Advertisment

ଫଟା ଗୋଇଠି ପାଇଁ ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଆରମ୍ଭ ହେଲେ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସରଳ ଘରୋଇ ଉପଚାର। ୧. ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ଫଟା ଗୋଇଠିରେ ମାଲିସ କରନ୍ତୁ। ୨. ଓଟସ୍‌ ପାଉଡର୍‌କୁ ଜୋଜୋବା ଅଏଲ୍‌ ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ […]

ଫଟା ଗୋଇଠି ପାଇଁ ଘରୋଇ ଉପଚାର

f2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଆରମ୍ଭ ହେଲେ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସରଳ ଘରୋଇ ଉପଚାର।

Advertisment

୧. ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି ଫଟା ଗୋଇଠିରେ ମାଲିସ କରନ୍ତୁ।

୨. ଓଟସ୍‌ ପାଉଡର୍‌କୁ ଜୋଜୋବା ଅଏଲ୍‌ ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଫାଟିଥିବା ଗୋଇଠିରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

Advertisment

publive-image

୩. ଗରମ ପାଣିରେ ଲୁଣ ମିଶାଇ ପାଦକୁ ବୁଡ଼ାଇ ରଖନ୍ତୁ। ଆପଣ ଚାହିଁଲେ, ଏଥିରେ ଶାମ୍ପୂ ମଧ୍ୟ ପକାଇ ସ୍କ୍ରବର୍‌ ସାହାଯ୍ୟରେ ପାଦକୁ ଘଷି ପାରିବେ। ଏହାଦ୍ୱାରା ପାଦରୁ ମୃତକୋଷ ସବୁ ବାହାରି ଯାଇଥାଏ। ସପ୍ତାହକୁ ୨ରୁ ୩ ଥର ଏହିପରି କରନ୍ତୁ।

୪. ଗୋଟିଏ ବାଲ୍‌ଟି ପାଣିରେ ଏକ କପ୍‌ ମହୁ ମିଶାନ୍ତୁ। ଏହି ପାଣିରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାଦକୁ ବୁଡ଼ାଇ ରଖନ୍ତୁ। ମହୁ ପାଦକୁ ନରମ କରିବାରେ ସାହାଯ୍ୟ କରିବା ସହିତ ଗୋଇଠି ଫାଟିବା ମଧ୍ୟ କମ୍‌ ହୋଇଥାଏ।

publive-image

୫. ରାତିରେ ଶୋଇବା ପୂର୍ବରୁ ପାଦକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ। ପାଦ ଶୁଖିଯିବା ପରେ ଏଥିରେ ଭେଜିଟେବୁଲ୍‌ ଅଏଲ୍‌ ଲଗାଇ ମୋଜା ପିନ୍ଧି ଶୁଅନ୍ତୁ। ଏହିପରି ପ୍ରତିଦିନ କଲେ, ଗୋଇଠି ଫାଟିବା ସମସ୍ୟା କମ୍‌ ହୋଇଥାଏ। ଭେଜିଟେବୁଲ୍‌ ଅଏଲ୍‌ରେ ଥିବା ଫ୍ୟାଟ୍‌ ସ୍କିନ୍‌କୁ ପୋଷଣ ଦେଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe