ଆମେ ସମସ୍ତେ ପ୍ରାୟ ରୁଟି ଖାଆନ୍ତି। ତେବେ ରୁଟି କେବଳ ଭୋକ ମେଣ୍ଟାଏନି, ଏଥିରେ କିଛି ଉପାୟ ଅବଲମ୍ବନ କଲେ ଘରର ସୁଖଶାନ୍ତି ବଢ଼ିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ:
- ପ୍ରଥମେ ତିଆରି କରିଥିବା ରୁଟିକୁ ଗାଈ ଓ କୁକୁରକୁ ଖାଇବାକୁ ଦିଅନ୍ତୁ। ଘରେ ସୁଖ ଓ ଶାନ୍ତି ବଜାଇ ରହିବ।
- ଆପଣ ପ୍ରଥମେ ତିଆରି କରିଥିବା ରୁଟି ଉପରେ ଘିଅରେ ଶାଶୂଙ୍କ ନାମ ଲେଖନ୍ତୁ ଓ ଶନିବାର ସନ୍ଧ୍ୟାରେ କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଶାଶୂଙ୍କ ସହିତ ଆପଣଙ୍କର ଥିବା ସମସ୍ତ ମତଭେଦ ଦୂର ହୋଇଯିବ।
- ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଓ କେତୁଙ୍କ ସ୍ଥିତି ବହୁତ ଖରାପ ଥାଏ ସେମାନେ ସନ୍ଧ୍ୟାରେ ଭୋଜନର ଶେଷ ରୁଟିରେ ତେଲ ମାରି କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା କୁଣ୍ଡଳୀରେ ରାହୁ ଓ କେତୁର ସ୍ଥିତି ଠିକ୍ ହୋଇଥାଏ।
- ଅମାବାସ୍ୟା ଦିନ ରୁଟି ତିଆରି କରନ୍ତୁ। ଖିରି ମଧ୍ୟ ତିଆରି କରନ୍ତୁ। ରୁଟି ଓ ଖିରିକୁ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ।
- ଶନିବାର ଦିନ ରୁଟି ତିଆରି କରି କୌଣସି ଜଣେ ପାଗଳ ବ୍ୟକ୍ତିଙ୍କୁ ବସାଇ ଆଦର ସହକାରେ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଗ୍ରହର ସ୍ଥିତି ଅନୁକୂଳ ହେବା।