Advertisment

ଉଜ୍ଜ୍ୱଳ ତ୍ୱଚା ପାଇଁ କରନ୍ତୁ ଏହି ୫ଟି ଅଭ୍ୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମୁଖ ବା ମୁହଁ ହେଉଛି ଦର୍ପଣ। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ତେବେ ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। […]

author-image
Puspanjali Panda
ଉଜ୍ଜ୍ୱଳ ତ୍ୱଚା ପାଇଁ କରନ୍ତୁ ଏହି ୫ଟି ଅଭ୍ୟାସ

p1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମୁଖ ବା ମୁହଁ ହେଉଛି ଦର୍ପଣ। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ତେବେ ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Advertisment

୧. ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁକୁ ସଫା ରହିବା ସହିତ ବ୍ଲାକ୍‌ ପୋର୍ସ ହୋଇ ନଥାଏ। ଏହା ସହିତ ଇନ୍‌ଫେକସନ୍‌ ମଧ୍ୟ ହୋଇ ନଥାଏ।

publive-image

୨. ଫଳ ଓ ତଟକା ପରିବା ଅଧିକ ଖାଆନ୍ତୁ। ଏହା ତ୍ୱଚା ପାଇଁ ଖୁବ୍ ଭଲ। ଫାଷ୍ଟଫୁଡ୍‌ ଓ ତେଲଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ। ଏପରି କଲେ ଆପଣଙ୍କର ବ୍ରଣ ସମସ୍ୟା ଉତ୍ପନ୍ନ ହୋଇଥାଏ।

Advertisment

publive-image

୩. ଆବଶ୍ୟକ ପରିମାଣରେ ଶୁଅନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଓ ତ୍ୱଚାକୁ ଆରାମ ମିଳିଥାଏ। ସ୍କିନ୍‌ ସେଲ୍‌ ଠିକ୍‌ ରହିବା ସହିତ କୁଞ୍ଚନ ମଧ୍ୟ ହୋଇ ନଥାଏ।

publive-image

୪. ସ୍କିନ୍‌କୁ ମଶ୍ଚ୍ୟୁରାଇଜର୍‌ କରନ୍ତୁ। ମନେ ରଖନ୍ତୁ ମଶ୍ଚ୍ୟୁରାଇଜର୍‌ ଅନୁସାରେ ମୁହଁରେ କ୍ରିମ୍ ବ୍ୟବହାର କରନ୍ତୁ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ସ୍କିନ୍‌ ଅଏଲି, ତା’ହେଲେ ଜେଲ୍‌ କିମ୍ୱା ୱାଟର୍‌ ବେସ୍‌ କ୍ରିମ୍ ବ୍ୟବହାର କରନ୍ତୁ। ସେହିପରି ଡ୍ରାଏ ସ୍କିନ୍‌ ପାଇଁ ଡିପ୍‌ ମଶ୍ଚ୍ୟୁରାଇଜର୍‌ ବ୍ୟବହାର କରନ୍ତୁ।

publive-image

୫. ସନ୍‌ସ୍କ୍ରିନ୍‌ ଲୋସନ୍‌ କେବଳ ଖରାଦିନେ ନୁହେଁ, ଶୀତଦିନେ ମଧ୍ୟ ବ୍ୟବହାର କରନ୍ତୁ। ଏହା ସ୍କିନ୍ ଓ ସେଲ୍‌କୁ ନଷ୍ଟ ହେବାକୁ ଦିଏନି ଓ ତା’ସହିତ ସୁସ୍ଥ ରଖିଥାଏ।

publive-image