବା ଔଷଧୀୟ ଗୁଣ ଆମକୁ ବହୁ ରୋଗବ୍ୟାଧିରୁ ମୁକ୍ତି ଦେଇଥାଏ। ଜାଣିଛନ୍ତି, ସକାଳୁ ଖାଲି ପେଟରେ ଲେମ୍ୱୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ହାନୀକାରକ ପଦାର୍ଥ ବାହାରି ଯାଇ ପୂରା ଶରୀରକୁ ଫୁର୍ତ୍ତି ମିଳିଥାଏ। ଲେମ୍ୱୁ ପାଣିରେ ଫାଇବର୍ସ, ହାଲକା କାର୍ବୋହାଇଡ୍ରେଡ୍ ଓ ବହୁ ମାତ୍ରାରେ ପୋଟାସିୟମ୍ ରହିଛି। ଯାହା ବ୍ଲଡ୍ ସୁଗାର ସ୍ତରକୁ ସନ୍ତୁଳିତ କରିଥାଏ। ଲେମ୍ୱୁ ପାଣିରେ ଥିବା ଫାଇବର୍, ପାଣି […]

ଅଦ୍ୟତନ ହୋଇଛି
ବହୁ ରୋଗର ମହୌଷଧୀ ଲେମ୍ୱୁ ପାଣି

little

Advertisment

ଭୁବନେଶ୍ୱର: ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ସମସ୍ତେ ଜାଣନ୍ତି। ଲେମ୍ବୁରେ ଥିବା ଔଷଧୀୟ ଗୁଣ ଆମକୁ ବହୁ ରୋଗବ୍ୟାଧିରୁ ମୁକ୍ତି ଦେଇଥାଏ। ଜାଣିଛନ୍ତି, ସକାଳୁ ଖାଲି ପେଟରେ ଲେମ୍ୱୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ହାନୀକାରକ ପଦାର୍ଥ ବାହାରି ଯାଇ ପୂରା ଶରୀରକୁ ଫୁର୍ତ୍ତି ମିଳିଥାଏ।

Advertisment

ଲେମ୍ୱୁ ପାଣିରେ ଫାଇବର୍ସ, ହାଲକା କାର୍ବୋହାଇଡ୍ରେଡ୍ ଓ ବହୁ ମାତ୍ରାରେ ପୋଟାସିୟମ୍ ରହିଛି। ଯାହା ବ୍ଲଡ୍ ସୁଗାର ସ୍ତରକୁ ସନ୍ତୁଳିତ କରିଥାଏ। ଲେମ୍ୱୁ ପାଣିରେ ଥିବା ଫାଇବର୍, ପାଣି ଓ ସାଇଟ୍ରିକ୍ ଏସିଡ୍ ସହ ମିଶି ଶରୀର ମେଦ ହ୍ରାସ କରିଥାଏ। ଲେମ୍ବୁ ପାଣିରେ ଥିବା ଭିଟାମିନ୍ ‘ସି’ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଲେମ୍ୱୁ ପାଣି ଥଣ୍ଡା ଓ ଜର ଭଳି ରୋଗରୁ ମୁକ୍ତି ଦେଇଥାଏ।

ଲେମ୍ୱୁ ପାଣି ଶରୀରରେ ଥିବା ୟୁରିକ୍ ଏସିଡକୁ ବାହାର କରିଦେଇଥାଏ ଓ ଗଣ୍ଠି ବ୍ୟଥାରୁ ଉପଶମ ଦେଇଥାଏ। ଏଥିରେ ଆଇରନ୍ ଓ ଭିଟାମିନ୍ ‘ସି’ ଭରପୂର ମାତ୍ରାରେ ଥିବାରୁ ମସ୍ତିଷ୍କ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧିରେ ମଧ୍ୟ ଲେମ୍ବୁ ପାଣି ସେବନ ସହାୟକ ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe