ଫଟା ଗୋଇଠି ପାଇଁ ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଆରମ୍ଭ ହେଲେ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସରଳ ଘରୋଇ ଉପଚାର। ୧. ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ଫଟା ଗୋଇଠିରେ ମାଲିସ କରନ୍ତୁ। ୨. ଓଟସ୍‌ ପାଉଡର୍‌କୁ ଜୋଜୋବା ଅଏଲ୍‌ ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ […]

f2

f2

Puspanjali Panda
  • Published: Thursday, 21 November 2019
  • Updated: 21 November 2019, 11:46 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଆରମ୍ଭ ହେଲେ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସରଳ ଘରୋଇ ଉପଚାର।

୧. ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ଫଟା ଗୋଇଠିରେ ମାଲିସ କରନ୍ତୁ।

୨. ଓଟସ୍‌ ପାଉଡର୍‌କୁ ଜୋଜୋବା ଅଏଲ୍‌ ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଫାଟିଥିବା ଗୋଇଠିରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

୩. ଗରମ ପାଣିରେ ଲୁଣ ମିଶାଇ ପାଦକୁ ବୁଡ଼ାଇ ରଖନ୍ତୁ। ଆପଣ ଚାହିଁଲେ, ଏଥିରେ ଶାମ୍ପୂ ମଧ୍ୟ ପକାଇ ସ୍କ୍ରବର୍‌ ସାହାଯ୍ୟରେ ପାଦକୁ ଘଷି ପାରିବେ। ଏହାଦ୍ୱାରା ପାଦରୁ ମୃତକୋଷ ସବୁ ବାହାରି ଯାଇଥାଏ। ସପ୍ତାହକୁ ୨ରୁ ୩ ଥର ଏହିପରି କରନ୍ତୁ।

୪. ଗୋଟିଏ ବାଲ୍‌ଟି ପାଣିରେ ଏକ କପ୍‌ ମହୁ ମିଶାନ୍ତୁ। ଏହି ପାଣିରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାଦକୁ ବୁଡ଼ାଇ ରଖନ୍ତୁ। ମହୁ ପାଦକୁ ନରମ କରିବାରେ ସାହାଯ୍ୟ କରିବା ସହିତ ଗୋଇଠି ଫାଟିବା ମଧ୍ୟ କମ୍‌ ହୋଇଥାଏ।

୫. ରାତିରେ ଶୋଇବା ପୂର୍ବରୁ ପାଦକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ। ପାଦ ଶୁଖିଯିବା ପରେ ଏଥିରେ ଭେଜିଟେବୁଲ୍‌ ଅଏଲ୍‌ ଲଗାଇ ମୋଜା ପିନ୍ଧି ଶୁଅନ୍ତୁ। ଏହିପରି ପ୍ରତିଦିନ କଲେ, ଗୋଇଠି ଫାଟିବା ସମସ୍ୟା କମ୍‌ ହୋଇଥାଏ। ଭେଜିଟେବୁଲ୍‌ ଅଏଲ୍‌ରେ ଥିବା ଫ୍ୟାଟ୍‌ ସ୍କିନ୍‌କୁ ପୋଷଣ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos