Advertisment

ଲେମ୍ୱୁ ପାଣି ପିଇଲେ କମେ ନାହିଁ ଓଜନ !

ନୂଆଦିଲ୍ଲୀ : ମେଦବହୁଳତା ସମସ୍ୟା ବା ଶରୀରର ଓଜନ କମ୍‌ କରିବା ପାଇଁ ସକାଳୁ ଉଠି ଆପଣ ଖାଲି ପେଟରେ ଲେମ୍ୱୁ ପାଣି ପିଇଥା’ନ୍ତି। ଏପରିକି କିଛି ଲୋକ ଲେମ୍ୱୁ ପାଣିରେ ମହୁ ମଧ୍ୟ ମିଶାଇଥା’ନ୍ତି। କିନ୍ତୁ ବାସ୍ତବରେ ଏହା ଠିକ୍ ନୁହେଁ। ଲେମ୍ୱୁ ପାଣି ପିଇଲେ ଓଜନ କମିନଥାଏ। ଏହା ସମ୍ପୂର୍ଣ୍ଣ ଭୁଲ୍‌ କଥା। ବିଶେଷଜ୍ଞଙ୍କ କହିବା ଅନୁସାରେ ଓଜନ କମାଇବା ପାଇଁ ଲେମ୍ୱୁ ପାଣି କୌଣସି ପ୍ରକାର ସାହାଯ୍ୟ କରିନଥାଏ। ଦୁଗ୍ଧଜାତୀୟ ଖାଦ୍ୟ ଓ […]

ଲେମ୍ୱୁ ପାଣି ପିଇଲେ କମେ ନାହିଁ ଓଜନ !

l1

Advertisment

ନୂଆଦିଲ୍ଲୀ : ମେଦବହୁଳତା ସମସ୍ୟା ବା ଶରୀରର ଓଜନ କମ୍‌ କରିବା ପାଇଁ ସକାଳୁ ଉଠି ଆପଣ ଖାଲି ପେଟରେ ଲେମ୍ୱୁ ପାଣି ପିଇଥା’ନ୍ତି। ଏପରିକି କିଛି ଲୋକ ଲେମ୍ୱୁ ପାଣିରେ ମହୁ ମଧ୍ୟ ମିଶାଇଥା’ନ୍ତି। କିନ୍ତୁ ବାସ୍ତବରେ ଏହା ଠିକ୍ ନୁହେଁ। ଲେମ୍ୱୁ ପାଣି ପିଇଲେ ଓଜନ କମିନଥାଏ। ଏହା ସମ୍ପୂର୍ଣ୍ଣ ଭୁଲ୍‌ କଥା।

Advertisment

ବିଶେଷଜ୍ଞଙ୍କ କହିବା ଅନୁସାରେ ଓଜନ କମାଇବା ପାଇଁ ଲେମ୍ୱୁ ପାଣି କୌଣସି ପ୍ରକାର ସାହାଯ୍ୟ କରିନଥାଏ। ଦୁଗ୍ଧଜାତୀୟ ଖାଦ୍ୟ ଓ ଫ୍ରୁଟ୍‌ ଜୁସ୍‌ ବଦଳରେ ଆପଣ ଯଦି ଲେମ୍ୱୁ ପାଣି ପିଉଛନ୍ତି, ତେବେ ଏଥିରୁ କେବଳ ଆପଣଙ୍କ ଶରୀରକୁ କ୍ୟାଲୋରୀ କମ୍‌ ଯାଇଥାଏ।
ବିଶେଷଜ୍ଞଙ୍କ ମତ
ଓଜନ ହ୍ରାସ କରିବା ପାଇଁ ଶରୀରକୁ ହାଇଡ୍ରେଟ୍‌ ରଖିବା ବହୁତ ଜରୁରୀ। ଏହାର କାରଣ ଅନେକ ସମୟରେ ଶୋଷ ଲାଗିଲେ, ଆମେ ଏହାକୁ ଭୋକ ବୋଲି ଭାବିଥାଉ। ଏହି ଭାବନା ଯୋଗୁ ଆପଣ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥା’ନ୍ତି। ଯେଉଁ କ୍ୟାଲୋରୀ ଆପଣଙ୍କ ଶରୀର ପାଇଁ ଆବଶ୍ୟକ ନଥାଏ। କିନ୍ତୁ ଲେମ୍ୱୁ ପାଣି ଆପଣଙ୍କ ଶରୀରକୁ ସୁପର ହାଇଡ୍ରେଟ୍‌ ରଖିଥାଏ।

ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ବାୟୋକେମେଷ୍ଟ୍ରୀ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ, ଲେମ୍ୱୁ ପାଣିରେ ଥିବା ପୋଲିଫେନାଲ ଓ ଏହାର ଚୋପା ଲିଭର୍‌ରୁ ଫ୍ୟାଟ୍‌ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ପୋଲିଫେନାଲ ଏପରି ଏକ ତତ୍ତ୍ୱ, ଯାହା ଆଣ୍ଟି-ଅକ୍ସିଡାଣ୍ଟ୍‌ ଭାବରେ କାମ କରିଥାଏ। ଯଦି ଆପଣ କେଟୋ ଡାଏଟ୍‌ ଫଲୋ କରୁଛନ୍ତି, ତେବେ ଏହା ସମ୍ଭବ। କେବଳ ଲେମ୍ୱୁ ପାଣିରେ ଫ୍ୟାଟ୍‌ ବର୍ଣ୍ଣ ହୋଇନଥାଏ।

Advertisment

ଯଦି ଆପଣଙ୍କର ପେଟ ଫୁଲିବା ସମସ୍ୟା ଅଛି, ତେବେ ଲେମ୍ୱୁ ପାଣି ଏଥିପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଆପଣଙ୍କର ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ସମସ୍ୟା ଥିଲେ, ଲେମ୍ୱୁପାଣି ଏଥିରେ କୌଣସି ସହାୟତା କରିନଥାଏ। କିନ୍ତୁ ମନେ ରଖନ୍ତୁ, କୌଣସି ଡ୍ରିଙ୍କ୍‌ ଓଜନ ହ୍ରାସ କରି ଆପଣଙ୍କୁ ପତଳା କରିବା ପାଇଁ ଚମତ୍କାର ଭାବରେ ସାହାଯ୍ୟ କରିନଥାଏ। ଓଜନ ହ୍ରାସ କରିବା ପାଇଁ ଆପଣ ପ୍ରଥମେ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

ଏହି ସମୟରେ ପିଅନ୍ତୁ ନାହିଁ ଲେମ୍ୱୁ ପାଣି
ଲେମ୍ୱୁରେ ସାଇଟ୍ରିକ୍‌ ଏସିଡ୍‌ ଥିବାରୁ ଏସିଡିଟି ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଛାତି ଜଳାପୋଡ଼ା , ବାନ୍ତି ହେବା ସମୟରେ ଲେମ୍ୱୁ ପାଣିଠାରୁ ଦୂରେଇ ରୁହନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe