Advertisment

ମହିଳାଙ୍କ ପାଇଁ ମୋବାଇଲ ଆପ୍‌: ହାତ ପାଆନ୍ତାରେ ସବୁକିଛି

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ସମସ୍ତେ ବ୍ୟବହାର କରୁଛନ୍ତି। ଏଥିରେ ନିଜ ମନ ପସନ୍ଦର ଆପ ରଖିଥାନ୍ତି। ବିଶେଷ କରି ମହିଳାମାନେ ବିୟୁଟି, ଫିଟ୍‌ନେସ୍‌ ଓ ଗ୍ରୋସରି ଆପ୍‌ ଅଧିକ ନିଜ ସ୍ମାର୍ଟଫୋନ୍‌ରେ ରଖିଥାନ୍ତି। ସୋସିଆଲ ମିଡିଆରେ ଥିବା ଏହି ଆପ୍‌ ଜରିଆରେ ମହିଳାମାନେ ନିଜ ମେକ୍‌ଅପ ପାଇଁ ପସନ୍ଦର କସ୍‌ମେଟିକ୍‌ ସର୍ଚ୍ଚ କରିବା ସହ ଏହାକୁ ମଗାଇଥାନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା ମହିଳାମାନେ ନିଜ ସ୍ମାର୍ଟଫୋନରେ ରଖୁଥିବା କିଛି ଆପ୍‌ ସମ୍ପର୍କରେ। Nykaa: […]

author-image
Rakesh Mallick
ମହିଳାଙ୍କ ପାଇଁ ମୋବାଇଲ ଆପ୍‌: ହାତ ପାଆନ୍ତାରେ ସବୁକିଛି

Mobile-shopping

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ସମସ୍ତେ ବ୍ୟବହାର କରୁଛନ୍ତି। ଏଥିରେ ନିଜ ମନ ପସନ୍ଦର ଆପ ରଖିଥାନ୍ତି। ବିଶେଷ କରି ମହିଳାମାନେ ବିୟୁଟି, ଫିଟ୍‌ନେସ୍‌ ଓ ଗ୍ରୋସରି ଆପ୍‌ ଅଧିକ ନିଜ ସ୍ମାର୍ଟଫୋନ୍‌ରେ ରଖିଥାନ୍ତି। ସୋସିଆଲ ମିଡିଆରେ ଥିବା ଏହି ଆପ୍‌ ଜରିଆରେ ମହିଳାମାନେ ନିଜ ମେକ୍‌ଅପ ପାଇଁ ପସନ୍ଦର କସ୍‌ମେଟିକ୍‌ ସର୍ଚ୍ଚ କରିବା ସହ ଏହାକୁ ମଗାଇଥାନ୍ତି।

Advertisment

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା ମହିଳାମାନେ ନିଜ ସ୍ମାର୍ଟଫୋନରେ ରଖୁଥିବା କିଛି ଆପ୍‌ ସମ୍ପର୍କରେ।

Nykaa: ମହିଳାମାନେ ଆବଶ୍ୟକ କରୁଥିବା ସବୁ ପ୍ରକାର ବିଉଟି ପ୍ରଡକ୍ଟ ନ୍ୟାକାରୁ ମିଳିଯାଇଥାଏ। ଚର୍ମା, ବାଳ, ଗାଧୁଆ, ଫେସ୍‌ୱାସ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସେଣ୍ଟ ନ୍ୟାକା କମ୍ପାନୀ ତା’ର ଆପ୍‌ରେ ଦେଇଥାଏ। ଏଥିପାଇଁ କମ୍ପାନୀ ପକ୍ଷରୁ ବହୁ ସମୟରେ ଡିସ୍‌କାଉଣ୍ଟ ଅଫର ମଧ୍ୟ ଦିଆଯାଇଥାଏ। ନ୍ୟାକା ମହାରାଷ୍ଟ୍ର ଷ୍ଟେଟ୍‌ ୱେମେନ୍ସ କାଉନସିଲ (ଏମ୍‌ସିଡବ୍ଲ୍ୟୁସି)ର ସହଯୋଗୀ ରହିଛି। ମାର୍ଚ୍ଚ ୩ରୁ ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ମଧ୍ୟରେ କମ୍ପାନୀ କରୁଥିବା ଆୟର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଏମ୍‌ସିଡବ୍ଲ୍ୟୁସିକୁ ଦେଇଥାଏ।

Advertisment

Grofers: ଅନ୍‌ଲାଇନରେ ଗ୍ରସରୀ ସାମଗ୍ରୀ କିରିବା ପାଇଁ ଗ୍ରୋଫେରସ୍‌ ଆପ୍‌ ବହୁ ମହିଳା ବ୍ୟବହାର କରିଥାନ୍ତି। ବିଶେଷ କରି ଚାକିରି କରୁଥିବା ମହିଳାଙ୍କ ପାଖରେ ଏହାର ଚାହିଦା ଅଧିକ ଦେଖିବାକୁ ମିଳିଥାଏ। ଗ୍ରୋସରୀ ଦ୍ରବ୍ୟ ସହ ଏହା ଇଲୋକଟ୍ରୋନିକ୍ସ, ପେଟ୍‌ କେୟାର ପ୍ରଡକ୍ଟ, ଷ୍ଟେନାରୀ ଓ ପ୍ଲାଷ୍ଟିକ ସାମଗ୍ରୀ ଯୋଗାଇ ଦେଇଥାଏ। ମହିଳା ଦିବସ ପାଇଁ ଗ୍ରୋଫେରସ୍‌ ଅଫର ଛାଡିଛି। ୱାକର ଓ ଟ୍ରପିକାନା ଭଳି ବ୍ରାଣ୍ଡରେ କମ୍ପାନୀ ୧୫ ପ୍ରତିଶତ ଅଫର ଦେଇଛି।

Snapseed: ଆଜିକାଲି ସୋସିଆଲ ମିଡିଆରେ ନିଜ ଫଟୋ ଛାଡିବା ଏକ ସଉକରେ ପରିଣତ ହୋଇଛି। ନିଜକୁ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ ସମସ୍ତେ ଚାହିଁଥାନ୍ତି। ବିଶେଷ କରି ଯୁବତୀ ଓ ମହିଳାମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳିଥିଏ। ସ୍ନାପସିଡ୍‌ ହେଉଛି ଏକ ଫଟୋ ଏଡିଟିଂ ଆପ୍‌। ଯାହା ଅନ୍ୟ ଆପ୍‌ ତୁଳନାରେ ଅତି ସହଜରେ ଫଟୋ ଏଡିଟ କରିଥାଏ। ଏଥିପାଇଁ ଅଧିକାଂଶ ଯୁବତୀ ଓ ମହିଳାମାନେ ସେମାନଙ୍କ ସ୍ମାର୍ଟ ଫୋନରେ ଏହି ଆପ୍‌ ରଖିଥାନ୍ତି।

Period Tracker: ଯେଉଁ ମହିଳାମାନେ ସେମାନଙ୍କ ପିରିଅଡ ସମୟ ଭୁଲିଯାଆନ୍ତି ସେମାନଙ୍କ ପାଇଁ ଏପରି ଆପ୍‌ କହୁତ ଉପଯୋଗୀ। ଏହି ଆପ୍‌କୁ ସ୍ମାର୍ଟଫୋନ୍‌ରେ ଡାଉନଲୋଡ଼ କରିବା ପରେ ଏଥିରେ ଆପଣଙ୍କ ପିରିଅଡ଼ ଟାଇମ ସେଭ୍‌ କରି ଟାଇମର ଦେଇ ଦିଅନ୍ତୁ। ପିରିଅଡର ଦୁଇଦିନ ପୂର୍ବରୁ ଏହି ଟ୍ରାକର ଆପଣଙ୍କୁ ସୂଚନା ଦେଇ ଦେବ। ଏହାସହ ଏହି ଆପ୍‌ ଆପଣଙ୍କୁ ପିରିଅଡ ପରଦିନର ଲକ୍ଷଣ ଓ ମେଡିସିନ ସମ୍ପର୍କରେ ମଧ୍ୟ ସୂଚନା ଦେବ। ଆପଣ ଚାହିଁଲେ ଏଥିରେ ଆପଣଙ୍କ ମତ ରଖି ପାରିବେ।

NetFlix: ଏଣ୍ଟରଟେନମେଣ୍ଟ ଆମ ଜୀବନରେ ବହୁତ ସହତ୍ୱ ରଖେ। ଗୀତ ଶୁଣିବା, ମୁଭି ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ। ନେଟ୍‌ଫ୍ଲିକ୍ସ ହେଉଛି ଏକ ଏଣ୍ଟରଟେନ୍‌ମେଣ୍ଟ ଆପ୍‌। ଏଥିରେ ଆପଣ ନିଜ ପସନ୍ଦର ଗୀତ ଶୁଣିପାରିବେ। ସବୁଠାରୁ ଭଲ କଥା ହେଲେ ନେଟ୍‌ୱର୍କ ଠିକ୍‌ରେ ଆସୁ ନ ଥିବା ଅଞ୍ଚଳରେ ଏହା ଠିକରେ ଚାଲିଥାଏ। ବିଶେଷ କରି ଘରଠାରୁ ଦୂରରେ କାମ କରୁଥିବା ଓ ଦୀର୍ଘ ସମୟ ଗାଡିରେ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ଏହା ଲାଭଦାୟକ। ଏହାସହ ଏହି ଆପ୍‌ରୁ ମୁଭି, ଟିଭି ଶୋ’ ଓ ଡକୁମେଣ୍ଟାରୀ ଫିଲ୍ମ ଡାଇନଲୋଡ କରି ପାରିବେ।

ସେହିପରି ଦୂର ଜାଗାରେ ଚାକିରି କରୁଥିବା ମହିଳାଙ୍କ ପାଇଁ Uber ଆପ୍‌, ଡାକ୍ତର ପରାମର୍ଶ ପାଇଁ Practo, ଫିଟ୍‌ନେସ୍‌ ପାଇଁ HealthifyMe ଆପ୍‌ ବେଶ ଉପଯୋଗୀ। ଏହାସହ LafaLafTruecaller ଆପ ମହିଳାମାନଙ୍କ ବହୁତ କାମରେ ଆସିଥାଏ।